ମୋହନଙ୍କ ଉପରେ ଉଠିଲା ପ୍ରଶ୍ନ : ବିରୋଧ କରୁଥିବା ପ୍ରକଳ୍ପକୁ ହଠାତ୍ ମୁଖ୍ୟମନ୍ତ୍ରୀ କିପରି କଲେ ସମର୍ଥନ

କେନ୍ଦୁଝର, ୨ ମାର୍ଚ୍ଚ -ବିରୋଧୀ ଳର ବିଧାୟକ ଥିବା ବେଳେ ନିଜ ନିର୍ବାଚନ ମଣ୍ଡଳୀରେ ଏସାର ମୀନେଟ କମ୍ପାନୀର ଯେଉଁ ପ୍ରକଳ୍ପକୁ ବିରୋଧ କରୁଥିଲେ ଏବେ ସରକାରକୁ ଆସିବା ପରେ ହଠାତ୍ ସେହି ପ୍ରକଳ୍ପକୁ ନୀରବ ସମର୍ଥନ ଘଟଣାରେ ମୋହନ ଚରଣ ମାଝୀଙ୍କ ଭୁମିକାକୁ ନେଇ ଉଠିଛି ବଡ ପ୍ରଶ୍ନ ।
କିଟ ବିଶ୍ୱ ବ୍ୟିାଳୟ କର୍ତୃପକ୍ଷଙ୍କ ନେପାଳ ଛାତ୍ର ଛାତ୍ରୀଙ୍କ ପ୍ରତି ଅମାନବୀୟ ବ୍ୟବହାରଘଟଣାରେ ପୋଲିସକୁ ଯେପରି ବ୍ୟବହାର କରାଗଲା ଅନୁରୁପ ଭାବେ ମୋହନଙ୍କ ନିର୍ବାଚନ ମଣ୍ଡଳୀରେ ପ୍ରସ୍ତାବିତ ଏସାର ମୀନେଟ ପ୍ରକଳ୍ପର ଜନ ଶୁଣାଣୀକୁ ସଫଳ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଲୋକଙ୍କ ବିରୋଧର ସ୍ୱରକୁ ଚାପି ବୋ ପାଇିଁ ପୋଲିସକୁ ବ୍ୟବହାର କରାଗଲା । କିଟ ବିଶ୍ୱ ବ୍ୟିାଳୟ ଘଟଣାକୁ ନେଇ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆଲୋଚନା ଓ ସମାଲୋଚନା ଥମିବାରେ ନାମ ନେଉନଥିବା ବେଳେ ଓଡିଶା କେବଳ ଅପବାର ବୋଝ ମୁଣ୍ଡାଇ ଚାଲିଛି ।
କିଟ କର୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦଲମ୍ବିବାରେ ଲାଗିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମୁହଁ ଖୋଲୁ ନାହାଁନ୍ତି, ଯେପରି ଏସାର ମୀନେଟ ପ୍ରକଳ୍ପକୁ ବିରୋଧ କରୁଥିବା ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ପ୍ରତି ପୋଲିସର ଅମାନୁଷିକ ବ୍ୟବହାର ଓ ନ୍ୟାୟ ପାଇିଁସେମାନଙ୍କର ଆକୁଳ ନିବେନ ଘଟଣାରେ ଆଜି ପର୍ଯ୍ୟନ୍ତ ନୀରବତା ଅବଲମ୍ବନ କରିଆସୁଛନ୍ତି । ଯାହାକୁ ନେଇ ଆଜିବି ଲୋକଙ୍କ ଭିତରେ ଅସନ୍ତୋଷ ପୁଜିଂ ବାନ୍ଧିବାରେ ଲାଗଥିବା ବେଳେ କିଟ ବିଶ୍ୱବ୍ୟିାଳୟ କର୍ତୃପକ୍ଷଙ୍କ ପାଖରେ ମୋହନ ସରକାର ବନ୍ଧା ପଡିଛି ବୋଲିଯେଭଳି ଚର୍ଚ୍ଚା ହେଉଛି ଅନୁରୁପ ଚର୍ଚ୍ଚା ମଧ୍ୟ ଏସାର କମ୍ପାନୀ ପ୍ରତି ମୋହନଙ୍କୁର୍ବଳତାକୁ ନେଇ ହେଉଛି ।
ଲୋକଙ୍କର ତୀବ୍ରବିରୋଧ ଯୋଗୁଁ ବାରମ୍ବାର ବିଫଳ ହୋଇଆସୁଥିବା ଏସାର କମ୍ପାନୀର ଜନଶୁଣାଣୀ, ସରକାର ବଳିବା ପରେ ଅନୁରୁପ ବିରୋଧ ଜାରି ରହିଥିବା ସତ୍ୱେ ହଠାତ କିପରି ସଫଳ ହେଲା ତାକୁ ନେଇ ସରକାରଙ୍କ ସ୍ୱଛତା ଉପରେ ଉଠିଛି ପ୍ରଶ୍ନ । ବର୍ତମାନର ଲୋକଙ୍କ ମୁଖ୍ୟମନ୍ତ୍ରୀ, ବିରୋଧୀଳର ବିଧାୟକ ଥିବା ସମୟରେ ଜୀବନ ଓଜୀବିକା ପାଇିଁ ପ୍ରକଳ୍ପକୁ ବିରୋଧ କରୁଥିବା ଲୋକଙ୍କ ସହିତ ସାମିଲ ହୋଇ ବିନା ଗ୍ରାମସଭାରେପ୍ରକଳ୍ପ କରାଇନବୋକୁ ଓ ଆବଶ୍ୟକ ପଡିଲେ ଜିଲ୍ଲାପାଳଙ୍କୁ ଘେରାଉ କରିବାକୁ ଲୋକଙ୍କୁକହୁଥିଲେ, ଯାହାର ଭିଡିଓ ଏବେ ବି ଘୁରି ବୁଲୁଛି । କିନ୍ତୁ ମୁଖ୍ୟମନ୍ତ୍ରୀ ହେବାପରେ କେଉଁ ଲୁକାୟିତ ସ୍ୱାର୍ଥ ପାଇିଁ ଏବେ ସେହି କମ୍ପାନୀର ସେହି ପ୍ଲାଟଂ ପ୍ରତିଷ୍ଠାକୁ ନୀରବ ସମର୍ଥନକରି ଅଂଚଳର ତଥାଲୋକଙ୍କର ବିନାଶକୁ ସ୍ୱାଗତ କରିବାକୁ ପଛାଇଲେ ନାହିଁ ତାହା ସମସ୍ତଙ୍କ ପାଇିଁ ଅବୁଝା ହୋଇପଡିଛି ।
ଯିଓ ଏସାର କମ୍ପାନୀର ଏହି ବେନିଫିକେଶନ ପ୍ଳାଣ୍ଟ ଦ୍ୱାରା ନିଯୁକ୍ତି ହାର ଅତି ନଗନ୍ୟ ଥିବା ବେଳେ ଜଳ,ବାୟୁ ଆିର ପ୍ରୂଷଣ ମାତ୍ରାବହୁ ଅଧିକ ରହିବା ସହ ଟିକରପଡା,ଧାତିକା,କାଗଡ ଆି ପ୍ରଭାବିତ ଗ୍ରାମର ଅଧିବାସୀଙ୍କର ଜୀବନ ଜୀବିକା ଯେ ଗୁରୁତର ଭାବେ ପ୍ରଭାବିତ ହେବ ତାହା ଅବଶ୍ୟ ମୋହନଙ୍କୁ ଅଛପା ନାହିଁ ।