- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ପାଣ୍ଡିଆନଙ୍କ ନାମକୁ ଗୃହର ବିବରଣୀରୁ ବାଦ ଦିଆଯାଉ – ପ୍ରମିଳା ମଲ୍ଲିକ
ଭୁବନେଶ୍ୱର, 15 ଫେବୃଆରୀ: ବିଧାନସଭାରେ ଶାସକ ଦଳର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ଚାଷୀଙ୍କ ସମସ୍ୟାକୁ ନେଇ ଗୃହ ବନ୍ଦ କରାଯିବାକୁ ନେଇ ବିଜେଡି ବିଧାୟକଙ୍କୁ ଘେରିବା ବେଳେ ପାଣ଼୍ଡିଆନଙ୍କ କଥାରେ ଗୃହ ବନ୍ଦ କରାଯାଉଥିବା ବିଷୟ କହିବା ମାତ୍ରେ ବିଜେଡି ବିଧାୟକ ମାନଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଜୟନାରାୟଣଙ୍କ ବକ୍ତବ୍ୟ ସମୟରେ ମଧ୍ୟ ବିଜେଡି ବିଧାୟକ ମାନେ ଏହାର ପ୍ରତିବାଦ କରିବା ଦେଖିବାକୁ ମିଳିଥିଲା ।
ପରେ ଶ୍ରୀ ମିଶ୍ର କହି ସାରିବା ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଜଣେ ବରିଷ୍ଠ ବିଧାୟକ କାହିଁକି ଏଭଳି ମିଛ ପ୍ରତିକ୍ରିୟା ଦେଉଛନ୍ତି। ଯିଏ ଗୃହରେ ସଦସ୍ୟ ନାହାନ୍ତି ତାଙ୍କ କଥା ଉଠେଇବାର ମାନେ କଣ। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଯିଏ ଗୃହର ସଦସ୍ୟ ନାହାନ୍ତି ତାଙ୍କ ନାମକୁ ଉଲ୍ଲେଖ କରାଯାଇ ପାରିବ ନାହିଁ । ତେଣୁ ଏହାକୁ ବିବରଣୀରୁ ବାଦ ଦେବାକୁ ଶ୍ରୀମତୀ ମଲ୍ଲିକ ଦାବି କରିବା ସହ ଏଥି ପାଇଁ ବାଚସ୍ପତିଙ୍କ ଠାରୁ ରୁଲିଂ ଦାବି କରିଥିଲେ।
ସେ କହିଥିଲେ ଯେ, ଯଦି ଲବିରେ କିଏ ତାଙ୍କୁ କିଛି କହିଛି ତାହାଲେ ବିଧାୟକ ତାର ପ୍ରମାଣ ଦିଅନ୍ତୁ।