- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
କ୍ଷତିପୁରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
ଜୟପୁର, ୧୭ ମାର୍ଚ୍ଚ-କ୍ଷତିପୁରଣ ଦାବିରେ ଜାତୀୟ ରାଜପଥ ୨୬ର ଖ୍ରୀଷ୍ଟିଆନପେଟା ଛକରେ ଶବ ରଖି ରାସ୍ତା ରୋକ ହୋଇଥିଲା । ଆଜି ଅପରାହ୍ନ ୧ଟା ୩୦ ମିନିଟ କ୍ଷତିଗ୍ରସ୍ତ ପରିବାର ସାହି ବାସିନ୍ଦା ଏକତ୍ରିତ ହୋଇ ରାସ୍ତା ଅବରୋଧ କରିଛନ୍ତି । ଗତକାଲି ହାଟପଦା ଠାରେ ଟ୍ରକ ଧକ୍କାରେ ଜଣେ ୩ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ବେଳେ ବାପା ଅମ୍ରେସ ଚନ୍ଦ୍ର ବେଣୁ ଗୁରୁତର ହୋଇଥିଲେ । ସୂଚନା ପାଇ ପୋଲିସ ପହଞ୍ଚି ଗୁରୁତର ମାନଙ୍କୁ ଜୟପୁର ସ୍ଥିତ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ଶିଶୁକନ୍ୟାକୁ ମୃତ ଘୋଷଣା କରିଥିବା ବେଳେ ଅମ୍ରେସକୁ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଛି । ଟ୍ରକ ଚମ୍ପଟ ମାରୁଥିବା ବେଳେ ସ୍ଥାନୀୟ ଲୋକେ ଧରି ପୋଲିସକୁ ଜିମା ଦେଇଥିଲେ । ଏନେଇ ଆଜି ସାହି ବାସିନ୍ଦା ଓ ପରିବାରଙ୍କ ସହ କାଉନସିଲର ପ୍ରଣବ କିଶୋର ନାୟକ ପୋଲିସ ଥାନାର ଦ୍ୱାରସ୍ଥ ହୋଇ କ୍ଷତିପୁରଣ ଦାବି କରିଥିଲେ । ଏନେଇ ଟାଉନ ଥାନା ଅଧିକାରି ଇଶ୍ୱର ତାଣ୍ଡି ଆଲୋଚନା କରିଥିଲେ । ପରବର୍ତି ସମୟରେ ସାହିବାସିନ୍ଦା ଓ ପରିବାର ଲୋକେ ଏକତ୍ରିତ ହୋଇ ରାସ୍ତା ଅବରୋଧ କରିଛନ୍ତି । ସୂଚନା ପାଇ କୋରପୁଟ ଏସପି ରୋହିତ ବର୍ମା, ଏସଡିପିଓ ପାର୍ଥ କଶ୍ୟପ, ଟାଉନ ଥାନା ଅଧିକାରି ଇଶ୍ୱର ତାଣ୍ଡି , ତହସିଲଦାର ସବ୍ୟସାଚୀ ଜେନା ଉପସ୍ଥିତ ରହି ବୁଝାସୁଝା କରିଥିଲେ ମଧ୍ୟ ଅବରୋଧକାରୀ ମାନେ ରାସ୍ତା ଅବରୋଧରୁ ହଟି ନଥିଲେ । ପରେ ରେଡକ୍ରସ ଫଣ୍ଡରୁ ୨୦ ହଜାର ଟଙ୍କା, ଟ୍ରକ ମାଲିକ ୫୦ ହଜାର ଟଙ୍କା ପ୍ରଦାନ କରିଥିଲେ । ପରବର୍ତି ସମୟରେ ପୁଣି ଟ୍ରକ ମାଲିକ ୫୦ ହଜାର ଟଙ୍କା ଦେବା ନେଇ ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକ ହଟିଥିଲା ।