- ଚୀନର ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ: ଜାଣନ୍ତୁ ପ୍ରକୃତ କଥା କଣ
- ସୋଭନା ମହାନ୍ତି ହେଲେ ମହିଳା କମିଶନର ଅଧ୍ୟକ୍ଷା
- ଆଗାମୀ ୫ ଦିନ ମଧ୍ୟରେ ଭୀଷଣ ବର୍ଷା, ବଜ୍ରପାତ ଓ ପବନ ନେଇ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ
- କଂଗ୍ରେସର ସପ୍ତାହବ୍ୟାପୀ ନାରୀ ନ୍ୟାୟଯାତ୍ରା, କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗକୁ ରାଜ୍ୟର ସମସ୍ତ ଥାନା ଘେରାଉ ହେବ : ଭ...
ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର, 23 ଜାନୁଆରି:- ଓଡିଶା ବିଧାନସଭା ପରିସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଅନ୍ୟ ଅତିଥିମାନେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାର୍ଲ୍ୟାପଣ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଭାରତମାତା ଆଜିର ଦିନରେ ଦୁଇ ଶ୍ରେଷ୍ଠ ସନ୍ତାନ ଜନ୍ମ ଦେଇଥିଲା । ଜଣେ ବୀର ସୁରେନ୍ଦ୍ର ସାଏ ଏବଂ ଅନ୍ୟ ଜଣେ ନେତାଜୀ ସୁବାସଚନ୍ଦ୍ର ବୋଷ । ଉଭୟ ଓଡିଶାରେ ଜନ୍ମ ଗ୍ରହଣ କରିଥିଲେ । ପ୍ରଥମ ସ୍ୱାଧୀନତା ଆନ୍ଦୋଳନର 28 ବର୍ଷ ପୂର୍ବରୁ ବୀର ସୁରେନ୍ଦ୍ର ସାଏ ଭାରତମାତାର ରକ୍ଷା ପାଇଁ ଲଢେଇ ଆରମ୍ଭ କରିଥିଲେ । ସ୍ୱାଧୀନତା ଆନ୍ଦୋଳନର ଭିତ୍ତିଭୂମି ବୀର ସୁରେନ୍ଦ୍ର ସାଏ ପକେଇଥିବା ବେଳେ ନେତାଜୀ ଏହାର ମୁଣ୍ଡି ମାରିଥିଲେ । ସ୍ୱାଧୀନତା ସଂଗ୍ରାମୀ ମାନେ ଯେଉଁ ନୂତନ ଭାରତ ଏବଂ ଓଡ଼ିଶାର ସ୍ବପ୍ନ ଦେଖିଥିଲେ ଆମେ ତାକୁ ସାକାର କରିବୁ । 12 ବର୍ଷ ପରେ ଓଡିଶା ଗଠନକୁ 100 ବର୍ଷ ଏବଂ 24 ବର୍ଷ ପରେ ଭାରତ ସ୍ୱାଧୀନ ହେବାକୁ 100 ବର୍ଷ ପୂର୍ତ୍ତି ହେବ । ତେଣୁ ସମୃଦ୍ଧ ଭାରତ ଏବଂ ଓଡିଶା ଗଠନ କରିଲେ ତାହା ଉଭୟ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ଶେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସୁରେଶ ପୂଜାରୀ କହିଛନ୍ତି ।