Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଆଜି ପହଞ୍ଚିବେ ନବନିଯୁକ୍ତ ରାଜ୍ୟପାଳ
FMNEWS.IN
02-01-2025
(FMNews):-- ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଆଜି ଗୁରୁବାର ଓଡ଼ିଶାରେ ପହଞ୍ଚିବେ। ୩ ତାରିଖ ଶୁକ୍ରବାର ସେ ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁଯାୟୀ, ଡ. ହରିବାବୁ ଗୁରୁବାର ଅପରାହ୍ନ ୨ଟାରେ ବ ସେ ନ ଶ୍ଵ ର ବି ମ । ନ ବ ନ୍ଦ ର 6 ର ପହଞ୍ଚିବେ। ଏଠାରେ ପହଞ୍ଚିବା ପରେ ସେ କିଛି ଲୋକଙ୍କୁ ସାକ୍ଷାତ କରିବେ । ଏହାପରେ ସେ ପୁରୀ ଗସ୍ତ କରିବେ। ପୁରୀ ରାଜଭବନରେ ସେ ରାତ୍ରିଯାପନ କରିବେ। ଶୁକ୍ରବାର ସକାଳେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ମହାପ୍ରଭୁଙ୍କ ଦର୍ଶନ ସାରି ନବନିଯୁକ୍ତ ରାଜ୍ୟପାଳ ଭୁବନେଶ୍ୱର ଆସିବେ। ପୂର୍ବାହ୍ନ ୧୦ଟା ୧୫ ମିନିଟରେ ରାଜଭବନର ନ୍ୟୁ ଅଭିଷେକ ହଲ୍ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ରାଜ୍ୟପାଳ ଭାବେ ତାଙ୍କୁ ଶପଥ ଗ୍ରହଣ କରାଇବେ ।