- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
- ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
- ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ, ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ : କଂଗ୍ରେସ
୭ ଜିଲ୍ଲାକୁ ନେଇ ଗଠନ ହେବ ଦକ୍ଷିଣ ଓଡିଶା ବିକାଶ ପରିଷଦ
ଭୁବନେଶ୍ୱର, 4 ଜାନୁୟାରୀ - ୭ ଜିଲ୍ଲାକୁ ନେଇ ଗଠନ ହେବ ଦକ୍ଷିଣ ଓଡିଶା ବିକାଶ ପରିଷଦ । ଦକ୍ଷିଣ ଓଡିଶା ବିକାଶ ପରିଷଦ ଟାସ୍କଫୋର୍ସର ପ୍ରଥମ ବୈଠକରେ ପ୍ରାଥମିକ ରୂପରେଖ ନେଇ ଆଲୋଚନା ହୋଇଛି । ବୈଠକରେ ଟ୍ୟାକ୍ସଫୋର୍ସ ବହୁତ ସଦସ୍ୟ ମାନେ ଉପସ୍ଥିତ ଥିଲେ । ପରିଷଦର ରୂପରେଖ ନେଇ ବିଧାୟକ ଓ ସାଂସଦ ମାନେ ସେମାନଙ୍କର ମତାମତ ଦେଇଛନ୍ତି ।
ଦକ୍ଷିଣ ଓଡ଼ିଶା ବିକାଶ ପରିଷଦରେ ୭ ଜିଲ୍ଲାକୁ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି । ସେହି ସବୁ ଜିଲ୍ଲା ହେଉଛି କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ ନବରଙ୍ଗପୁର । ଏହି ୭ ଟି ଜିଲ୍ଲାର ସବୁ ବ୍ଲକ କୁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ରେ ସାମିଲ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ଷ୍ଟାଚୁଟାରୀ କମିଟି ଗଠନ ହେବାର ଆବଶ୍ୟକତା ଥିବା ବୈଠକରେ ଆଲୋଚନା ହୋଇଛି । ତାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ଷ୍ଟାଚୁଟାରୀ କମିଟି ଗଠନ ହେବ । ଯେଉଁମାନେ ଏହି ଟାସ୍କଫୋର୍ସର ରେ ସାମିଲ ହୋଇ ନାହାନ୍ତି ସେମାନଙ୍କୁ ପରବର୍ତ୍ତୀ ସମୟ ରେ ସାମିଲ କରାଯିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଦକ୍ଷିଣ ଓଡ଼ିଶାର ବିକାଶ ରେ ଏହି ପରିଷଦ ସହାୟକ ହେବ ବୋଲି କହିଛନ୍ତି ଟାସ୍କଫୋର୍ସର ଅଧ୍ୟକ୍ଷ ତଥା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।