ପ୍ରତି ପଞ୍ଚାୟତରେ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଖୋଲିବା ପାଇଁ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର, 22 ଜାନୁଆରି : ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (ଜିଏମଏପିରି) ଯୋଜନା ଅଧୀନରେ ଗୋଟିଏ ଗ୍ରାମ ପଞ୍ଚାୟତରେ ଗୋଟିଏ ଆଦର୍ଶ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଅର୍ଥାତ୍ ରାଜ୍ୟରେ ୬,୭୯୪ଟି ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ ଓ ସୁଦୃଢ଼ୀକରଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ପୂର୍ବ ସରକାରରେ ୫-ଟି ନାଁରେ ରୂପାନ୍ତରୀକରଣ କରି ସ୍ମାର୍ଟ ସ୍କୁଲ ଯୋଜନା ଠିକ୍ ନଥିଲା । ଡିପିଆର ପ୍ରସ୍ତୁତ ହୋଇ ନଥିଲା କି ଏଷ୍ଟିମେଟ୍ ହୋଇ ନଥିଲା । ପିଲାମାନଙ୍କ ଭବିଷ୍ୟତ ପ୍ରତି ଖେଳା ଯାଇଥିଲା । ତେଣୁ ନୂଆ ସରକାର ପ୍ରତି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (ଜିଏମଏପିଭି) ଯୋଜନାରେ ପ୍ରତି ଗ୍ରାମ ପଞ୍ଚାୟତରେ ଏକ ଆଦର୍ଶ (ମଡେଲ) ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିଞରେ ଅବହେଳିତ ସମୁଦାୟଙ୍କ ନିମନ୍ତେ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ବ ଦିଆଯିବା ସହ ଶିକ୍ଷା ଅଧିକାର ଆଇନ- ୨୦୦୯ର ମୂଳ ଲକ୍ଷ୍ୟ ସହ ସମନ୍ଵୟ ରଖାଯାଇଛି । ଭିତ୍ତିଭୂମିର ବିକାଶ, ଆଧୁନିକ ଶିକ୍ଷାପଦ୍ଧତିକୁ ଆପଣେଇବା ଏବଂ ଏଥି ରେ ସାମଗ୍ରିକ ଭାବରେ ସମସ୍ତେ କିଭଳି ଭାଗନେବେ ତାହା ସୁନିଶ୍ଚିତ କରିବା ଦ୍ବାରା ଜିଏମଏପିଭି ଯୋଜନା ସାମଗ୍ରିକ ଭାବରେ ବିଦ୍ୟାର୍ଥୀମାନଙ୍କ ବିକାଶ ଦିଗରେ କାର୍ଯ୍ୟ କରିବ, ଏଥୁସହ ଜାତୀୟ ଶିକ୍ଷାନୀତି-2020ର ଲକ୍ଷ୍ୟକୁ ବଳିଷ୍ଠ ଭାବରେ ଉପସ୍ଥାପନ କରିବା ସହ ବିଦ୍ୟାର୍ଥୀମାନଙ୍କୁ ଉଭୟ ସାମାଜିକ ଏବଂ ଶୈକ୍ଷିକ ସ୍ତରରେ ସମୃଦ୍ଧ କରିବ ।
୬,୭୯୪ଟି ମଡେଲ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ନିମନ୍ତେ ସରକାରଙ୍କ ଉପରେ ୫ (ପାଞ୍ଚ) ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୪-୨୫ରୁ ୨୦୨୮-୨୯ ମଧ୍ଯରେ ୧୧,୯୩୯.୪୧ କୋଟି ଟଙ୍କା ଆର୍ଥିକ ବୋଝ ପଡ଼ିବ। ସାଧାରଣତଃ, ବିଦ୍ୟାଳୟରେ ନାମଲେଖା ସଂଖ୍ୟା ଉପରେ ନିର୍ଭର କରି ପ୍ରତି ବିଦ୍ୟାଳୟ ପିଛା ମୋଟାମୋଟି ଖର୍ଚ୍ଚ ଆକଳନ ୧ କୋଟିରୁ ୪ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ତେବେ ପ୍ରକୃତ ଖର୍ଚ୍ଚ ପ୍ରତ୍ୟେକ ସ୍କୁଲର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ଆଧାରରେ ହେବ ।
୬,୭୯୪ଟି ଆଦର୍ଶ (ମଡେଲ୍) ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେଲେ ଶିକ୍ଷାଗତ ସୁବିଧା ବୃଦ୍ଧି ପାଇବା ସାଙ୍ଗକୁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ ହେବ । ତତ୍ ସହିତ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନଙ୍କ ସାମଗ୍ରିକ ବିକାଶ ବୃଦ୍ଧି ପାଇବା ସେମାନଙ୍କ ମଧ୍ୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍ଏଲ୍ଏନ୍) ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷା ଅଧିକାର ଆଇନ-୨୦୦୯, ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ନିପୁଣ ଓଡ଼ିଶାର ଉଦ୍ଦେଶ୍ୟ ପୂରଣ କରିବାକୁ ମାନକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯିବା