ଭାରତ ବର୍ଷର ଶ୍ରେଷ୍ଠ ରାଜ୍ୟରେ ପରିଣତ ହେବ ଓଡ଼ିଶା- ମୁଖ୍ୟମନ୍ତ୍ରୀ

FMNEWS.IN 09-01-2025
Odisha will become the best state of India this year: CM

ଭୁବନେଶ୍ୱର, 9 ଜାନୁଆରି - ଭାରତ ବର୍ଷର ଶ୍ରେଷ୍ଠ ରାଜ୍ୟରେ ପରିଣତ ହେବ ଓଡ଼ିଶା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ, ଓଡ଼ିଶାର ଦାବି ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଙ୍ଗେ ସଙ୍ଗେ ପୁରା କରି ଦେଉଛନ୍ତି । ନରେନ୍ଦ୍ର ମୋଦୀଙ୍କ ଆଜିର ବାର୍ତା ଦ୍ଵାରା ବିକାଶ କାମରେ ଆଜି ଇଞ୍ଜିନର ଷ୍ଟାର୍ଟ ହେଇଗଲା । ପ୍ରଧାନମନ୍ତ୍ରୀ ଆଜି ପୁଞ୍ଜି ନିବେଶକରିଙ୍କୁ ବାର୍ତା ଦେଇ ଦେଲେ।

ଭାରତ ବର୍ଷର ଶ୍ରେଷ୍ଠ ରାଜ୍ୟରେ ପରିଣତ ହେବ । ଓଡ଼ିଶାକୁ ଅର୍ଥନୀତି ଓ ଶିଳ୍ପ କ୍ଷେତ୍ରରେ ଆଗକୁ ନେବା ପାଇଁ ଆଜିଠୁ ଆମେ ସେଇ ରାସ୍ତାରେ ଯିବା ଆରମ୍ଭ କରିଛୁ । ନୂଆ ସରକାର ଆସିବା ପରେ ଯେଉଁ ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ନେଇ ଆଗକୁ ବଢୁଛୁ ତାହା ଆଜିର ଦିନରେ ବେଶ ଗୁରୁତ୍ବପୁର୍ଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମକୁ ଶକ୍ତି ଦେଇଛନ୍ତି ଏବଂ ଆଗକୁ ବଢିବା ସାହସ ଦେଇଛନ୍ତି। ଆଜିର ଓଡ଼ିଶା ଯେଉଁ ସ୍ଥିତିରେ ଅଛି ତାକୁ ନୂଆ ଓଡ଼ିଶା ରୂପରେ ଗଢ଼ିବା ପାଇଁ ଯେଉଁ ଯୋଜନା ଥିଲା। ସମୃଧ ଓଡ଼ିଶା ଗଢ଼ିବା ନେଇ ଯେଉଁ କଳ୍ପନା ଥିଲା। ତା ସହିତ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଗଢ଼ିବା ନେଇ ଯେଉଁ ସଂକଳ୍ପ ନେଇଛନ୍ତି।

ନରେନ୍ଦ୍ର ମୋଦୀଙ୍କ ଆଜିର ବାର୍ତା ଦ୍ଵାରା ବିକାଶ କାମରେ ଆଜି ଇଞ୍ଜିନର ଷ୍ଟାର୍ଟ ହେଇଗଲା। ପ୍ରଧାନମନ୍ତ୍ରୀ ଆଜି ଇଞ୍ଜିନ ଷ୍ଟାର୍ଟ କରିଦେଲେ। ଓଡ଼ିଶାର ବିଭିନ୍ନ ସେକଟର ଯେମିତି ଆଇଟି, ଇଣ୍ଡଷ୍ଟ୍ରି ସେକଟର, କୃଷି କ୍ଷେତ୍ରରେ, ପେଟ୍ରିକେମିକାଲ, ପୋର୍ଟ ବେଶ ଇଣ୍ଡଷ୍ଟ୍ରି, ମାଇନ୍ସ ବେଶ ଇଣ୍ଡଷ୍ଟ୍ରିରେ ପୁଞ୍ଜି ବିନିଯୋଗ କାଟିବା ପାଇଁ ଓଡ଼ିଶାରେ ବହୁତ ସୁଯୋଗ ଅଛି। ଆଜି ପ୍ରଧାନମନ୍ତ୍ରୀ ବିଶ୍ଵକୁ ଓଡ଼ିଶାକୁ ନେଇ ବଡ ବାର୍ତ୍ତା ଦେଲେ। ବିଦେଶୀ ନିବେଶ ଯେଉଁମାନେ ଓଡ଼ିଶାକୁ ଆସିଛନ୍ତି। ଆଗାମୀ ଦିନରେ ସେମାନେ ଉକର୍ସ ଓଡ଼ିଶା କନକ୍ଲେଭରେ ମଧ୍ୟ ଆସିବେ। ପ୍ରଧାନମନ୍ତ୍ରୀ ଆଜି ପୁଞ୍ଜି ନିବେଶକରିଙ୍କୁ ବାର୍ତା ଦେଇ ଦେଲେ।

