Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଲୋକାଭିମୁଖୀ ବଜେଟ-ମୁଖ୍ୟମନ୍ତ୍ରୀ
FMNEWS.IN
01-02-2025
ଭୁବନେଶ୍ୱର, 1 ଫେବ୍ରୁଆରି କେନ୍ଦ୍ରୀୟ ବଜେଟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିକଶିତ ଭାରତର ସ୍ଵପ୍ନକୁ ସାକାର କରିବା ପାଇଁ ଆଜି ଲୋକାଭିମୁଖୀ ବଜେଟ ଉପସ୍ଥାପନ କରାଯାଇଛି। ଚଳିତ ବଜେଟ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଏମଏସଏମଇ, ପୁଞ୍ଜି ନିବେଶ, ଅନୁସନ୍ଧାନ, ନିଯୁକ୍ତି ଭଳି କ୍ଷେତ୍ରକୁ ବିଶେଷ ଗୁରୁତ୍ଵ ଦିଆଯାଇଛି। ଦେଶର ମଧ୍ୟବିତ୍ତ ଏବଂ ନିମ୍ନ ଆୟ ବର୍ଗଙ୍କ ଆବଶ୍ୟକତାକୁ ଗୁରୁତ୍ଵ ଦେଇ ସେମାନଙ୍କ ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ କରିବା ନିମନ୍ତେ ବଜେଟରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦେଶର ସାଧାରଣ ନାଗରିକଙ୍କ ହିତ ପାଇଁ ଏଭଳି ଏକ ଐତିହାସିକ ବଜେଟ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। ଏହା ଭାରତର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ସହ ବିକଶିତ ଭାରତ ନିର୍ମାଣରେ ନିଶ୍ଚୟ ସହାୟକ ହେବ।