- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 26 ଜାନୁଆରି ଐତିହାସିକ ବୀର ପ୍ରସବା ଖୋର୍ଦ୍ଧା ମାଟିରେ ରେ ୭୬ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହି ଅବସରରେ ପ୍ରଭାତି ପରିଡା କହିଛନ୍ତି ଯେ, ୧୯୫୦ ମସିହା ଜାନୁୟାରୀ ୨୬ ତାରିଖ ଆମ ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ଦିବସ ।
ଏହା କେବଳ ଏକ ଉତ୍ସବ ନୁହେଁ ବରଂ ଗଣତନ୍ତ୍ର ଏବଂ ସମ୍ବିଧାନର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ଏବଂ କର୍ତ୍ତବ୍ୟ ବୋଲି ହୃଦୟଙ୍ଗମ କରିବାର ଦିନ। ଭାରତ ସାଧାରଣତନ୍ତ୍ର ରାଷ୍ଟ୍ର ହେବାରେ ଇତିମଧ୍ୟରେ ୭୫ ବର୍ଷ ବିତି ଯାଇଛି । ଆମ ଦେଶ ଆଜି ବିଶ୍ଵର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରଭାବେ ମାନ୍ୟତା ପାଇଛି । ଆମ ସମ୍ବିଧାନ ପୃଥିବୀର ସର୍ବବୃହତ୍ ଲିଖିତ ସମ୍ବିଧାନ । ଭାରତ କଳା, ସାହିତ୍ୟ, ସଂସ୍କୃତି, ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଛି ।
ବିଶ୍ଵର ଅନ୍ୟତମ ଶକ୍ତିଶାଳୀ ଓ ବିକାଶଶୀଳ ରାଷ୍ଟ୍ର ରୂପେ ନିଜକୁ ପରିଗଣିତ କରିପାରିଛି। ଆମ ରାଜ୍ୟ ଓଡ଼ିଶା ମଧ୍ୟ ପ୍ରଗତି ପଥରେ ଆଗେଇ ଚାଲିଛି । ୨୦୩୬ ସୁଧା ଉତ୍କର୍ଷ ଓଡିଶା ଗଠନ କରିବାର ଲକ୍ଷ୍ୟରେ ଆମ ସରକାର କାର୍ଯ୍ୟରତ । ଯଶସ୍ଵୀ ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦିଜି ଙ୍କ ଆହ୍ଵାନ କ୍ରମେ ୨୦୪୭ ସୁଧା ବିକଶିତ ଭାରତର ସ୍ଵପ୍ନ ମଧ୍ୟ ପୂରଣ ହେବ ।
ଗ୍ରାମୀଣ ବିକାଶ, କୃଷିର ଉନ୍ନତି ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖୁଛନ୍ତି । ମହିଳାମାନଙ୍କର ଉନ୍ନତି ଓ ଅର୍ଥନୈତିକ ବିକାଶ ପାଇଁ ସୁଭଦ୍ରା ଯୋଜନା ମାଧ୍ୟମରେ ପାଖା ପାଖି ୧ କୋଟି ମହିଳାଙ୍କୁ ସଶକ୍ତ କରାଯାଇଅଛି । କେବଳ ଖୋର୍ଦ୍ଧା ଜିଲ୍ଲାରେ ହିଁ ୩ ଲକ୍ଷ ୫୪ ହଜାର ୫୮୬ ଜଣ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଅଛି ।