BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ପିଓକେରେ ହାଇ ଆଲର୍ଟ ପରେ ଧାମରା ସ୍ଥଳପଥ ଏବଂ ଜଳପଥରେ ସୁରକ୍ଷା କଡାକଡି

FMNEWS.IN 04-05-2025

ଭଦ୍ରକ, ୪ ମଇ - ପାକିସ୍ଥାନ ଅଧିକୃତ କାଶ୍ମୀରରେ ହାଇ ଆଲର୍ଟ ପରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ସଂପୂର୍ଣ କଡାକଡି ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଙ୍କ ନିର୍ଦେଶରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଓଡିଶା ସୀମାନ୍ତ ଅଂଚଳରେ ଅନୁପ୍ରବେଶ କୁ ରୋକିବା ପାଇଁ ରାଜ୍ୟ ସରକାର ଙ୍କ ଗୃହ ବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରୀ କରାଯାଇଛି। ଧାମରା ରୁ ଉତର ରେ ବାଲେଶ୍ୱର ଏବଂ ଦକ୍ଷିଣରେ ଥିବା କେନ୍ଦ୍ରାପଡା, ପାରାଦ୍ୱୀପ ଜମ୍ବୁ ,ଖରନାସୀ ଉପକୂଳ ଅଂଚଳକୁ ଧାମରା ଜଳପଥ ଦେଇ ବାଂଲାଦେଶୀ ଅନୁପ୍ରବେଶ କାରୀ ମାନେ ପ୍ରବେଶ କରୁଥିବା ନେଇ ଖବର ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି। ଏହାକୁ ଆଧାର କରି ବାଂଲାଦେଶୀ ଅନୁପ୍ରବେଶ କାରୀଙ୍କୁ କୌଣସି ପରିସ୍ଥିତିରେ ରାଜ୍ୟରେ ପୁରାଇ ଦିଆଯିବ ନାହିଁ ଏଥି ପାଇଁ ଧାମରା ସାମୁଦ୍ରିକ ଥାନା ଏବଂ ରାଜ୍ୟରେ ଥିବା ସମସ୍ତ ଉପକୂଳ ଅଂଚଳରେ ଥିବା ସାମୁଦ୍ରିକ ଥାନାକୁ ଏହି ନିର୍ଦେଶ ଦିଆଯିବା ସହ ଜଳପଥ ରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି । ଏହି ପରିପ୍ରେକ୍ଷୀରେ ଧାମରା ସାମୁଦ୍ରିକ ଥାନା ତରଫରୁ ଜଳପଥରେ ସ୍ପିଡ ବୋଟ ରେ ବଙ୍ଗୋପ ସାଗର ଏବଂ ତଟବର୍ତୀ ଇଲାକାରେ ମାଛ ମାରୁଥିବା ସମସ୍ତ ବୋଟକୁ କଡାକଡି ଭାବେ ଯାଂଚ କରାଯିବା ସହ ଏଥିରେ ଥିବା ସମସ୍ତ ଧୀବର ମାନଙ୍କ ଭୋଟ ପରିଚୟପତ୍ର ତଥା ଆଧାର କାର୍ଡ ଏବଂ ମତ୍ସ୍ୟ ବିଭାଗ ତରଫରୁ ଦିଆଯାଇଥିବା କାର୍ଡ ଗୁଡିକ ମଧ୍ୟ ଟିକିନିଖି ଯାଂଚ କରାଯାଉଛି। ତଟ ସୁରକ୍ଷା ପାଇଁ ଧାମରାରେ ପର୍ଯ୍ୟାପ୍ତ ପରିମାଣରେ ଷ୍ଟାଫ ନଥିବା ବେଳେ ମାତ୍ର କେତେଜଣ ହାତଗଣତି ଷ୍ଟାଫ ମାନଙ୍କୁ ନେଇ ଚାଲିଛି ତଟ ସୁରକ୍ଷା। ଗୋଟିଏ ପଟରେ ତଟ ସୁରକ୍ଷା ପାଇଁ ନିର୍ଦେଶ ଦେଉଥିବା କେନ୍ଦ୍ର/ରାଜ୍ୟ ସରକାରଙ୍କ ପାଖରେ କେଉଁ ସାମୁଦ୍ରିକ ଥାନାରେ କେତେ ପଦ ପଦବୀ ଫାଙ୍କା ପଡିଛି ତାହାର ସମସ୍ତ ତଥ୍ୟ /ହିସାବ ଥିବା ବେଳେ ଏହି ତଟ ସୁରକ୍ଷା ଏକ ପ୍ରହସନ ବୋଲି ମଧ୍ୟ ଚର୍ଚା ଚାଲିଛି। ଅନ୍ୟ ପଟରେ ବିଗତ ଦିନ ମାନଙ୍କରେ ଧାମରାରେ ୩ଟି ସ୍ପିଡ ବୋଟ ତଟ ସୁରକ୍ଷା ପାଇଁ ନିୟୋଜିତ ହେଉଥିବା ବେଳେ ସେହି ବୋଟ ରୁ ଗୋଟିଏ ବୋଟକୁ ଗୋପାଳ ପୁର କୁ ପଠାଇ ଦିଆ ଯାଇଥିବା ବେଳେ ଆଉ ୨ଟି ବୋଟ ମଧ୍ୟରୁ ଗୋଟିଏ ସଂପୂର୍ଣ ଅକାମୀ ହୋଇ ଯାଇଛି। ବାକି ଥିବା ଗୋଟିଏ ୧୨ଟନ ବିଶିଷ୍ଟ ବୋଟ ର ଇଞ୍ଜିନ କେତେବେଳେ ଅଚଳ ହୋଇ ପଡୁଛିତ ପୁନଶ୍ଚ ବୋଟ ର ବଡି ମଧ୍ୟ ଫୁଟି ଯାଇ ପାଣି ପଶି ଏହାକୁ ସ୍ଥାଣୁ କରି ଦେଉଛି।ଧାମରା ନିକଟରେ ଥିବା ଧାମରା ଆଦାନୀ ବନ୍ଦର ଏବଂ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ବିଭାଗର ଅବଦୁଲ କଲାମ ଘାଟି ପ୍ରତି ଦୃଷ୍ଟି ତଥା ଏହାର ସୁରକ୍ଷା ପାଇଁ ତଟ ସୁରକ୍ଷା ଅତ୍ୟନ୍ତ ଜରୁରୀ ହୋଇପଡିଛି। ତୁରନ୍ତ ଜଳପଥରେ ସୁରକ୍ଷା କଡା କଡି କରିବାକୁ ହେଲେ କେନ୍ଦ୍ର ତଥା ରାଜ୍ୟ ସରକାର ଏଥିପ୍ରତି ସଜାଗ ହେବା ସହ ସାମୁଦ୍ରିକ ଥାନା ମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଷ୍ଟାଫ ନିୟୋଜିତ କରିବା ସହ ଜଳପଥରେ ପଇଁତରା ପାଇଁ ସ୍ପିଡ ବୋଟ ଯୋଗାଇ ଦେବା ମଧ୍ୟ ଜରୁରୀ ହୋଇ ପଡିଛି।