- ବିଜେପି ସରକାରଙ୍କ ବର୍ଷପୂର୍ତ୍ତି ଅବସରରେ କଂଗ୍ରେସର ଅଭିଯୋଗ ଫର୍ଦ୍ଦ : ଦଳ ଅଭିଯୋଗ କଲା ଏକ ବର୍ଷର ଶାସନ ପ୍ରତିଶ୍ରୁତି...
- ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ,204 ଶବ ଉଦ୍ଧାର ଓ ରେସକ୍ୟୁ କାର୍ଯ୍ୟ ଜାରି
- ୧୧ ବର୍ଷର ମୋଦି ସରକାର କେବଳ ଦେଶବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଇଛନ୍ତି – କଂଗ୍ରେସ
- ରାଜ୍ୟରେ ଚାଷୀଙ୍କ ସମସ୍ୟା ଅସହ୍ୟ: ପିସିସି ସଭାପତି ଚାଷୀ ନେତାଙ୍କ ସହ କଲେ ଆଲୋଚନା
- ସ୍କୁଲ ଓ ଉଚ୍ଚଶିକ୍ଷାରେ ଭାରତୀୟ ଭାଷାରେ ଶିକ୍ଷାକୁ ପ୍ରୋତ୍ସାହନ ଆମର ପ୍ରତିବଦ୍ଧତା - ଧର୍ମେନ୍ଦ୍ର ପ୍ରଧାନ
ଛତିଆଠାରେ ଭୟଙ୍କର ବିସ୍ପୋରଣ : ଘଟଣାସ୍ଥଳରେ ୨ ମୃତ : ସ୍ଥାନୀୟ ଲୋକେ ଭୟଭିତ

ଧର୍ମଶାଳା,୧୩ ମଇ- ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥ ବଡଚଣା ଥାନା ଅଧିନ ଛତିଆ ନିକଟରେ ଭୟଙ୍କର ବିସ୍ପୋରଣ । ଛତିଆ ପାଶ୍ୱର୍ ସର୍ଭିସ ରୋଡ ବଜାର ଅଂଚଳରେ ଏହି ବିସ୍ପୋରଣ ଘଟିଛି । ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତି ହୋଇଥିବା ଜଣାପଡିଛି । ଏହି ଘଟଣାରେ ଗୋଟିଏ ପଲସର ବାଇକ ଓ ଗୋଟିଏ ସ୍କୁଟି ପୋଡି ଯାଇଥିବା ବେଳେ ବିସ୍ପୋରଣର କାରଣ ପୋଲିସ ଖୋଜୁଛି । ଏହି ବିସ୍ପେରଣର ମାତ୍ରା ଏତେ ଥିଲା ଯେ ମୃତଙ୍କ ଶରୀର ବହୁ ସ୍ଥାନରେ ଅଲଗା ଅଲଗା ହୋଇ ଏଣେ ତେଣେ ପଡିଥିବା ବେଳେ ନିକଟରେ ଥିବା ଲୋକେ ଭୟଭିତ ହୋଇପଡିଥିଲେ । ତେବେ ମୃତକଙ୍କ ସଠିକ୍ ସୂଚନା ମିଳି ପାରି ନାହିଁ । ସେମାନେ ସ୍ଥାନୀୟ ଅଂଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମିଳିଥିବା ସୂଚନା ମୁତାବକ,ଆଜି ପାଖାପାଖି ଅପରାହ୍ନ ୪ଟା ସମୟରେ ଯାଜପୁର ଜିଲା ବଡଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଛତିଆ ପାଶ୍ୱର୍ ସର୍ଭିସ ରୋଡ କଡରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥିଲା । ରାସ୍ତା କଡରେ ହଠାତ୍ ଏକ ବିସ୍ପୋରଣ ଶଦ୍ଦ ଶୁଣା ଯାଇଥିଲା । ଫଳରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପଂହଚି ଏକ ପଲସର ବାଇକ ଓ ଗୋଟିଏ ସ୍କୁଟି ଜଳି ପୋଡି ଯାଇଥିବା ବେଳେ ବିସ୍ପୋରଣରେ ୨ ଜଣଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡିଥିଲା । ସେମାନଙ୍କ ଶରୀର ଖଣ୍ଡ ବିଖଣ୍ଡିତ ଏତେତେଣେ ପଡିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଥିବା ଜଣାପହଇଛି । ଘଟଣାସ୍ଥଳରେ ଅଗ୍ନୀଶମ ବାହିନୀ ଓ ବଡଚଣା ଥାନା ଓ ଛତିଆ ପୋଲିସ ପଂହଚି ତଦନ୍ତ ଚଳାଇଥିବା ଜଣାପଡିଛି । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି । ୨ଜଣ ବ୍ୟକ୍ତି ମାଛ ମରା ବିସ୍ପୋରକ ନେଇ ଯାଇଥିବା ବେଳେ ନିକଟରେ ଥିବା ଦେଶୀ ମଦ ଭାଟି ନିକଟରେ ଛିଡା ହେବା ସମୟରେ ଏହି ବିସ୍ପୋରଣ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି । ବିସ୍ପୋରଣ ସମୟରେ ୨ଜଣ ସମେତ ନିକଟରେ ଏକ ଗାଡି ଚାଳକ ଗୁରୁତର ଆହତ ହୋଇଥିଲେ । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ତେବେ ସମସ୍ତେ ସ୍ଥାନୀୟ ଅଂଚଳର ବୋଲି ଅନୁମାନ କରାଯାଉଛି ।