BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

FMNEWS.IN 18-12-2024
protest against price rise by bjd declared

ଭୁବନେଶ୍ୱର, 18 ଡିସେମ୍ବର - ଜାନୁଆରୀ ୬ରେ ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଦର ଦାମ ନିୟନ୍ତ୍ରଣ ନ ହେଲେ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ବିରୋଧୀ ବିଜେଡି କହିଛି । ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଆକଳନରେ ଅଭିବୃଦ୍ଧି ତଳୁଆ ରହିଛି । ଓଡ଼ିଶା ସମେତ ବିଜେପି ଶାସିତ ରାଜ୍ୟରେ ବି ଡବଲ ଇଂଜିନ ସରକାର ଦର ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି । ସ୍ୱାମୀ ଆୟରେ ଗୃହିଣୀ ଘର ଚଳାଏ । ହେଲେ ଅହେତୁକ ଦର ବୃଦ୍ଧି ଯୋଗୁଁ ହାଣ୍ଡିଶାଳରେ ଚଡକ ପଡିଛି । ଡବଲ ଇଂଜିନ ସରକାର ବିକାଶ ନାରା ଦେଇଥିଲେ । ହେଲେ ଅର୍ଥନୀତି ପରିଚାଳନାରେ ବିଫଳ ହୋଇଛନ୍ତି । 2014 ରୁ ଏନଡିଏ ଆସିବା ପରଠାରୁ ଦର ବୃଦ୍ଧି ହୋଇ ଚାଲିଛି । ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ କ୍ଷତି ସହୁଛନ୍ତି । 6.78 ବଢିଛି ମୁଦ୍ରାସ୍ଫିତି । ବିନା କଟଣୀ ଛଟଣି ଧାନ କିଣିବା ସହ 3100 ଏମଏସପି କଥା କହିଲେ ପ୍ରଧାନମନ୍ତ୍ରୀ । ଟୋକନ ଆସିନି । ମୁଁ ବି ଚାଷୀ, ମୋର ବି ଟୋକାନ ଆସିନି । ଆନାଲାଇଜର ଯୋଗୁଁ 8-9 କିଲୋ କଟନୀ ଛଟନୀ ହେଉଛି । ମିଲରଙ୍କୁ ସୁହାଇବାକୁ ଆନାଲାଇଜର ଲଗାଯାଇଛି । ରାଜ୍ୟ ସ୍ୱାର୍ଥ ପାଇଁ ବିଜେଡି ଆନ୍ଦୋଳନ ଜାରି ରଖିବ । ମିଶନ ଶକ୍ତି ମାଆ ରାସ୍ତାକୁ ଆସିବାରୁ ଅଶୋଭନୀୟ ଭାବେ ଉପ ମୁଖ୍ୟମନ୍ତ୍ରୀ କହିଲେ, ତାଙ୍କୁ ଅନ୍ୟ ପ୍ରରୋଚନାରେ ରାସ୍ତାକୁ ଅଣାଯାଇଛି । ଏହା ମହିଳାଙ୍କୁ ଧୋକା ବୋଲି କହିଛନ୍ତି ସ୍ନେହାଙ୍ଗିନୀ ଛୁରିଆ ।