Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଲୋକସେବା ଭବନକୁ ସାମ୍ବାଦିକ ପ୍ରବେଶ ପାଇଁ ଉଠିଲା କଟକଣା
FMNEWS.IN
31-12-2024
ଭୁବନେଶ୍ୱର, 31 ଡିସେମ୍ବର - ବିଜେଡ଼ି ସରକାର ଲଗାଇଥିବା ପ୍ରତିବନ୍ଧକକୁ ହଟାଇଲେ ବିଜେପି ସରକାର । ଲୋକସେବା ଭବନ ଭିତରକୁ ସାମ୍ବାଦିକ ପ୍ରବେଶ ପାଇଁ ଉଠିଲା କଟକଣା । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ସ୍ଵୀକୃତି ପ୍ରାପ୍ତ ଏବଂ ଅଣ ସ୍ଵୀକୃତି ପ୍ରାପ୍ତ ସାମ୍ବାଦିକଙ୍କୁ ଅନୁମତି ଦିଆଯାଇଛି । ଟିଭି, ଖବରକାଗଜର ଜଣେ ଲେଖାଏଁ ସାମ୍ବାଦିକଙ୍କୁ ଅନୁମତି ମିଳିଛି।
ଅନଲାଇନ ଫର୍ମରେ ଆବେଦନ କରିପାରିବେ ସାମ୍ବାଦିକ । ଉପଯୁକ୍ତ ପରିଚୟ ପତ୍ର ଦେଇ କରିପାରିବେ ଆବେଦନ । କୋଭିଡ ପରେ ପୂର୍ବ ବିଜେଡ଼ି ସରକାର ଲୋକସେବା ଭବନକୁ ସାମ୍ବାଦିକଙ୍କ ନିୟମିତ ପ୍ରବେଶ ଅନୁମତି ଦେଉନଥିଲେ ।