- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
- ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
- ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ, ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ : କଂଗ୍ରେସ
ରାସନ କାର୍ଡ ଇ-କେୱାଇସି ସମୟ ସୀମା ୧୫ ଫେବ୍ରୁଆରୀ ପର୍ଯ୍ୟନ୍ତ ବଢ଼ିଲା: ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର, 30 ଜାନୁଆରି : ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି ଯେ ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍ ସମୟ ସୀମାକୁ ୧୫ ଫେବ୍ରୁଆରୀ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ପୂର୍ବରୁ ସରକାର ଜାନୁଆରୀ ୩୧ ତାରିଖକୁ ଶେଷ ତାରିଖ ଭାବେ ଘୋଷଣା କରିଥିଲେ । ଯଦି ଏହି ସମୟ ସୀମା ମଧ୍ୟରେ ଇ-କେୱାଇସି କରାଯାଇନଥିଲେ, ତେବେ ସରକାର ପରବର୍ତ୍ତୀ ପଦକ୍ଷେପ ନେବାକୁ ବିଚାର କରିବେ ବୋଲି ମନ୍ତ୍ରୀ କହିଥିଲେ ।
ପୂର୍ବରୁ ଘୋଷିତ ସମୟସୀମାର ଦିନକ ପୂର୍ବରୁ ରାସନ କାର୍ଡ ଇ-କେୱାଇସି ସମୟ ସୀମା ବୃଦ୍ଧି କରାଯାଇଛି ।
ରାଜ୍ୟରେ ୩୯ ଲକ୍ଷ ହିତାଧିକାରୀ ଇ-କେୱାଇସି ଅପଡେଟ୍ କରିନଥିଲେ । ଜାନୁଆରୀ ୨୯ ତାରିଖ ସୁଦ୍ଧା ୨ କୋଟି ୯୬ ଲକ୍ଷ ୯୭ ହଜାର ୩୩୨ ଜଣ ଇ-କେୱାଇସି ଅପଡେଟ୍ କରିଛନ୍ତି । ରାଜ୍ୟର ୨ କୋଟି ୯୫ ଲକ୍ଷ ୬୪ ହଜାର ୯୫୪ ଜଣ ଇ-କେୱାଇସି ଅପଡେଟ୍ କରିଛନ୍ତି । ରାଜ୍ୟ ବାହାରେ ୧ ଲକ୍ଷ ୩୨ ହଜାର ୩୭୮ ଜଣ ଇ-କେୱାଇସି ଅପଡେଟ୍ କରିଛନ୍ତି ।
ଜାନୁଆରୀ ୨୯ ତାରିଖ ସୁଦ୍ଧା ମୋଟ ୩୮ ଲକ୍ଷ ୩ ହଜାର ୨୩୮ ଜଣ ଇ-କେୱାଇସି ଅପଡେଟ୍ କରି ନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି । କାର୍ଡରେ ଅଯୋଗ୍ୟ ଓ ମୃତ ବ୍ୟକ୍ତି ଥିବାରୁ ଇ-କେୱାଇସି କରିବାକୁ ବହୁ ହିତାଧିକାରୀ ଆସୁ ନାହାନ୍ତି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।