ଏବଂ ମୁଖ୍ୟମନ୍ତ୍ରୀଙ୍କ ବିନା ସହମତିରେ ତାଙ୍କ ନିଜ ନିର୍ବଚନ ମଣ୍ଡଳୀରେ ପ୍ରଭାବିତ ଅଂଚଳର ଗରିବ ଆିବାସୀଙ୍କର ତୀବ୍ର ବିରୋଧ ସତ୍ୱେଏସାର କମ୍ପାନୀର ଜନଶୁଣାଣୀ ସଫଳ ହୋଇଛି ବୋଲି ଅତିରିକ୍ତ ଜିଲ୍ଲାପାଳଙ୍କ ଘୋଷଣା କିମ୍ବା ପ୍ରଭାବିତ ଅଂଚଳବାସୀଙ୍କ ପ୍ରତି ପୋଲିସର ଅମାନବୀୟଆଚରଣ ସହ ଜନଶୁଣାଣୀ ସ୍ଥଳକୁ ଛଡାନଯାଇ ବଳ ପୂର୍ବକ ସେମାନଙ୍କର ସମ୍ବିଧାନିକ ଅଧିକାରକୁ ଛଡାଇନିଆଯିବା, ପୋଲିସ ଲଗାଇ ଲୋକଙ୍କୁ ଲଗାତର ଭାବେ ଭୟଭୀତ କରାଯିବା କେତେଦୂର ସମ୍ଭବ ତାହା ଅବଶ୍ୟ ବିଚାର୍ଯ୍ୟର ବିଷୟ । ପ୍ରଭାବିତ ଅଂଚଳବାସୀଙ୍କ ଦୁଃଖ ପ୍ରତି ସରକାରଙ୍କର ଅଣଖୋ ମନୋଭାବ ସେମାନଙ୍କୁ ଅବଶ୍ୟ ହତାଶ କରିଛି ।
ଅନ୍ୟପକ୍ଷରେସମଗ୍ର ଘଟଣାରେମୁଖ୍ୟମନ୍ତ୍ରୀଙ୍କ ନୀରବତା ଅନ୍ତରାଳେ କୁଆଡେ ଜଣେ ତଥାକଥିତ ସମାଜସେବୀଙ୍କ ଗୁରୁତ୍ୱପୁର୍ଣ୍ଣ ଭୁମିକା ରହିଥିବା ବେଳେ ତାଙ୍କର କିଛି ନହେଲେ ବି ଆର୍ଥିକ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହୋଇପାରିଥିବା ଏବଂ ସେ କୁଆଡେ ଗୁପ୍ତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିିନିଧି ଭାବେ ବିଶେଷଭାବେ ଖଣି ଅଂଚଳର ଖବର ବୁଝୁଥିବା ଆଲୋଚନା ହେଉଛି । ଏପରିକିଜିଲ୍ଲା ପ୍ରଶାସନକୁ ମଧ୍ୟ ସଂପୃକ୍ତ ସମାଜସେବୀଙ୍କ ନିର୍ଦ୍ଦେଶ ପାଳନ କରିବାକୁ କୁଆଡେକୁହାଯାଇଛି ା ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଘଟଣା ହେଉଛି ଯେ ମୁଖ୍ୟମନ୍ତ୍ରୀ ଯେଉଁଠି ଲୋକଙ୍କ ସ୍ୱରକୁ ଭଗବାନଙ୍କ ସ୍ୱର,ଗାଁକୁ ବିକାଶର ଚାବିକାଠି,ଗ୍ରାମ ବିକାଶରେ ଗ୍ରାମ ସଭାକୁ ପ୍ରାଧାନ୍ୟ ଦିଆଯିବା,ପ୍ରକଳ୍ପ ବିଷୟରେ ସେଠାରେ ନିଷ୍ପତି ହେବା କହୁଥିବା କଥାରେ ଯଦି ରାଜନୀତି ନାହିଁ ତେବେ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଏସାର କମ୍ପାନୀ କ୍ଷେତ୍ରରେ ଏସବୁର ବିପରୀତ କାମ ହେଉଛି କିପରି ? ତାହାଏକ ବଡ ପ୍ରଶ୍ନ ।