- ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏର ସଂଖ୍ୟା, ଅସନ୍ତୋଷ ଓ ବିବେକର ପରୀକ୍ଷା
- ସରକାର ଆଉ କେତେଦିନ ନେତୃତ୍ବର ଭ୍ରୂଣହତ୍ୟା କରୁଥିବେ: ଭକ୍ତ
- ଉପରାଷ୍ଟ୍ରପତି ନିର୍ବାଚନ: ରାଜ୍ୟବାସୀଙ୍କୁ ବିଜେଡି ଲଜ୍ଜିତ କରିଛି, ବହୁମୂଲ୍ୟ ଦେବାକୁ ପଡ଼ିବ : ଭକ୍ତ
- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
ସଂରକ୍ଷଣ ପ୍ରସଙ୍ଗରେ ବିଜେଡି କଂଗ୍ରେସକୁ ରାଜସ୍ୱ ମନ୍ତ୍ରୀଙ୍କ ଜବାବ୍

ନିଜେ କ୍ଷମତାରେ ଥିଲା ବେଳେ କାହିଁକି କଲେ ନାହିଁ
ଭୁବନେଶ୍ୱର,୨୨ ମଇ - ଓବିସି ସଂରକ୍ଷଣ ପ୍ରସଙ୍ଗରେ ବିଜେଡ଼ି ଓ କଂଗ୍ରେସର ଅଭିଯୋଗ ଉପରେ କଡ଼ା ଜବାବ ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ବିଜେଡ଼ି ଓ କଂଗ୍ରେସ କ୍ଷମତାରେ ଥିଲାବେଳେ ଅହଙ୍କାରରେ ଲିପ୍ତ ରହି ସେମାନଙ୍କୁ କିଛି ସତ୍ୟ ଦେଖାଯାଏ ନାହିଁ । ଆଉ ଯେତେବେଳେ କ୍ଷମତା ଚାଲିଯାଏ ଭଲ ପରାମର୍ଶ ଦିଅନ୍ତି । ତେଣୁ ଆଜି ବିରୋଧ କରୁଥିବା ବ୍ୟକ୍ତି ମାନେ ନିଜ ବିବେକକୁ ପଚାରନ୍ତୁ, ଯେ ନିଜେ କ୍ଷମତାରେ ଥିଲା ବେଳେ କାହିଁକି କଲେ ନାହିଁ । ୨୫ ବର୍ଷ ସରକାରରେ ରହିଲା ପରେ ବି ନବୀନ ପଟ୍ଟନାୟକ ସଂରକ୍ଷଣ ଦେଇପାରିଲେ ନାହିଁ । ଆଉ ଏମାନେ ଏତେ ଚାଲାକ, ଭଲଭାବରେ ଜାଣିଛନ୍ତି ସୁପ୍ରିମକୋର୍ଟର ଆଦେଶ ଅନୁସାରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ହୋଇପାରିବ ନାହିଁ । କିନ୍ତୁ ତଥାପି ସୁପ୍ରିମକୋର୍ଟ ଯାଇ ଅପଦସ୍ତ ହେଲେ, ଯେଉଁ ନିୟମ କରିଥିଲେ ତାକୁ ଫେରସ୍ତ ନେଲେ । ଆଉ କଂଗ୍ରେସ ତ କେବେ ସଂରକ୍ଷଣ ଦେଇପାରିଲା ନାହିଁ । ତେବେ ଏବେ ବିଜେପି ସରକାର ସୁପ୍ରିମକୋର୍ଟଙ୍କ ଆଦେଶକୁ ଦୃଷ୍ଟିରେ ରଖି ନିଷ୍ପତି ନେଇଛନ୍ତି । ଏହାସହ କେନ୍ଦ୍ର ସରକାର ମଧ୍ୟ ଜାତି ଆଧାରରେ ଜନଗଣନା କରିବାକୁ ଯାଉଛନ୍ତି ।