Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଓଡିଶା ବିଧାନସଭାର ବଜେଟ ଅଧିବେଶନ ଫେବୃଆରୀ 13ରୁ
FMNEWS.IN
22-01-2025
(FMNews):-- ଓଡିଶା ବିଧାନସଭାର ବଜେଟ୍ ଅଧିବେଶନ ଫେବ୍ରୁଆରୀ 13ରୁ ଆରମ୍ଭ ହେବ । ବଜେଟ ଅଧିବେଶନ ଏପ୍ରିଲ୍ 5 ଯାଏଁ ଚାଲିବ । ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ପ୍ରଦାନ କରିବେ । ସେହିପରି ଫେବ୍ରୁଆରୀ 17ରେ 2025-26ର ଆର୍ଥିକ ବଜେଟ୍ ଉପସ୍ଥାପନ ହେବ
ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ 13ରୁ ଆରମ୍ଭ ହୋଇ 21ରେ ଶେଷ ହେବ । ସେହିପରି ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ 7ରୁ ଆରମ୍ଭ ହୋଇ ଏପ୍ରିଲ୍ 5ରେ ଶେଷ ହେବ । ବ୍ୟୟ ମଞ୍ଜୁରି ବିଲ୍ ମାର୍ଚ୍ଚ 29ରେ ପାରିତ ହେବ ।