BIG NEWS
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ସିଲାଟିମୁଣ୍ଡାରେ ସୁଲିଆ ଯାତ୍ରା: ଶତାଧିକ ପଶୁ, ପକ୍ଷୀ ବଳି

FMNEWS.IN 07-01-2025
Suliya Yatra in Silatimunda: Hundreds of animals, birds sacrificed

ସୁବର୍ଣ୍ଣପୁର, ୭ ଜାନୁଆରୀ:-ତରଭା ବ୍ଲକ ସରଗଜ ପଞ୍ଚାୟତର ସିଲାଟିମୁଣ୍ଡା ଗ୍ରାମ ସୁଲିଆପଦାରେ ହଜାରଧିକ ପଶୁପକ୍ଷୀଙ୍କ ରକ୍ତରେ ରଞ୍ଜିତ ହେଲା ସୁଲିଆପଦା I ସମ୍ପ୍ରଦାୟର ନୀତି ଅନୁଯାୟୀ ପ୍ରତି ବର୍ଷ ପୌଷମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଶୁଳିଆ ଯାତ୍ରା ଅନୁଷ୍ଠିତ ହୁଏ ।ମଙ୍ଗଳବାର ଭୋରରୁ ପ୍ରଥମେ ନିଶି ପୂଜା କରାଯାଏ। ହଜାରଧିକ ଶ୍ରଦ୍ଧାଳୁ ଭକ୍ତ, ମାନସିକଧାରି ମଙ୍ଗଳ ବାର ସକାଳୁ ସୁଲିଆପଦାରେ ଜମା ହେବା ସହ ସୁଲିଆପୀଠ ଓ ବରୁଆ ନିକଟରେ ନିଜର ହାରି ଗୁହାରି କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି I ପାରମ୍ପରିକ ବାଦ୍ୟ ଓ ଭକ୍ତଙ୍କ ହୁଳହୁଳିରେ ସୁଲିଆପଦା ଦୁଲୁକି ଉଠିଥିଲା । ମନସ୍କାମନା ପୂର୍ଣ୍ଣ ହୋଇଥିବା ମାନସିକଧାରୀ ମାନେ ଆଣିଥିବା ଶତାଧିକ କୁକୁଡ଼ା, ବୋଦା, ମେଣ୍ଢା ଓ ପୋଢ଼ ଝଙ୍କାର, ବରୁଆଙ୍କ ଦ୍ୱାରା ବଳି ପ୍ରଦାନ କରାଯାଇଥିଲା l ଆଉ କେତେ ଭକ୍ତ ନଡ଼ିଆ ଭାଙ୍ଗି ନିଜ ନିଜ ଅସୁବିଧା ସୁଲିଆ ବୁଢ଼ାଙ୍କୁ ଜଣାଇଛନ୍ତି l

ସୁଲିଆ ପୀଠର ମୁଖ୍ୟ ଝାଙ୍କର ପ୍ରେମରାଜ ଭୋଇ (ଖରଳିକାନୀ), ବନମାଳୀ କୁଅଁର, ରାଜକିଶୋର କୁଅଁର (ଗୁହିରାଘାଟ), ସତ୍ୟ ନାରାୟଣ ଭୋଇ, ସୀତାରାମ କୁଆଁର, ନାରାୟଣ କଲସେ, କୁଞ୍ଜବ କୁଆଁର, ଉପେନ୍ଦ୍ର କୁଅଁର ଦଶରଥ ପୋଢ଼, ଶିବ ମହାନନ୍ଦ ଏବଂ ଚମରା କୁଅଁର ବରୁଆ ପ୍ରମୁଖ ବଳି ଓ ପୂଜା କାର୍ଯ୍ୟ ରେ ନେତୃତ୍ୱ ନେଇଥିଲେ I ସିଲଟି ମୁଣ୍ଡା, ତେନ୍ତୁଳୀଖୁଣ୍ଟି, ମିଚ୍ଛାପାଳି, ଭାଲୁଡୁଙ୍ଗୁରି

ଦେଓଗାଁ, ଗ୍ରାମବାସୀ ଓ କନ୍ଧ ସମ୍ପ୍ରଦାୟ ବ୍ୟକ୍ତି ସୁଲିଆଯାତ୍ରା ଶୃଙ୍ଖଳିତ କରିବା ପାଇଁ ଦାୟିତ୍ୱ ନେଇଥିଲେ I ବାବୁଲା ବାଘ, ଟିକେଶ୍ୱର ବାରିକ, ପବିତ୍ର ସେଠୀ, ସୁଦାମ ସାହୁଙ୍କ ସହ ଶିଳାଟି ମୁଣ୍ଡା ଗ୍ରାମବାସୀ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ I ସୁଲିଆ ପଦାରେ ବିଭିନ୍ନ ପ୍ରକାର ଦୋକାନ, ବ୍ୟବସାୟୀ ପ୍ରତିଷ୍ଠାନ ପଡିଥିଲା । ଆଜି ରାତିରେ ସିଲେଟ ମୁଣ୍ଡା ଗ୍ରାମରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା l