- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
- ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
- ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ, ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ : କଂଗ୍ରେସ
ଚାଷୀଙ୍କ ପାଇଁ ଓକିଲ ହେବେ ରାଜ୍ୟ ସରକାର ଚାଷୀଙ୍କୁ ଠକି ପାରିବେନି ବୀମା କମ୍ପାନୀ- ସୁରେଶ ପୂଜାରୀ
(FMNews): ଚାଷୀଙ୍କ ପାଇଁ ଓକିଲ ହେବେ ରାଜ୍ୟ ସରକାର । ରାଜସ୍ବ ମନ୍ତ୍ରୀ ବି କରିବେ ଓକିଲାତି । ଚାଷୀଙ୍କୁ ଠକି ପାରିବେନି ବୀମା କମ୍ପାନୀ । ଧାନ ଚାଷ ଆରମ୍ଭ ଠାରୁ ମଣ୍ଡି ଆଡ଼କୁ ମୁଁହାଇବା ପର୍ଯ୍ୟନ୍ତ ବୀମା ପରିସର ଭୁକ୍ତ ହେବା କଥା । ଅତୀତରେ ବୀମା କମ୍ପାନୀ ମାନେ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ । ବିଜେପି ସରକାର ସମୟରେ ବୀମା କମ୍ପାନୀ ମାନେ କ୍ଷତିପୂରଣ ନଦେଲେ କଡ଼ା ଆକ୍ସନ ହେବ ବୋଲି ଗ୍ରାଉଣ୍ଡ ଜିରୋରେ ସ୍ଥିତି ଦେଖିବା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି। କେବଳ ଧାନ ନୁହେଁ ପନିପରିବା, କପା ଓ ଚିନାବାଦାମ ମଧ୍ୟ କ୍ଷତି ହୋଇଛି । 2 ଲକ୍ଷ ଚାଷୀ ବୀମା କମ୍ପାନୀ ନିକଟରେ ଅଭିଯୋଗ ଶୁଣାଇ ସାରିଲେଣି । 1 ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଅବଧି ବଢ଼ାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ସମବାୟ ସଚିବ । ପନିପରିବା ଓ କପା ଚାଷୀ ବୀମା କରିନାହାନ୍ତି । ତେଣୁ ବୀମା କରିନଥିବା ଚାଷୀଙ୍କୁ ସହାୟତା ଦେବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଜି ଜିଲ୍ଲା ସ୍ତରର କ୍ଷୟକ୍ଷତି ରିପୋର୍ଟ ଆସିଯିବ । ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି, କେହି ଚାଷୀ ଯେମିତି କ୍ଷତିପୂରଣ ପାଇବାରୁ ବାଦ ପଡ଼ିବେନି । ଅଦିନିଆ ବର୍ଷା କ୍ଷୟକ୍ଷତି ପ୍ରାକୃତିକ ବିପର୍ଯ୍ୟୟ ପରିଧି ଭିତରେ ନାହିଁ । ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ପରିଧି ଭିତରକୁ ଆଣିବା ପାଇଁ ଅଧ୍ୟୟନ ଆରମ୍ଭ କରିଛନ୍ତି ସରକାର । ବୀମା କରୁଥିବା ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ବୀମା କମ୍ପାନୀ ଗୁଡ଼ିକ ସହ ସରକାର ସମ୍ପର୍କରେ ଅଛନ୍ତି । ଯେଉଁମାନେ ବୀମା କରିନାହାନ୍ତି କିମ୍ବା ଭାଗ ଚାଷୀ । ସେମାନଙ୍କୁ ସିଧାସଳଖ ସହାୟତା ଦେବା ପାଇଁ ସରକାର ବିଚାର କରୁଛନ୍ତି । ସମସ୍ତଙ୍କୁ ସହଯୋଗ ରାଶି ଯୋଗାଇ ଦିଆଯିବ । ଓଦା ହୋଇଥିବା ଧାନକୁ ଚାଷୀ ଶୁଖାଇ ବିକ୍ରି କଲା ବେଳେ ଏଫଏକ୍ୟୁମାନକୁ କୋହଳ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।