BIG NEWS
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ, ଏମ୍ସରେ ଭର୍ତ୍ତି

କାହାର ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଆଦିବାସୀ ମହିଳାଙ୍କ ପ୍ରତି ପୋଲିସର ବର୍ବୋରଚିତ ବ୍ୟବହାର: ଏନଏଚଆରସିଙ୍କ ନିକଟରେ ଅଭିଯୋଗ

FMNEWS.IN 25-01-2025
On whose orders was the police brutality against tribal women in the Chief Minister's constituency: Complaint filed with NHRC

କେନ୍ଦୁଝର, ୨5 ଜାନୁଆରୀ- କେନ୍ଦୁଝରରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ଏହି ଅଜବ ଘଟଣା ଦେଖିବାକୁ ମିଳିଛି ଏସାର ମୀନମେଟ କମ୍ପାନୀର ଜନଶୁଣାଣୀ କାର୍ଯ୍ୟକ୍ରମରେ । ଯେଉଁଠାରେ ପୋଲିସ ଓ ପ୍ରଶାସନ କମ୍ପାନୀର ଏଜେଣ୍ଟ ସାଜିଥିବା କୁହାଯାଇଛି । ଯେଉଁଥି ପାଇଁ କମ୍ପାନୀ ସମର୍ଥନରେ ଆଦିବାସୀ ମହିଳାଙ୍କ ପ୍ରତି ପୋଲିସର ବର୍ବରତା ସୀମା ଟପିଥିବା ଦେଖିବାକୁ ମିଳିଛିି। ଅବଶ୍ୟ ଏହା ପଛରେ କୌଣସି ରାଜନୈତିକ କିମ୍ବା ଉପରମହଲର ସମର୍ଥନ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ହେଉଛି ଯେ ଏହା ଖୋଦ ଆମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଘଟଣା । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ, ସର ତହସିଲର ମହାେଇଯୋଡା ମୌଜା ଅନ୍ତର୍ଗତ ଟିକରପଡା ଠାରେ ଏସାର ମୀନମେଟ କମ୍ପାନୀ ବାର୍ଷିକ ୧୪.୩ ଏମଟିପିଏକ୍ଷମତା ବିଶିଷ୍ଟ ଆଇରନ ଓର ବେନିଫିକେସନ ପ୍ରକଳ୍ପ ନିମନ୍ତେ ୨ ଏକର ଜମି ଆବଶ୍ୟକ କରୁଛି । ସେଥିପାଇଁ ଗତ ଶନିବାର ଦିନ ମହାେଇଯୋଡା ପଂଚାୟତରେ ଏକ ଜନଶୁଣାଣୀ ଅନୁଷ୍ଠିତ ହୋଇଛି। ଏହି ପ୍ରକଳ୍ପ ଦ୍ଵାରା ମୁଖ୍ୟତଃ ଭାବେଟିକରପଡା ଓ କାଗଡ ଗ୍ରାମର ଲୋକମାନେ ହିଁ ପ୍ରଭାବିତ ହେଉଛନ୍ତି । ସଂପୃକ୍ତ ଅଂଚଳବାସୀ ସେହି ଅଂଚଳରେ ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ଚାଷବାସ କରି ଆରାମରେ ଚଳି ଆସୁଥିବା ବେଳେ ପ୍ରକଳ୍ପ ପ୍ରତିଷ୍ଠା ହେଲେ ବାୟୁ ଓ ଜଳ ବ୍ୟାପକ ପ୍ରଦୂଷଣ ହେବ । ଫଳରେ ଲୋକମାନଙ୍କର ଜୀବନ ଜୀବିକା ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ସେମାନେ ଆଶଙ୍କା କରିଛନ୍ତି।

କରିଛନ୍ତି । ଯେଉଁଥି ପାଇଁ ପ୍ରକଳ୍ପ ପ୍ରତିଷ୍ଠାକୁ ବିରୋଧ କରିଛନ୍ତି । ଏହି ବିରୋଧ ଫଳରେ ପ୍ରଭାବିତ ଗ୍ରାମର ସଂଖ୍ୟାଧିକ ଲୋକଙ୍କୁ ଜନ ଶୁଣାଣୀ ସ୍ଥଳକୁ ଛଡାଯାଇନାହିଁ । କମ୍ପାନୀର ଏଜେଣ୍ଟ ଭଳି ପୋଲିସ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ପ୍ରଭାବିତ ଅଂଚଳର ଶତାଧିକ ମହିଳା ଓ ପୁରୁଷ ଜନ ଶୁଣାଣୀ ସ୍ଥଳକୁ ଯିବା ବେଳେ ରାସ୍ତାରେ ପୋଲିସ ଜୁଲମର ଶୀକାର ହୋଇଛନ୍ତି । ଆଧାରକାର୍ଡର ଆଳ ଦେଖାଇ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରାଯାଇଥିଲା । ପରେ ପୋଲିସ ସେମାନଙ୍କର ଆଧାର କାର୍ଡ ଯାଞ୍ଚ କଲେ ତାପରେ ମଧ୍ୟ ସେମାନଙ୍କୁ ଜନଶୁଣାଣୀ ସ୍ଥଳକୁ ଛାଡି ନଥିବା ସେମାନେ କହିଛନ୍ତି । ଏହି ଅନ୍ୟାୟର

ପ୍ରତିବାଦ କରିଥିବା ମହିଳାଙ୍କୁ ପୋଲିସ ମାଡମାରି ଡ୍ରେନକୁ ପକାଇ ଦେଲେ । ପୋଲିସ ନିର୍ଦ୍ଦୟ ଭାବେ ମାଡ ଓ ଧକ୍କା ଦେବା କାରଣରୁ ଜଣେ ମହିଳା ଚେତାଶୂନ୍ୟ ହେବା ସହ କେତେଜଣ ମହିଳାଙ୍କ ମୁଣ୍ଡ ଫାଟିଲା । ତଥାପି ପୋଲିସ ଜୁଲମର

ପ୍ରତିବାଦ ବନ୍ଦ ହୋଇନଥିଲା । ଫଟୋ ଉଠାଉଥିବା ଲୋକଙ୍କର ମୋବାଇଲ ପୋଲିସ ଛଡାଇ ନେବା ସହ କେତେକକୁ ଭାଙ୍ଗି ଦେଇଥିବା ମହିଳାମାନେ

ଅଭିଯୋଗ କରିଛନ୍ତି । ଜନଶୁଣାଣୀସ୍ଥଳକୁ ଅନ୍ୟ ଅଞ୍ଚଳର ଲୋକଙ୍କୁ ଆଣାଯାଇ ଜନଶୁଣାଣୀକୁ ସଫଳ କରିବାକୁ ଉ୍ୟମ କରାଯାଇଥିବା ସିଧାସଳଖ କହିଛନ୍ତି ପ୍ରଭାବିତ ଟିକରପଡାର ଗ୍ରାମବାସୀ । ଯେହେତୁ ଜନଶୁଣାଣୀ ଏକ ସାମ୍ବିଧାନିକ ବ୍ୟବସ୍ଥା ସେଥିରେ ପୋଲିସ ହସ୍ତକ୍ଷେପ କରିପାରିବା କଥା ନୁହେଁ । କିନ୍ତୁ, ଏସବୁ ନିର୍ଦ୍ଦୟ କାମ ପାଇଁ ପୋଲିସକୁ କିଏ ନିର୍ଦ୍ଦେଶ ଦେଇଥିଲା ? ଏଭଳି ନୀରପରାଧୀ ଅସହାୟ ପୁରୁଷ ଓ ମହିଳାଙ୍କ ପ୍ରତି ଏତାଦୃଶ୍ୟ ଅମାନବିୟ ବର୍ବୋରଚିତ କାର୍ଯ୍ୟ କରିବାକୁ ପୋଲିସ କିପରି ସାହସ କଲା ? ତା ପୁଣି ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବଚନ ମଣ୍ଡଳୀରେ, ତାହା ହେଉଛି ଏକ ବଡ ପ୍ରଶ୍ନ । ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ କିପରି ଏସବୁ ଅନୈତିକ କାର୍ଯ୍ୟକୁ ଆଖିବୁଜି ସମର୍ଥନ କଲା ତାହା ଉପରେ ଅନେକ ଉଠାଇଛନ୍ତି ପ୍ରଶ୍ନ। ତେବେ କଣ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ନିନ୍ଦିତ କରିବା ଲାଗି କିଛି ପୋଲିସ ଅଧିକାରୀ ଓ ପ୍ରଶାସନ ଅଧିକାରୀଙ୍କ ଏହା ଏକ ସୁଚିନ୍ତିତ ଚକ୍ରାନ୍ତ ନୁହେଁ ତ ? ଯଦି ଏହା ସତ୍ୟ ହୁଏ ତେବେ କେତେଶିଘ୍ର ସଂପୃକ୍ତ ପୋଲିସ ଓ ଜିଳ୍ଲା ପ୍ରଶାସନ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟର ମୁଖିଆ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ କେନ୍ଦୁଝରବାସୀ ଅପେକ୍ଷା କରିଛନ୍ତି । ଯାହା ସ୍ୱଭାବିକ । ପୋଲିସର ମହିଳାଙ୍କ ପ୍ରତି ଏତାଦୃଶ୍ୟ ଅମାନବିୟ ବ୍ୟବହାର ବିରୁଦ୍ଧରେ ମାନବାଧିକାର କର୍ମୀ ନାରାୟଣ ରଥ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପ୍ରମାଣ ସହ ଅଭିଯୋଗ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଉଚିତ ଦଣ୍ଡ ପାଇଁ ନିବେଦନ କରିଛନ୍ତି ।