- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ସମ୍ବଲପୁର ବିଶ୍ଵବିଦ୍ୟାଳୟକୁ କେନ୍ଦ୍ରୀୟ ମାନ୍ୟତା ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ଦାବୀ
ସମ୍ବଲପୁର:-ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ୧୯୯୦ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ଜ୍ୟୋତି ବିହାର ଠାରେ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ବିଭିନ୍ନ ବିଭାଗରେ ପଢିଥିବା ଦେଶ ତଥା ବିଦେଶରେ ଅବସ୍ଥାପିତ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ସଭାକୁ କେନ୍ଦ୍ରୀୟ ବିଦ୍ୟାଳୟ ୯୦ ସଂଘର ଆବାହକ ସୁରେଶ କର ସ୍ଵାଗତ ଭାଷଣ ସହ ପ୍ରାରମ୍ଭ କରିଥିଲେ । ପୁରାତନ ବନ୍ଧୁବାନ୍ଧବୀ ମାନେ ନିଜ ନିଜ ଭିତରେ ପରିଚୟ ତଥା ଭାବ ଆଦାନ ପ୍ରଦାନ କରିଥିଲେ । ଏହି ସଭାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର କୁଳପତି ପ୍ର. ବିଧୁଭୂଷଣ ମିଶ୍ର ମୁଖ୍ୟ ଅତିଥି ଓ କୁଳସଚିବ ଡ. ନୃପରାଜ ସାହୁ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପୂରାତନ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ସମ୍ବଳ ଓ ଏହାର ଉତ୍ତରୋତ୍ତର ଉନ୍ନତି ପାଇଁ ତାଙ୍କ ସହଯୋଗ ନିତାନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସମ୍ବଲପୁର ବିଶ୍ଵବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ମାନ୍ୟତା ପ୍ରଦାନ ପାଇଁ ଦାବୀ ଜୋର୍ ଧରିଥିଲା ଓ ଏଥିପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରା ଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ସମ୍ବଲପୁର ବିଶ୍ୱବିଦ୍ୟାଳୟ ପୂରାତନ ଛାତ୍ରଛାତ୍ରୀଙ୍କ ଏଭଳି ବନ୍ଧୁମିଳନ ପାଇଁ ସମସ୍ତ ପ୍ରକାର ସହଯୋଗର ହାତ ବଢ଼ାଉଥିବାରୁ କୁଳପତି ପ୍ରଫେସର ମିଶ୍ର ଓ କୁଳସଚିବ ଡ ସାହୁଙ୍କୁ ଧନ୍ୟବାଦ ଅର୍ପଣ କରା ଯାଇଥିଲା ଏବଂ ଆଗାମୀ ବର୍ଷ ମାନଙ୍କରେ ବି ଏଭଳି ବନ୍ଧୁମିଳନ ଜ୍ୟୋତି ବିହାର କୋଳରେ ହିଁ ଆୟୋଜନ କରାଯାଇ ବିଶ୍ଵବିଦ୍ୟାଳୟ ର ଉନ୍ନତି କଳ୍ପେ ସବୁପ୍ରକାର ସହଯୋଗ କରିବାକୁ ଜେଭି ୯୦ ସଂଘର ର ସଭ୍ୟସଭ୍ୟା ମନେ ମତ ଦେଇଥିଲେ।