- ଗଡସେଙ୍କ ଅନୁଗାମୀ, ମହାତ୍ମାଗାନ୍ଧୀଙ୍କ ଦର୍ଶନକୁ ଧ୍ୱଂସ କରିବାକୁ ଚାହୁଁଛି: ସୂର୍ଯେୱାଲା
- ଓଡ଼ିଶାକୁ ଏକ ନମ୍ୱର ରାଜ୍ୟ କରିବାର ସ୍ବପ୍ନ ଦେଖିଥିଲେ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ :- ମୁଖ୍ୟମନ୍ତ୍ରୀ
- ଅନୁଗୁଳ ଜିଲ୍ଲା କଂଗ୍ରେସର ଟାଟା ପାୱାର ଅଫିସ ଘେରାଊ
- ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ଟାଟା ପାୱାର ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ
- ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା
ଓଲଟିଲା ଯାତ୍ରୀବାହୀ ବସ୍, ୮ ଆହତ
ଖୋର୍ଦ୍ଧା, ୧୬ ଡିସେମ୍ବର - ରବିବାର ବିଳମ୍ବିତ ରାତିରେ ୫୭ ନଂ ରାଜପଥ ବାଘମାରୀ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍ । ବସ ଓଲଟିବା ଫଳରେ ବସରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ଛୋଟ ପିଲା ସମେତ ୮ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଗଞ୍ଜାମ ସୋରଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଚକାଡୋଳା ନାମକ ଯାତ୍ରୀବାହୀ ବସ୍ଟି ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବାଘମାରୀ ନିକଟରେ ରାସ୍ତା କଡ଼ରେ ଥିବା ଏକ ଇଲେକ୍ଟ୍ରିପୋଲ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ତେବେ ଏହି ଦୁର୍ଘଟଣା ରାତି ପ୍ରାୟ ଅଢ଼େଇଟା ସମୟରେ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତ। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ବସ୍ ଜରୁରିକାଳୀନ ଗେଟ୍ ଦେଇ ଯାତ୍ରୀଙ୍କୁ ଉଦ୍ଧାର କରି ବାହାରକୁ ବାହାର କରିଥିଲେ। ଜଣେ ୧୨ ବର୍ଷର ନାବାଳକ ହାତ ତଳେ ଚାପି ହୋଇ ରହିଯାଇଥିଲା। ତେବେ ଶିଶୁଟିର ଜୀବନ ରକ୍ଷା କରିବା ପାଇଁ ଜେସିବି ଲଗାଇ ବାହାର କରାଯାଇଛି। ଆହତମାନଙ୍କୁ ସ୍ଥାନୀୟ ଯୁବକ ଓ ପୋଲିସ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ବସ୍ ରେ ପ୍ରାୟ ୬୦ ଯାତ୍ରୀ ଥିବାବେଳେ ଦୁର୍ଘଟଣାରେ ଜଣେ ଶିଶୁ ସହ ୮ଜଣ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣାର କାରଣ କଣ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗିଯିବା କିମ୍ବା କୁହୁଡ଼ି କାରଣ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି।