Breaking News
- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
- ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
- ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ, ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ : କଂଗ୍ରେସ
ଓଡିଶା ପାଇଁ କେନ୍ଦ୍ରୀୟ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ନ ଥିବାରୁ ସମାଲୋଚନା କଲେ ବିରୋଧୀ ଦଳର ନେତା ନବୀନ
FMNEWS.IN
01-02-2025
ଭୁବନେଶ୍ୱର, 1 ଫେବ୍ରୁଆରି ଆଜି ସଂସଦରେ ଆଗତ ହୋଇଥିବା ବଜେଟକୁ ନିରାଶାଜନକ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ । ଓଡିଶା ପାଇଁ କେନ୍ଦ୍ରୀୟ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ନ ଥିବାରୁ ସେ ଏହାକୁ ସମାଲୋଚନା କରିଛନ୍ତି ।
ଶ୍ରୀ ପଟ୍ଟନାୟକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ, ଯୁବକ ମାନଙ୍କର ବେକାରୀ ସମସ୍ୟା ଓ ସାଧାରଣ ଲୋକଙ୍କ ପାଇଁ ଦରଦାମ ବୃଦ୍ଧି ଆଜିର ସବୁଠାରୁ ବଡ ସମସ୍ୟା । ହେଲେ ଏହି ଦୁଇ ସମସ୍ୟାର ସମାଧାନ କରିବାକୁ ବଜେଟରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ।
ଓଡିଶାରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ହେଉଥିବା କାରଣରୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଁ ରାଜ୍ୟ ବାରମ୍ବାର ଦାବି କରି ଆସିଛି । ଅନ୍ୟ ରାଜ୍ୟ ମାନଙ୍କ ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ବେଳେ ଓଡିଶାର ଦାବିକୁ କେନ୍ଦ୍ର ସରକାର ଅଣଦେଖା କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।