- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଏଚଏମପିଭି ଭାଇରସକୁ ନେଇ ପ୍ରସ୍ତୁତ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର, 7ଜାନୁୟାରୀ:- ଏଚଏମପିଭିଭାଇରସକୁ ନେଇ ପ୍ରସ୍ତୁତ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଅଯଥା ଭୟଭୀତ ରୁହନ୍ତୁ ନାହିଁ ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି । ଏହା ନୂଆ ନୁହେଁ। ଅଧିକା ସଚେତନତା ହେବାରୁ ଏହି କେସ ଅଧିକ ଚିହ୍ନଟ ହେଉଛନ୍ତି। ଏହା ୨୦୦୧ ମସିହାରୁ ଚିଂହାତ କରାଯାଇଥିଲା। ଏହା ଆଗରୁ ରହିଛି। ବାହାରୁ ଆସିଥିବା ରୋଗୀଙ୍କ ଦେହରେ ଏହା ଦେଖାଯାଇନାହିଁ। ରିପୋର୍ଟ ଆସିନାହିଁ। ଯେଉଁ ଠାରେ ଦେଖାଯାଇଛି ସେହି ରାଜ୍ୟରେ ଗାଇଡ ଲାଇନ୍ ଜାରି କରାଯାଇଛି । ଆମ ରାଜ୍ୟରେ କିଛି ଦେଖାଯାଇନାହିଁ ତେବେ ଆମର ମଧ୍ୟ ଗାଇଡ ଲାଇନ ଜାରି କରାଯାଇନାହିଁ। ଏମ୍ସରେ ଟେଷ୍ଟ କରାଯାଉଛି। ଏନସିଡିସିରେ କଣ୍ଟ୍ରୋଲ ରହିଛି। ୨୪ ଘଣ୍ଟା ତଦାରଖ କରାଯାଉଛି। ଟେଷ୍ଟିଂ ସେଣ୍ଟର୍ ବୃଦ୍ଧି କରାଯିବ। ବର୍ତ୍ତମାନ ସେହିଭଳି କୌଣସି ପରିସ୍ଥିତି ନାହିଁ। ଭାରତରେ ଏହି ଭାଇରସ ରହିଛି। ଏହା ସିଜିନାଲ ଭାଇରସ। ଭୟ କରନ୍ତୁ ନାହିଁ। ସାଧାରଣ ଭାବରେ ଥଣ୍ଡା କାଶରେ ଯାହା ପ୍ରିକ୍ସନ ଆବଶ୍ୟକ ନେବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।