- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
- ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
- ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ, ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ : କଂଗ୍ରେସ
ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧ୍ୱନିୟମ, 1989 ରେ ସଂଶୋଧନ ପ୍ରସ୍ତାବକୁ ଓଡିଶା ରାଜ୍ୟ କ୍ୟାବିନେଟ ର ଅନୁମୋଦନ
FM News
ଭୁବନେଶ୍ୱର, 22 ଜାନୁଆରି:ଓଡିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥା କୁ ଦୃଢ କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପରେ ରାଜ୍ୟ କ୍ୟାବିନେଟ୍ ଓଡିଶା ବିଶ୍ବବିଦ୍ୟାଳୟ ଅଧ୍ଵନିୟମ, 1989 ରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
ବିଶ୍ବବିଦ୍ୟାଳୟଗୁଡ଼ିକରେ ଏକାଡେମିକ୍ ଉତ୍କର୍ଷ, ଗୁଣାତ୍ମକ ଗବେଷଣା ନିମନ୍ତେ ଏବଂ ଅଧିକ ରୁ ଅଧିକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପ୍ରାପ୍ତି ଦିଗ ରେ ହେଉଥିାବା ସମସ୍ୟା ର ସମାଧାନ କରିବାକୁ ଏହି ସଂଶୋଧନ ର ଲକ୍ଷ୍ୟ ରହିଛି । ସଂଶୋଧନର ମୁଖ୍ୟ ଦିଗଗୁଡ଼ିକ ହେଉଛି ବିଶ୍ବବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଉନ୍ନତି ଆଣିବା, ଅଧିକ ସ୍ବାୟତ୍ତତା ସହିତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସଶକ୍ତ କରିବା ତଥା ଉତ୍ତରଦାୟିତ୍ଵ ବଜାୟ ରଖୁବା ଏବଂ ଅଧ୍ୟାପକ ନିଯୁକ୍ତି ଓ କୁଳପତି ଚୟନ ପ୍ରକ୍ରିୟାରେ ଏକାଡେମିକ୍ ପ୍ରଫେସନାଲମାନଙ୍କୁ ଜଡିତ କରିବା, ସିନେଟ, ଅର୍ଥ କମିଟି ଏବଂ ବିଲ୍ଟିଙ୍ଗ୍ ଓ ନିର୍ମାଣ କମିଟି ଗଠନ ଇତ୍ୟାଦି |
ଏହି ଆଇନରେ ସଂଶୋଧନ କରି ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ସରଳ କରିବା ସହ କୋର୍ଟ ମାମଲା ହେତୁ ଶିକ୍ଷକ ନିଯୁକ୍ତିରେ ଆସିଥିବା ସ୍ଥାଣୁତା ଦୂର କରିବାକୁ ଲକ୍ଷ୍ୟ ରଖୁଛନ୍ତି। ନିଯୁକ୍ତି ପାଇଁ ଅଧିନକ ସ୍ବଚ୍ଛ ଏବଂ ସମୟ ସୀମା ବଦ୍ଧ ପ୍ରଣାଳୀ ସୃଷ୍ଟି କରିବାକୁ ଏହି ପରିବର୍ତ୍ତନଗୁଡିକ ପରିକଳ୍ପନା କରାଯାଇଛି |
ଏହି ସଂଶୋଧନ ଜାତୀୟ ଶିକ୍ଷାନୀତି, 2020 ର ପରିବର୍ତ୍ତନଶୀଳ ଦିଗଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରିଛି - ଯେପରିକି ବହୁମୁଖୀ ଶିକ୍ଷା ଉପରେ ଗୁରୁତ୍ବ, ନିଯୁକ୍ତି ପାଇଁ ଦକ୍ଷତା ବିକାଶ ଏବଂ ଦୂରତା ଶିକ୍ଷା ଇତ୍ୟାଦି ମାଧ୍ୟମରେ ଅଧିାକ ରୁ ଅଧିକ ଛାତ୍ରଛାତ୍ରୀ ମାନେ ଯେପରି ଉଚ୍ଚ ଶିକ୍ଷା ହାସଲ କରିବେ |