ନୂଆ ସରକାରକୁ ଛଅ ମାସ ଭିତରେ ବହୁତ ଶକ୍ତି ମିଳିଛି। ତା ସହିତ ଆଗକୁ ବଢିବା ପାଇଁ ଆହୁରି ଗତି ମିଳିଗଲା। ଓଡ଼ିଶାକୁ ଅର୍ଥନୀତି ଓ ଶିଳ୍ପ କ୍ଷେତ୍ରରେ ଆଗକୁ ନେବା ପାଇଁ ଆଜିଠୁ ଆମେ ସେଇ ରାସ୍ତାରେ ଯିବା ଆରମ୍ଭ କରିଛୁ। ଆଗାମୀ ଦିନରେ ସଫଳ ହେବୁ। ଭାରତ ବର୍ଷର ଶ୍ରେଷ୍ଠ ରାଜ୍ୟରେ ପରିଣତ ହେବୁ।

ଓଡ଼ିଶାରେ ପର୍ଯ୍ୟଟନ ସହିତ ତାର ଭିତ୍ତିଭୂମି କିଭଳି ବଢିବ। ଲୋକଙ୍କ ଆୟ କିଭଳି ବଢିବ। ସେନେଇ ପଦକ୍ଷେପ ଗ୍ରହଣ କରାଯିବ। ଓଡ଼ିଶା ଏକ ଜନଜାତି ବହୁଳ ଅଞ୍ଚଳ। ପଛୁଆ ବର୍ଗର ଲୋକ ମଧ୍ୟ ଅଚନ୍ତି। ଓଡ଼ିଶାରେ ଶିଳ୍ପ ସହିତ ଲୋକଙ୍କର ଜୀବନଶୈଳୀ ପରିବର୍ତ୍ତନ କରିବା ତଥା ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ କାମ କାଟିବା ପାଇଁ ପଡିବ। ତଳ ସ୍ତତରେ ଥିବା ଲୋକ ଆଗକୁ କିଭଳି ବଢ଼ିବେ। ସେ ଦିଗରେ ପଦକ୍ଷେପ ନେବାର ଆବଶ୍ୟତା ରହିଛି। ଆମେ କାମରେ ବିଶ୍ୱାସ କରୁ। ଆଜି ଯାହା ପ୍ରତିଶ୍ରୁତି ଦେଉଚୁ ତାକୁ ପୁରଣ କରିବୁ। ଗରିବ, ପଚୁଆ ଓ ଅର୍ଥନୀତିରେ ଯେଉଁମାନେ ପଛୁଆ ଅଛନ୍ତି, ସେମାନଙ୍କୁ ଆଗକୁ ନେବା ପାଇଁ ଗୋଟିଏ ଗୋଟିଏ ମିନିଟ କାର୍ଯ୍ୟକ୍ରମ କରୁଛୁ। ଓଡ଼ିଶାର ଭିତ୍ତିଭୂମି ଯାହା ଅଛି ଆମେ ବହୁତ୍ ଆଗକୁ ଯିବୁ । ଓଡ଼ିଶାରେ ଡବଲ ଇଞ୍ଜିନର ସରକାର। କେନ୍ଦ୍ର ସରକାରଙ୍କ ଫୋକସରେ ରହୁଚି ଓଡ଼ିଶା। ଭାରତର ପୂର୍ବଦୟ ଉପରେ ଗୁରୁତ୍ବ ଦେଉଛନ୍ତି। ଭାରତର ପୂର୍ବଦୟର ରାଜ୍ୟ ହେଉଛି ଓଡ଼ିଶା। ନରେନ୍ଦ୍ର ମୋଦୀ ନିଜେ ପୂର୍ବଦୟର କଥା କହିଛନ୍ତି। ଓଡ଼ିଶାର ବିଭିନ୍ନ ବିଭାଗ ଓ ବିଭିନ୍ନ କ୍ଷେତ୍ରରେ ଅନେକ କାମ ରହିଛି। ସେଥିପାଇଁ ଆମେ ଯେତେବେଳେ କେନ୍ଦ୍ର ସରକାରଙ୍କୁ ସରକାରଙ୍କୁ ଚିଠି ଲେଖୁଛି। ତୁରନ୍ତ ଆମ କାମ ପ୍ରଧାନମନ୍ତ୍ରୀ ପୁରା କରି ଦେଉଛନ୍ତି। ଅନେକ କ୍ଷେତ୍ରରେ ଆମେ ସଫଳ ହୋଇ ସାରିଲୁଣି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।