- ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଦାବି ଅଗଷ୍ଟ ୭ରେ ପୁରୀ ଜିଲ୍ଲାରେ ବିଜେଡିର ୬ ଘଣ୍ଟିଆ ହରତାଳ
- ସୌମ୍ୟାଶ୍ରୀ ମୃତ୍ୟୁକୁ ନେଇ ଦୁଇ ଏବିଭିପି ସଦସ୍ୟଙ୍କ ଗିରଫ ଘଟଣା -ବିଜେପି ଷଡଯନ୍ତ୍ରକାରୀ, ଏବିଭିପି ହତ୍ୟାକାରୀ: ବିଜେ...
- ଦିବଗଂତା ବଳଙ୍ଗା ପୀଡ଼ିତା, ଏଫଏମ ସ୍ଵୟଂଶାସିତ ମହା ବିଦ୍ୟାଳୟର ପୀଡ଼ିତା ଓ ଧର୍ମଶାଳା ବିଧାୟକଙ୍କ ଦ୍ୱାରା ଅତ୍ୟାଚାରିତ...
- ଆଦିବାସୀ ସମାଜର ଉନ୍ନତି ପାଇଁ ଶିବୁ ସୋରେନଙ୍କ ଅବଦାନ ସର୍ବଦା ସ୍ମରଣୀୟ - ଭକ୍ତ ଦାସ
- କଂଗ୍ରେସର ବଳଙ୍ଗା ଓ ଭୋଗରାଇ ନାରୀ ନ୍ୟାୟ ଯାତ୍ରା ୧୨ ଏବଂ ୧୪ ରେ
ରାଜ୍ୟ ସରକାର ମହିଳା ସୁରକ୍ଷା ନେଇ ଚିନ୍ତାଶୂନ୍ୟ : କଂଗ୍ରେସ ପ୍ରଭାରୀ

ଭଦ୍ରକ: - ଜିଲ୍ଲା କଂଗ୍ରେସର କର୍ମୀ ସମ୍ମିଳନୀ ସ୍ଥାନୀୟ ସହିଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଦଳର ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲୁ ଯୋଗ ଦେଇଥିଲେ। ବାସୁଦେବପୁର ବିଧାୟକ ଆଶୋକ ଦାସ, ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ନାରୀ ନେତ୍ରୀ ମଧୁମିତା ସେଠୀ, ନବଜ୍ୟୋତି ପଟ୍ଟନାୟକ, ପ୍ରାକ୍ତନ ବିଧାୟକ କୁମାର ଚିରଞ୍ଜିବ, ଅମୀୟ ମହାପାତ୍ର, ରଂଜନ ବେହେରା, ଅସିତ୍ ପଟ୍ଟନାୟକ , ଯୁବନେତା ଦେବରୂପ ମହାନ୍ତି, ନଳିନୀ ମହାନ୍ତି, ସୁବ୍ରତ ଦାସ, ରାଜେନ୍ଦ୍ର ଯେନା, ବଳରାମ ରାଉତ ଙ୍କ ସମେତ ସମସ୍ତ ବିଧାନସଭା କ୍ଷେତ୍ରର ନେତା ଓ କର୍ମକର୍ତା ଯୋଗ ଦେଇଥିଲେ । ଏହି ସମ୍ମିଳନୀ ରେ ରାଜ୍ୟ ସରକାର ଙ୍କ ଉପରେ ବର୍ଷିଥିଲେ ଅଜୟ ଲୁଲୁ। ଓଡିଶା ରେ ମହିଳା ଓ ଝିଅ ସୁରକ୍ଷିତ ନୁହଁନ୍ତି । ସରକାରୀ ତଥ୍ଯ ଅନୁସାରେ ରାଜ୍ୟରେ ହଜାର ହଜାର ସଂଙ୍ଖ୍ୟାରେ ମହିଳା ନିଖୋଜ ଥିବା ବେଳେ ଗୃହ ବିଭାଗ କରୁଛି କଣ ବୋଲି ପ୍ରଶ୍ନ କରିଥିଲେ ଶ୍ରୀ ଲୁଲୁ । ବିଧାନସଭାରେ ସମ୍ପର୍କରେ କଂଗ୍ରେସ ବିଧାୟକ ପଚାରିଥିବା ପ୍ରଶ୍ନର ଜବାବ ମଧ୍ୟରଖୁନାହାନ୍ତି ସରକାର। ଏଣୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ମହିଳା ଓ ଶିଶୁଙ୍କ ସୁରକ୍ଷାଚିନ୍ତା ନାହିଁ ବୋଲି ସେ ଆରୋପ କରିଥିଲେ। ରାଜ୍ୟରେ ମହିଳା ସୁରକ୍ଷା ପାଇଁ ଆଗାମୀ ୨୭ ତାରିଖରେ କଂଗ୍ରେସ ଦଳ ପକ୍ଷରୁ ବିଧାନସଭା ଘେରାଉ କରାଯିବ ଓ ଭଦ୍ରକ ଜିଲାରୁ ବିପୁଳ ସଂଖ୍ୟାରେ କଂଗ୍ରେସ କର୍ମୀ ଏଥିରେ ଯୋଗଦେବେ ବୋଲି ଦଳୀୟ ନେତାମାନେ କହିଥିଲେ।