BIG NEWS
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ବିକଶିତ ଗାଁ ବିକଶିତ ଓଡ଼ିଶାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ

FMNEWS.IN 23-01-2025
State Cabinet approves 'Developed Village, Developed Odisha'

ଭୁବନେଶ୍ୱର, 23 ଜାନୁଆରି(FMNews):--ରାଜ୍ୟ କ୍ୟାବିନେଟ୍ରେ ବିକଶିତ ଗାଁ ବିକଶିତ ଓଡ଼ିଶାକୁ ଅନୁମୋଦନ ଦିଆ।ଯାଇଛି । । ଗାଁର ବିକାଶ ହେଲେ ଦେଶର ବିକାଶ ସମ୍ଭବ ହୋଇ ପାରିବ। ଏଥିପାଇଁ ବଜେଟରେ ଥିବା ବ୍ୟୟବରାଦକୁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି।

ଗ୍ରାମାଞ୍ଚଳ ଓଡ଼ିଶାର ତ୍ଵରିତ ଏବଂ ସାମଗ୍ରିକ ବିକାଶ ଦିଗରେ ଗୁରୁତ୍ବପୂର୍ଣ୍ଣ ବ୍ୟବଧାନକୁ ଦୂର କରିବା, ତଥା ଗ୍ରାମାଞ୍ଚଳରେ ମୌଳିକ ଭିତ୍ତିଭୂମିର ବିକାଶ ନିମନ୍ତେ ବିଭିନ୍ନ ସ୍ଥାୟୀ ଉନ୍ନୟନମୂଳକ ପ୍ରକଳ୍ପମାନ ଯଥା ଅପହଞ୍ଚ ଗାଁ କୁ ରାସ୍ତା ଦ୍ବାରା ସଂଯୋଗୀକରଣ, ସର୍ବସାଧାରଣଙ୍କ ସୁବିଧା ପାଇଁ ସମ୍ପଦ ସୃଷ୍ଟି କରିବା, ଶିକ୍ଷା ଏବଂ କ୍ରୀଡ଼ା ଭିଭିଭୂମିର ଉନ୍ନତିକରଣ , କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ ଇତ୍ୟାଦି ପାଇଁ ରାଜ୍ୟ ସରକାର ବିକଶିତ ଗାଁ ବିକଶିତ ଓଡ଼ିଶା ନାମରେ ଏକ ନୂତନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ।

ଏହି ଯୋଜନାରେ ଉଭୟ ଗ୍ରାମ ମଧ୍ୟସ୍ଥ ସଡ଼କ ଏବଂ ଗ୍ରାମଗୁଡିକୁ ସଂଯୋଗ କରୁଥିବା ରାସ୍ତାର ବିକାଶ କରାଯିବ । ଏହି ଯୋଜନାରେ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଉନ୍ନୟନ ମୂଳକ ଗୋଷ୍ଠୀଭିଭିକ ସମ୍ପଦ ସୃଷ୍ଟି ପାଇଁ ପ୍ରକଳ୍ପମାନ ନିର୍ମାଣ କରାଯିବ | ଏହି ପରିପ୍ରେକ୍ଷୀରେ, କାର୍ଯ୍ୟର ଗୁଣବତ୍ତା, ସୃଷ୍ଟି ହୋଇଥିଠବା ସମ୍ପଦର ରକ୍ଷଣାବେକ୍ଷଣ ତଥା ତଦାରଖର ଉତ୍ତରଦାୟିତ୍ଵ ଗୋଷ୍ଠୀ ସମୁଦାୟ ଉପରେ ନ୍ୟସ୍ତ ରହିବ ।

ଆବଶ୍ୟକତା ଭିତ୍ତିରେ ପାଞ୍ଚ ବର୍ଷର ସମ୍ଭାବ୍ୟ ପ୍ରକଳ୍ପ ତାଲିକା ଏବଂ ପ୍ରତ୍ୟେକ ଆର୍ଥିକ ବର୍ଷ ପାଇଁ ବାର୍ଷିକ କାର୍ଯ୍ୟ ଯୋଜନା ଗ୍ରାମ ସଭା ଦ୍ବାରା ପ୍ରସ୍ତୁତ ହେବ ଏବଂ ଗ୍ରାମ ପଞ୍ଚାୟତ ଦ୍ବାରା ବ୍ଲକକୁ ସୁପାରିଶ କରାଯିବ। ଏଥ୍ ସହିତ ସମ୍ଭାବ୍ୟତା, ଗ୍ରହଣୀୟତା ଏବଂ ଆର୍ଥିକ ସୀମା କମିଟି ଦ୍ବାରା ପ୍ରକଳ୍ପ ତାଲିକା ଯାଞ୍ଚ କରାଯିବ । ପ୍ରକଳ୍ପର ତାଲିକା ଅନୁମୋଦିତ ହେବ ।

ଆଧାରରେ ବ୍ଲକ ସ୍ତରରେ ବୈଷୟିକ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଦ୍ବାରାଏହି ଯୋଜନା ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଏବଂ ଏହାର ଅବଧୂ ସରକାରଙ୍କ ନିଷ୍ପତ୍ତି ଦ୍ବାରା ବୃଦ୍ଧି କରାଯାଇପାରେ। ଏହି ଯୋଜନା ପାଇଁ ୫୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ୨୦୨୪- ୨୫ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ ୧୦୦୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି ।