Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
କୁହୁଡି ପାଇଁ ଗଛରେ ପିଟିହେଲା କାର, ଜଣେ ମୃତ
FMNEWS.IN
25-01-2025
ଭୁବନେଶ୍ୱର, 25 ଜାନୁଆରି:- ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପୁରୀ ବାଇପାସରେ କୁହୁଡି ପାଇଁ ଗଛରେ ପିଟିହେଲା କାର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନନ୍ତର କରାଯାଇଛି । ଗତ ରାତି ପ୍ରାୟ ସାଢେ ଗୋଟାଏ ସମୟରେ ପୁରୀ ବାଇପାସ ନିକଟରେ ଏହି ଦୁର୍ଘଟଣା ହୋଇଛି । ମୃତକ ହେଲେ କାର ଡ୍ରାଇଭର ସୁନୀଲ ସ୍ୱାଇଁ । ଏକ ବାହାଘର ଭୋଜିରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘନ କୁହୁଡି ପାଇଁ ଦ୍ରୁତଗାମୀ କାରଟି ଗଛରେ ପିଟି ହୋଇଥିଲା । ଫଳରେ ଗାଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଡ୍ରାଇଭରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଖବର ପାଇ ଧଉଳି ଥାନା ଓ ଅଗ୍ନିଶମ ବିଭାଗ ପହଂଚି ଦୁର୍ଘଟଣା ଗସ୍ତ କାର ଉଦ୍ଧାର କରିବା ସହ ଆହତ ମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।