- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଆମ ଯୋଜନାକୁ ନୂଆ ନାଁ ଦେଉଛନ୍ତି ରାଜ୍ୟ ସରକାର- ବଦ୍ରି ପାତ୍ର
ଭୁବନେଶ୍ୱର, 30 ଜାନୁଆରି : ଆମେ ଯେଉଁ ଯୋଜନା କରିଥିଲୁ, ସେହି ଯୋଜନାକୁ ନୂଆ ନାଁ ଦେଇଛନ୍ତି ଏହି ସରକାର। ଆମ ଗାଁ ଆମ ବିକାଶକୁ ସେତେବେଳେ କେନ୍ଦ୍ର ସରକାର ଓ ଜାତିସଂଘ ପୁରସ୍କାର ଦେଇଛନ୍ତି। ପୁରୁଣା ସରକାର କଥା ବାରମ୍ବାର ନ କୁହନ୍ତୁ। ନୂଆ କଣ କରିବେ କୁହନ୍ତୁ ବୋଲି କହିଛନ୍ତି ବଦ୍ରି ବିଧାୟକ ବଦ୍ରି ପାତ୍ର ।
ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରେ ସିମେଂଟ ପ୍ଲାଂଟରେ ବଡ ଦୁର୍ଘଟଣା, ନିର୍ମାଣଧୀନ ଛାତର ସ୍ଲାବ ଭୁଶୁଡିବା କାରଣୁ 2 ଶ୍ରମିକଙ୍କ ମୃତ୍ୟୁ, 50 ଆହତ
ଭୋପାଳ, 30 ଜାନୁଆରି : ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରେ ଗୁରୁବାର ସକାଳେ ବଡଧରଣର ଦୁର୍ଘଟଣା ଘଟିଛି । ଜେକେ ସିମେଂଟ ଫ୍ୟାକ୍ଟ୍ରିରେ ନିର୍ମାଣଧୀନ ଛାତର ସ୍ଲାବ ଭୁଶୁଡି ପଡିଛି । ଘଟଣା ସମୟରେ ଶହଶହ ଶ୍ରମିକ କାମ କରୁଥିଲେ । ଦୁର୍ଘଟଣାରେ 2 ଶ୍ରମିକ ଏହା ତଳେ ଦବି ଯାଇ ମୃତ୍ୟୁବରଣ କରିଥିବାର ସୂଚନା ମିଳିଛି ।
ତେବେ ପ୍ରଶାସନ ପକ୍ଷରୁ ଏନେଇ କୌଣସି ସୂଚନା ମିଳିନି । ଘଟଣାରେ ପ୍ରାୟ 50ଜଣ ଶ୍ରମିକ ଆହତ ହୋଇଛନ୍ତି । ସୂଚନା ମିଳିବା ପରେ ପୋଲିସ ଓ ଆମ୍ବୁଲାନ୍ସ ବି ଘଟଣାସ୍ଥଳରେ ପଂହଚିଛନ୍ତି । ରେସକ୍ୟୁ ଅପରେସନ ଜାରି ରହିଛି ।