- ବିଜେପି ସରକାରଙ୍କ ବର୍ଷପୂର୍ତ୍ତି ଅବସରରେ କଂଗ୍ରେସର ଅଭିଯୋଗ ଫର୍ଦ୍ଦ : ଦଳ ଅଭିଯୋଗ କଲା ଏକ ବର୍ଷର ଶାସନ ପ୍ରତିଶ୍ରୁତି...
- ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ,204 ଶବ ଉଦ୍ଧାର ଓ ରେସକ୍ୟୁ କାର୍ଯ୍ୟ ଜାରି
- ୧୧ ବର୍ଷର ମୋଦି ସରକାର କେବଳ ଦେଶବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଇଛନ୍ତି – କଂଗ୍ରେସ
- ରାଜ୍ୟରେ ଚାଷୀଙ୍କ ସମସ୍ୟା ଅସହ୍ୟ: ପିସିସି ସଭାପତି ଚାଷୀ ନେତାଙ୍କ ସହ କଲେ ଆଲୋଚନା
- ସ୍କୁଲ ଓ ଉଚ୍ଚଶିକ୍ଷାରେ ଭାରତୀୟ ଭାଷାରେ ଶିକ୍ଷାକୁ ପ୍ରୋତ୍ସାହନ ଆମର ପ୍ରତିବଦ୍ଧତା - ଧର୍ମେନ୍ଦ୍ର ପ୍ରଧାନ
ବ୍ରିଜ ନିର୍ମାଣ ବେଳେ ସ୍ଲାବ୍ ଖସି ୩ ମୃତ , ୨ ଗୁରୁତର : କଂଗ୍ରେସ କଲା ଉଚ୍ଚସ୍ତରୀୟ ତଦନ୍ତ ଦାବି

କଟକ/ଭୁବନେଶ୍ୱର: - କଟକର ଖାନ୍ନଗର ଠାରେ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍ ଖସିପଡ଼ିବାରୁ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ଏସସିବିରେ ଚିକିତ୍ସିତ ହେଉଛନ୍ତି। ମୃତ ଶ୍ରମିକମାନେ ହେଲେ ସୌମ୍ୟରଂଜନ , ଶିବଶଙ୍କର ପଟ୍ଟନାୟକ ଓ ସୁବାଷ ଭକ୍ତ। ସେହିପରି ଆହତମାନେ ହେଲେ ଅରୁଣ ବାରିକ ଓ ବିକଳ ଜେନା।
ଦୁର୍ଘଟଣା ସମ୍ପର୍କରେ କଟକ ଡିସିପି କହିଛନ୍ତି ଖାନନଗରରେ ନିର୍ମାଣାଧୀନ ବ୍ରିଜରେ ବ୍ୟବହାର ହୋଇଥିବା କ୍ରେନ୍ ଫେଲ୍ ହେବାରୁ ଅଘଟଣ ଘଟିଛି। ୫ଜଣ ଶ୍ରମିକ ଆହତ ହୋଇଥିଲେ। ଶ୍ରିକମାନଙ୍କ ମଧ୍ୟରୁ କିଛି ବାହାର ରାଜ୍ୟର ବୋଲି ଜଣାପଡ଼ିଛି। ଆହତମାନଙ୍କୁ ଆମର ଟିମ୍ ତୁରନ୍ତ ଏସ୍ସିବିକୁ ସ୍ଥାନାନ୍ତରିତ କରିଥିଲେ। ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ।
ସୂଚନା ଅନୁସାରେ ଖାନନଗରରେ କାଠଯୋଡ଼ିରେ ବ୍ରିଜ୍ କାମ ଜାରି ରହିଛି। ପୂର୍ତ ବିଭାଗ ପକ୍ଷରୁ ଏହି କାମ ପାଇଁ ଏକ ଘରୋଇ କଂପାନିକୁ ଦାୟିତ୍ୱ ଦିଆଯାଇଛି। ଶନିବାର ଅପରାହ୍ଣ ସମୟରେ ଅଘଟଣ ଘଟିଥିଲା। ବ୍ରିଜ୍ ଉପରେ କିଛି ଶ୍ରମିକ କାମ କରୁଥିବା ବେଳେ ଅନ୍ୟମାନେ ବ୍ରିଜ୍ ତଳେ ଥିଲେ। ଅଚାନକ ବ୍ରିଜ୍ ଉପରୁ ସ୍ଲାବ ପଡ଼ିଯିବା କାରଣରୁ ୫ ଜଣ ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରେ ୩ ଜଣ ଶ୍ରମିକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଅନ୍ୟ ୨ ଜଣଙ୍କର ଚିକିତ୍ସା ଜାରି ରହିଛି।
କଟକ ଖାନ୍ ନଗରରେ ବ୍ରିଜ୍ ନିର୍ମାଣ ସମୟରେ ଅଘଟଣ ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏଥିସହ ଦୁର୍ଘଟଣାରେ ଆହତଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇବା ସହ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସେ ପଟେ ଖାନନଗର ବ୍ରିଜର ସ୍ଲାବ୍ ପଡ଼ିବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ଶୋକ ପ୍ରକାଶ କରିଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ। ମୃତ୍ୟୁବରଣ କରିଥିବା ୩ ଜଣ କାର୍ଯ୍ୟରତ ଶ୍ରମିକଙ୍କ ଆତ୍ମାର ସଦଗତି କାମନା କରି ସେ ସୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ଏବଂ ଆହତଙ୍କ ଆସୁଆରୋଗ୍ୟ କାମନା କରିଛନ୍ତି। ସ୍ଲାବ ପଡ଼ିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ଯିଏ ଏଥିପାଇଁ ଦାୟୀ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଶ୍ରୀଯୁକ୍ତ ଦାସ।