BIG NEWS
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ଓଲଟିଲା ଯାତ୍ରୀବାହୀ ବସ୍‌,ଜଣେ ମୃତ ଏକାଧିକ ଆହତ, କ୍ଷତି ପୂରଣ ଦାବିରେ ରାଜ୍ୟ ରାଜପଥ ଅବରୋଧ

FMNEWS.IN 16-12-2024
Passenger bus overturns, one dead, several injured, state highway blocked demanding compensation

ଭଦ୍ରକ - ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବନ୍ତ ବ୍ଲକ ଟିଲୋ ତାଳପଦା ଠାରେ ଆଜି ସକାଳେ ଯାତ୍ରୀ ବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ବସ୍ଟି ନୟନଜୋରୀକୁ ଓଲଟି ପଡଛି । ଏଥିରେ ଜଣେ ଲୋକ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ବନ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୁରୁତ୍ୱରଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଦୁଃଖଦ ଘଟଣା ଘଟିବା ପରେ ସଂପୃକ୍ତ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ କ୍ଷତି ପୂରଣ ଦାବିରେ ଶହ ଶହ ଅଂଚଳ ବାସୀ ରାସ୍ତା ରୋକ ଜାରି ରଖିଛନ୍ତି । ଖବରରୁ ପ୍ରକାଶ ଯେ, ଆଜି ସକାଳେ ସୁନ୍ଦରୀଲତା ନାମକ ଯାତ୍ରୀ ବାହୀ ମିନି ବସ୍ ଭଦ୍ରକରୁ ଆନନ୍ଦପୁର ଅଭିମୁଖେ ଯାଉଥିବା ବେଳେ ତାଳପଦାଠାରେ ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଂଟକୁ ବାଡେଇ ଥିବା ବେଳେ ଘର ପାଶ୍ୱର୍ରେ ଛିଡା ହୋଇଥିବା ସୁଧାକର ଧଳ(୫୮)ଙ୍କୁ ଧକ୍କା ଦେଇ ନୟନଜୋରୀକୁ ଓଲିଟି ପଡିଥିଲା । ଘଟଣା ସ୍ଥଳରେ ଶ୍ରୀ ଧଳ ମୃତ୍ୟୁ ବରଣ କରିଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ଶହ ଶହ ଲୋକେ ଘଟଣା ସ୍ଥଳରେ ରୁଣ୍ଡିଭୂତ ହୋଇଥିଲେ । ଶବ ରଖି କ୍ଷତି ପୂରଣ ଦାବିରେ ରାସ୍ତା ରୋକର ଖବର ପାଇ ଭଦ୍ରକ ଉପ-ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ , ଧାମନଗର ଉପଖଣ୍ଡ ଅଧିକାରୀ ତ୍ରିଲୋଚନ ସେଠୀ,ଭଦ୍ରକ ଏମ୍.ଭି.ଆଇ ଏସ୍.କେ.ରହିମ୍, ବନ୍ତ ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ପୁହାଣ ଘଟଣାସ୍ଥଳରେ ପହଂଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲେ । ଆନ୍ଦୋଳନକାରୀ ମୃତକ ପରିବାରକୁ କ୍ଷତି ପୂରଣ ବାବଦରେ ୧୦ ଲକ୍ଷ ଟଙ୍କା ଏବଂ ପରିବାରର ତାଙ୍କ ପୁଅକୁ ଚାକିରି ଦାବି ରଖି ରାସ୍ତା ରୋକ ଜାରି ରଖିଥବା ବେଳେ କୌଣସି କିଛି ସମାଧାନ ନହେବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ରାସ୍ତାରୋକ ବଳବତର ରହିବ । ସୋମବାର ଟିଲୋ ପଂଚାୟତ କାର୍ଯ୍ୟାଳୟରେ କ୍ଷତି ପୂରଣ ଦାବିରେ ବୈଠକ କରାଯାଇ ଚୂଡାନ୍ତ ନିଷ୍ପତି ନିଆଯିବାର ଲିଖିତ ପ୍ରତିଶୃତି ଉପଜିଲ୍ଲାପାଳ ଦେବା ପରେ ଶବ ବ୍ୟବଚ୍ଛେଦ କରାଯାଇଛି । ମୃତକ ସୁଧାକର ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିବା ବେଳେ ତାଙ୍କର ଜଣେ ପୁଅ ଜଣେ ଝିଅ ଅଛନ୍ତି । ଅନ୍ୟ ପକ୍ଷରେ ଖବରପାଇ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ, ପଂଚାନନ ମଣ୍ଡଳ, ବିଜେପି ନେତା ସୁଧାଶୁଂ ଶେଖର ନାୟକ, ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢୀ, ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁ ଘଟଣା ସ୍ଥଳରେ ପହଂଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ରାସ୍ତାରୋକ ଯୋଗୁ ରାଜ୍ୟ ରାଜପଥର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ମଟର ଅଟକି ରହିଛି । ଘଟଣା ସ୍ଥଳରେ ବନ୍ତ ଥାନାଧିକାରୀ ବଲ୍ଲଭ ସାହୁ, ଆଗରପଡା ଥାନାଧିକାରୀ ଶ୍ରୀକାନ୍ତ ପତି କର୍ମଚାରୀଙ୍କ ସହ ଉପସ୍ଥିତ ଅଛନ୍ତି ।