Breaking News
- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
- ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
- ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ, ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ : କଂଗ୍ରେସ
କୁହୁଡି ପାଇଁ ଗଛରେ ପିଟିହେଲା କାର, ଜଣେ ମୃତ
FMNEWS.IN
25-01-2025
ଭୁବନେଶ୍ୱର, 25 ଜାନୁଆରି:- ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପୁରୀ ବାଇପାସରେ କୁହୁଡି ପାଇଁ ଗଛରେ ପିଟିହେଲା କାର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନନ୍ତର କରାଯାଇଛି । ଗତ ରାତି ପ୍ରାୟ ସାଢେ ଗୋଟାଏ ସମୟରେ ପୁରୀ ବାଇପାସ ନିକଟରେ ଏହି ଦୁର୍ଘଟଣା ହୋଇଛି । ମୃତକ ହେଲେ କାର ଡ୍ରାଇଭର ସୁନୀଲ ସ୍ୱାଇଁ । ଏକ ବାହାଘର ଭୋଜିରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘନ କୁହୁଡି ପାଇଁ ଦ୍ରୁତଗାମୀ କାରଟି ଗଛରେ ପିଟି ହୋଇଥିଲା । ଫଳରେ ଗାଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଡ୍ରାଇଭରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଖବର ପାଇ ଧଉଳି ଥାନା ଓ ଅଗ୍ନିଶମ ବିଭାଗ ପହଂଚି ଦୁର୍ଘଟଣା ଗସ୍ତ କାର ଉଦ୍ଧାର କରିବା ସହ ଆହତ ମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।