- ସରକାର ଅସ୍ତ୍ରବିରତି ଉପରେ ନିଜର ମତ ସ୍ପଷ୍ଟ କରିବା ଉଚିତ: କଂଗ୍ରେସ
- ସମ୍ବଲପୁରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି : ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ
- ଛତିଆଠାରେ ଭୟଙ୍କର ବିସ୍ପୋରଣ : ଘଟଣାସ୍ଥଳରେ ୨ ମୃତ : ସ୍ଥାନୀୟ ଲୋକେ ଭୟଭିତ
- ଏୟାରଷ୍ଟ୍ରାଇକ ପରେ ରାଜସ୍ଥାନର ସୀମାବର୍ତ୍ତୀ ଜିଲ୍ଲାରେ ସ୍କୁଲ -କଲେଜ ବନ୍ଦ,ସେନା ସତର୍କ
- ପାକିସ୍ତାନକୁ ଚେତାବନୀ- ସାମରିକ ଆକ୍ରମଣ କଲେ ମିଳିବ କଠୋର ଜବାବ
କଇଥଖୋଲା ସରସ୍ୱତୀ ଶିଶୁ ମନ୍ଦିରରେ ସଂକୁଳସ୍ତରୀୟ ଖେଳକୁଦ ସମାରୋହ

ଭଦ୍ରକ - ଏହି ଜିଲାର ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ସରସ୍ୱତୀ ଶିଶୁ ମନ୍ଦିରରେ ବାସୁଦେବପୁର ସଂକୁଳସ୍ତରୀୟ ଖେଳକୁଦ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ନିକଟସ୍ଥ ମହାଦେବ ମନ୍ଦିରରେ ପୂଜାର୍ଚାନ ପୂର୍ବକ କ୍ରୀଡା ମଶାଲ ପ୍ରଜ୍ୱଳନ କରାଯିବା ସହ ଏକ ବିରାଟ ପଟୁଆରରେ ଏହି ମଶାଲକୁ ଖେଳ ପଡିଆକୁ ନିଆଯାଇଥିଲା। ସଂକୁଳସ୍ତରୀୟ ଖେଳକୁଦ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯତୀନ୍ଦ୍ରନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିନୟ ପାଢୀ କ୍ରୀଡା ପତାକା ଉତୋଳନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ବାସୁଦେବପୁର ସଂକୁଳ ପ୍ରମୁଖ କିଶୋର ଚନ୍ଦ୍ର ନାୟକ ଯୋଗ ଦେଇଥିଲେ। ଚାଲିଥିବା ଏହି ସମାରୋହରେ ବାସୁଦେବପୁର, ତିହିଡି ଏବଂ ଚାନ୍ଦବାଲି ବ୍ଲକର ୧୩୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ୩ଟି ବର୍ଗରେ ୪୫ଟି ଖେଳ ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଉତ୍ସବ ରେ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ନିଗମାନନ୍ଦ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ରେବତୀକାନ୍ତ ବେହେରା, ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଶ୍ରୀଧର ସ୍ୱାଇଁ ମୁଖ୍ୟବକ୍ତା ଭାବେ ,ସମ୍ମାନୀତ ଅତିଥି ଭାବେ ଅଶୋକ କୁମାର ପଣ୍ଡିତ ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା କୁହେଳିକା ପାତ୍ର ହୋଇଥିବା ସଭାରେ ଅତିଥି ପରିଚୟ ପ୍ରଦାନ କରିଥିଲେ। ହୋଇଥିବା ସଭା ଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ବଂଟନ କରାଯାଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ଖେଳକୁଦ ଉଦଘାଟନୀ ଏବଂ ଉଦଯାପନୀ ଉତ୍ସବରେ ଗୁରୁମା ତୁଳସୀ ଘଡେଇ ସଂଯୋଜନା ଏବଂ ଗୁରୁଜୀ ସୁକୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।ସରସ୍ୱତୀ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଏବଂ ଗୁରୁମା ମାନେ ଉପସ୍ଥିତ ରହିବା ସହ ସମସ୍ତ କାର୍ଯ୍ୟ ସଂଯୋଜନା କରିଥିଲେ।