Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ମାର୍ଚ୍ଚ ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି କାମ
FMNEWS.IN
14-01-2025
ଭୁବନେଶ୍ୱର, 14 ଜାନୁଆରି - ମାର୍ଚ୍ଚ ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି କାମ । ତାପରେ ଆରମ୍ଭ ହେବ ଗଣତି ମଣତି । ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି । ଏଏସଆଇ 3 ମାସ ସମୟ ମାଗିଥିଲା । କିନ୍ତୁ ତାର ଯଥେଷ୍ଟ ପୂର୍ବରୁ ମରାମତି କାମ ସାରିବାକୁ ଚେଷ୍ଟା କରାଯାଉଛି । ଏବେ ମକର ପାଇଁ ନୀତି କାନ୍ତି ପ୍ରଭାବିତ ନହେବା ପାଇଁ ମରାମତି ବନ୍ଦ ରହିଛି । 17 ତାରିଖରୁ ପୁଣି ଆରମ୍ଭ ହୋଇଯିବ । ଆଶା କରୁଛୁ ମାର୍ଚ୍ଚ ପୂର୍ବରୁ ମରାମତି କାମ ସରିବା ପରେ ବାହାରେ ଥିବା ରତ୍ନକୁ ଭିତରକୁ ନେଇ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବ ।