- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ର କଳାହାଣ୍ଡି ଜିଲ୍ଲାର ସଂକଳ୍ପ ଶିବିର ଆଜିଠାରୁ ଆରମ୍ଭ
ଉଦଘାଟନ କରିବେ ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ
ଆଦର୍ଶ ଗତ ଲଢେଇ ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣ ନୀତି l
ଭୁବନେଶ୍ୱର l କଂଗ୍ରେସ ଦଳର ଛାମୁଆ ସଂଗଠନ ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ର ପୂର୍ବ ନିଷ୍ପତି ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ସର୍ବୋଦୟ ସଂକଳ୍ପ ଶିବିର ଆଜି ଠାରୁ ଭବାନୀପାଟଣା ସ୍ଥିତ ଅଗ୍ରସେନୀ ଭବନରେ ଅନୁଷ୍ଠିତ ହେବ l ଏହି ଶିବିର କୁ ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଉଦଘାଟନ କରିବେ l
ଦେଶରେ ସମ୍ପ୍ରତି ବିଦ୍ୱେଷ ଓ ବିଭେଦ ର ରାଜନୀତି କୁ ମୁକାବିଲା କରିବା ପାଇଁ ଯେଉଁ ଆଦର୍ଷଗତ ଲଢେଇ ର ଆବଶ୍ୟକତା ରହିଛି ତାକୁ ଦୃଷ୍ଟିରେ ରଖି ଏହି ଶିବିର ଆୟୋଜିତ ହେଉଛି l ରାଜ୍ୟର ସମସ୍ତ ଜିଲ୍ଲା ଓ ପରେ ସବୁ ବ୍ଲକ୍ ରେ ଏହି ଭଳି ଶିବିର ମାନ ଆୟୋଜିତ ହେବ l ତାହା ସହିତ ଆସନ୍ତା ୨୦୨୭ ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ରଣ କୌଶଳ ମଧ୍ୟ ଏହି ଶିବିର ମାନଙ୍କରେ ପ୍ରସ୍ତୁତ ହେବ l
ଏହି ଶିବିରରେ ସଂଗଠନ ର ସର୍ବଭାରତୀୟ ଉପଦେଷ୍ଟା ଶ୍ରୀ ସଚିନ ନାୟକ, ସାଧାରଣ ସମ୍ପାଦକ କୁନାଲ ବାନାର୍ଜୀ, ରାଜ୍ୟ ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ ଙ୍କ ସମେତ ଅନେକ ରାଜ୍ୟ ନେତୃତ୍ଵ ଯୋଗ ଦେବେ l ସଂଗଠନ ର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସରୋଜ ବାଗ ଙ୍କ ନେତୃତ୍ୱ ରେ ଏହି ଶିବିର ଆୟୋଜିତ ହେଉଛି l