Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଓଡିଶା ପାଇଁ କେନ୍ଦ୍ରୀୟ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ନ ଥିବାରୁ ସମାଲୋଚନା କଲେ ବିରୋଧୀ ଦଳର ନେତା ନବୀନ
FMNEWS.IN
01-02-2025
ଭୁବନେଶ୍ୱର, 1 ଫେବ୍ରୁଆରି ଆଜି ସଂସଦରେ ଆଗତ ହୋଇଥିବା ବଜେଟକୁ ନିରାଶାଜନକ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ । ଓଡିଶା ପାଇଁ କେନ୍ଦ୍ରୀୟ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ନ ଥିବାରୁ ସେ ଏହାକୁ ସମାଲୋଚନା କରିଛନ୍ତି ।
ଶ୍ରୀ ପଟ୍ଟନାୟକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ, ଯୁବକ ମାନଙ୍କର ବେକାରୀ ସମସ୍ୟା ଓ ସାଧାରଣ ଲୋକଙ୍କ ପାଇଁ ଦରଦାମ ବୃଦ୍ଧି ଆଜିର ସବୁଠାରୁ ବଡ ସମସ୍ୟା । ହେଲେ ଏହି ଦୁଇ ସମସ୍ୟାର ସମାଧାନ କରିବାକୁ ବଜେଟରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ।
ଓଡିଶାରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ହେଉଥିବା କାରଣରୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଁ ରାଜ୍ୟ ବାରମ୍ବାର ଦାବି କରି ଆସିଛି । ଅନ୍ୟ ରାଜ୍ୟ ମାନଙ୍କ ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ବେଳେ ଓଡିଶାର ଦାବିକୁ କେନ୍ଦ୍ର ସରକାର ଅଣଦେଖା କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।