Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଆଜି ପହଞ୍ଚିବେ ନବନିଯୁକ୍ତ ରାଜ୍ୟପାଳ
FMNEWS.IN
02-01-2025
(FMNews):-- ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଆଜି ଗୁରୁବାର ଓଡ଼ିଶାରେ ପହଞ୍ଚିବେ। ୩ ତାରିଖ ଶୁକ୍ରବାର ସେ ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁଯାୟୀ, ଡ. ହରିବାବୁ ଗୁରୁବାର ଅପରାହ୍ନ ୨ଟାରେ ବ ସେ ନ ଶ୍ଵ ର ବି ମ । ନ ବ ନ୍ଦ ର 6 ର ପହଞ୍ଚିବେ। ଏଠାରେ ପହଞ୍ଚିବା ପରେ ସେ କିଛି ଲୋକଙ୍କୁ ସାକ୍ଷାତ କରିବେ । ଏହାପରେ ସେ ପୁରୀ ଗସ୍ତ କରିବେ। ପୁରୀ ରାଜଭବନରେ ସେ ରାତ୍ରିଯାପନ କରିବେ। ଶୁକ୍ରବାର ସକାଳେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ମହାପ୍ରଭୁଙ୍କ ଦର୍ଶନ ସାରି ନବନିଯୁକ୍ତ ରାଜ୍ୟପାଳ ଭୁବନେଶ୍ୱର ଆସିବେ। ପୂର୍ବାହ୍ନ ୧୦ଟା ୧୫ ମିନିଟରେ ରାଜଭବନର ନ୍ୟୁ ଅଭିଷେକ ହଲ୍ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ରାଜ୍ୟପାଳ ଭାବେ ତାଙ୍କୁ ଶପଥ ଗ୍ରହଣ କରାଇବେ ।