Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଅର୍ଥ କମିଶନଙ୍କୁ ଦିଆଯିବାକୁ ଥିବା ମେମୋରେଣ୍ଡମକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ
FMNEWS.IN
22-01-2025
ଭୁବନେଶ୍ୱର, 22 ଜାନୁଆରି: ଷୋଡଶ ଅର୍ଥ କମିଶନ ଫେବୃଆରୀ ମାସରେ ଆମ ରାଜ୍ୟକୁ ଗସ୍ତ କରିବେ । ଏହି ଗସ୍ତ ଅବସରରେ
କମିଶନଙ୍କୁ ରାଜ୍ୟର ବିଭିନ୍ନ ପ୍ରସ୍ତାବ ସମ୍ବଳିତ ଗୋଟିଏ ମେମୋରାଣ୍ଡମ ପ୍ରଦାନ କରାଯିବ । ଆଜି ରାଜ୍ୟ କ୍ୟାବିନେଟ ଉକ୍ତ ମେମୋରାଣ୍ଡମକୁ ଅନୁମୋଦନ କରିଛନ୍ତି ।
ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଫେବ୍ରୁଆରି ୫, ୬ ଓ ୭ରେ ଷୋଡ଼ଶ ଅର୍ଥ କମିଶନ ଓଡ଼ିଶା ଆସିବେ । ଅର୍ଥ କମିସନଙ୍କ ନିକଟରେ ଓଡ଼ିଶା ନିଜର ଦାବି ଉପସ୍ଥାପନ କରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ୨୦୨୬ରୁ ୨୦୩୧ ବର୍ଷରେ ଉନ୍ନତିକରଣ କାର୍ଯ୍ୟ ଲାଗି ଅର୍ଥ କମିସନଙ୍କ ନିକଟରେ ଅର୍ଥ ଦାବି କରାଯିବ । ଓଡ଼ିଶା ପାଇଁ ୫ ବର୍ଷ ଲାଗି ୧୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କାର ଦାବି ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ ।