- ବଳଙ୍ଗା ନାବାଳିକାଙ୍କୁ ପୋଡି ମାରିବା ଉଦ୍ୟମ ଘଟଣା : ରୂପା ମୁଦିକୁ ନେଇ ଖୋଳତାଡ଼, ମୁଦିକୁ ଚିହ୍ନିଲେ ଗହଣା ଦୋକାନୀ
- ମେଟ୍ରୋ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ: ବିଜେଡି
- ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସେବାୟତ ଜଣାଇଲେ ମନ୍ଦିର ସମସ୍ୟା ଏବଂ ସେବାୟତଙ୍କ ଦୁଃଖ
- ପ୍ରବଳ ବର୍ଷା ନେଇ ମୟୁରଭଞ୍ଜ ଜିଲ୍ଲାକୁ ରେଡ଼ ୱାର୍ନିଂ
- ସୋମବାର ସଂସଦର ଉଭୟ ଗୃହରେ ଅପରେସନ ସିନ୍ଦୂର ଉପରେ ହେବ ଆଲୋଚନା
ତାଳଚେର ମେଡିକାଲ କଲେଜକୁ ନେଇ ବିଜେଡି ରାଜନୀତି କରଣ କରିବା ଦୁର୍ଭାଗ୍ୟ ଜନକ - ରୁଦ୍ର ପାଣି

ଭୁବନେଶ୍ୱର, 18 ଜୁନ୍ ତାଳଚେର ପବିତ୍ର ମୋହନ ମେଡିକାଲ କଲେଜକୁ ନେଇ ବିଜେଡ଼ି ରାଜନୀତିକରଣ କରିବା ଦୁର୍ଭାଗ୍ୟଜନକ । କିଛି ନ ବୁଝି କିଛି ନ ଜାଣି ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି ତାଳଚେରର ବିଜେଡ଼ି ବିଧାୟକ ଓ ତାଙ୍କ ଦଳର ପୂର୍ବତନ ସାଂସଦ ତାଳଚେରବାସୀଙ୍କ ମଧ୍ୟରେ ଯେଉଁ ଭ୍ରମ ତିଆରି କରିବା ପାଇଁ ଚାହୁଁଛନ୍ତି ତାହାକୁ ମୁଁ କଡ଼ା ଶବ୍ଦରେ ନିନ୍ଦା କରୁଛି ବୋଲି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ପ୍ରକାଶ କରିଛନ୍ତି।
ବିଜେଡ଼ି ପକ୍ଷରୁ ଏହି ପ୍ରସଙ୍ଗରେ ଧାରଣା ଓ ବନ୍ଦ ଡାକରା ପାଇଁ ଯେଉଁ ଆହ୍ୱାନ କରାଯାଇଛି, ତାହା ଦ୍ୱାରା ମେଡିକାଲ କାର୍ଯ୍ୟକ୍ଷମ ପ୍ରକ୍ରିୟାରେ ବିଳମ୍ବ ହେବ । ତାଳଚେର ବିଧାୟକ ଏବଂ ବିଜେଡ଼ି ନେତାମାନେ ଭୂତ ହୋଇ ଲାଗିବା, ଗୁଣିଆ ହୋଇ ଛଡାଇବା ଭଳି କାମ ବନ୍ଦ କରନ୍ତୁ । ବିଜେଡ଼ିର ଏପରି ହୀନ ରାଜନୀତିକୁ ତାଳଚେରବାସୀ ସଫଳ ହେବାକୁ ଦେବେ ନାହିଁ । ମା ହିଙ୍ଗୁଳା ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ସାଂସଦ ଶ୍ରୀ ପାଣି ଏକ ପ୍ରେସ ବାର୍ତ୍ତା ରେ ପ୍ରକାଶ କରିଛନ୍ତି |
ସେ କହିଛନ୍ତି ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମସିଏଲ ପୁରୁଣା ମେଡିକାଲ କଲେଜର ଅପଗ୍ରେଡେସନ ପାଇଁ ୫୦୦ କୋଟି, ନୂଆ ମେଡିକାଲ କଲେଜ ପାଇଁ ୫୦୦ କୋଟି ଓ ମେଡିକାଲକୁ ୫ ବର୍ଷ ପର୍ଯ୍ୟନ୍ତ ଚଲାଇବା ପାଇଁ ପ୍ରାୟ ୬୨୮ କୋଟି ଟଙ୍କା ଅର୍ଥାତ୍ ସର୍ବମୋଟ ୧୬୨୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ତାଳଚେର ପବିତ୍ର ମୋହନ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବା ପାଇଁ ବିଜେଡ଼ି ସରକାର କେବେ ବି ଆଗ୍ରହ ପ୍ରକାଶ କରିନାହିଁ । ବିଜେଡ଼ିର ବୈମାତୃକ ମନୋଭାବ ଓ ଇଚ୍ଛାଶକ୍ତି ଅଭାବରୁ ଦୀର୍ଘ ବର୍ଷ ଧରି ତାଳଚେରବାସୀ ଉତ୍ତମ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ଥିଲେ । ଆମ ସରକାର କ୍ଷମତାକୁ ଆସିବା ପରେ ତାଳଚେର ମେଡିକାଲ କଲେଜ ସହିତ ଜଡ଼ିତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ବୋଲି ପାଣି କହିଛନ୍ତି।
ଓଡ଼ିଶା ସରକାରଙ୍କ ଓଡ଼ିଶା ୟୁନିଭରସିଟି ଅଫ୍ ହେଲଥ୍ ସାଇନ୍ସ, ଭୁବନେଶ୍ୱର ତାଳଚେର କଲେଜରେ ୨୦୨୫-୨୬ରୁ ୧୦୦ ଏମବିବିଏସ ସିଟ୍ ଆରମ୍ଭ କରିବା ପାଇଁ ମଞ୍ଜୁର ଦେଇଛି । ଡିନ୍, ପ୍ରିନ୍ସପାଲ, ସୁପରିନଟେଡେଣ୍ଟ୍ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି । ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ସହ ଅନ୍ୟାନ୍ୟ ପଦପଦବୀ ଓ ଆନୁଷଙ୍ଗିକ କାମ ପୂରଣ ହୋଇଛି । ଏହି ମେଡିକାଲ ପାଇଁ ଜାତୀୟ ମେଡିକାଲ ପରିଷଦର ଆନୁଷ୍ଠାଠିକ ଯାଞ୍ଚ ପ୍ରକ୍ରିୟା ଚାଲୁରହିଥିବା ବେଳେ ଖୁବ ଶୀଘ୍ର ଚାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ ।