ବୃଦ୍ଧ ଦମ୍ପତିଙ୍କ କାନ୍ଧରେ ପାଗିଳି ଝିଅର ବୋଝ, ଯନ୍ତ୍ରଣା ମୁକ୍ତ କରିବ କିଏ!

FMNEWS.IN 23-03-2025
The burden of a crazy girl on the shoulders of an elderly couple, who will relieve the pain?

ଭଦ୍ରକ - ବୟସର ଅପରାହ୍ନରେ ପାଦ ଚାଲିବାକୁ ବଳ ପାଉନଥିବା ବେଳେ ବୃଦ୍ଧା ଦମ୍ପତିଙ୍କ ଉପରେ ବୋଝ ହୋଇଯାଇଛନ୍ତି ପାଗିଳି ଝିଅ। ନା ଯମ ନେଉଛି ନା କିଏ ବଂଚିବାକୁ ଦେଉଛି । ଏମିତି ହିନିମାନିଆ ହୋଇ ବଂଚୁଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖଦାଳ ପୋଖରୀ ଗାଁର ବୃଦ୍ଧ ଦମ୍ପତି ସନ୍ଥ ଦାସ (୭୦)ଏବଂ ତାଙ୍କ ପତ୍ନୀ ଗୌରୀ ଦାସ(୬୩) । ସନ୍ଥ ଦାସ ୬ପ୍ରାଣୀଙ୍କ ପାଇଁ ପରଘରେ ମୂଲ ଲାଗନ୍ତି ତ ପୁଣି ଜାଲ ବୁଣନ୍ତି। ସେଥିରୁ ଯାହା ମିଳୁଥିଲା ପରିବାର ମୁହଁରେ ଆହାର ଯୋଗାଉଥିଲେ । ଦୁଇ ପୁଅ ଗୋଟିଏ ଝିଅଙ୍କୁ ପାଠ ପଢାଇ ବାହା ଦେଲେ । ହେଲେ ଦୁଇ ପୁଅ ସେମାନଙ୍କ ସଂସାର ନେଇ ବାପା ମାଙ୍କୁ ପର କରିଦେଲେ । ଆଉ ଗୋଟେ ଝିଅକୁ ବାହାଦେବା ପାଇଁ ଯାହା ଜମିବାଡିଥିଲା ସବୁତକ ବିକିଦେଲେ ନିଃସ୍ୱ ପାଲଟି ଗଲେ । ଏବେ ମାନସିକ ଭିନ୍ନକ୍ଷମ ସାନ ଝିଅ ରମା ଦାସ (୪୦)କୁ ଜଗି ବସିଛନ୍ତି। ଝିଅ ନା କଥା କହି ପାରୁଛି ନା କିଛି ବୁଝୁଛୁ। ଯାହା ଖାଇବାକୁ ଦେଲେ କେତେ ଅଝଟ କରୁଛି. କେତେ ବଅଲାଇ ଲେ ଖାଉଛି। ପାଗିଳି ଝିଅକୁ ନେଇ ଭାରି ହୀନିମାନି ହୋଇ ଚଳୁଛନ୍ତି ।ନା ଏମାନ ପାଇଁ ସରକାର ଘର ଯୋଗାଇ ଛନ୍ତି ନା ପାଗେଳୀ ଝିଅ କୁ ଭତା କି ଚାଉଳ। ଏହି ଅସହାୟ ପରିବାରକୁ ନେଇ ସରକାରୀ ସହାୟତା କହିଲେ ବୃଦ୍ଧ ସନ୍ଥ ଦାସଙ୍କୁ ୧୦ କେଜି ଚାଉଳ ଆଉ ଭତା ହଜାରେ। ପତ୍ନୀଙ୍କ ବୟସ ୬୩ ପାର ହୋଇଯାଇଥିଲେ ମଧ୍ୟ ତାଙ୍କୁ ଏଯାଏଁ ମିଳିନି ଭତା। ଏକମାତ୍ର ମାନସିକ ଭିନ୍ନକ୍ଷମ ଝିଅର ୭୦ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ଥିବାରୁ ତାଙ୍କୁ ମିଳୁନାହିଁ ସରକାରୀ ସହାୟତା। କହିବେ କାହାକୁ,ଶୁଣିବ କିଏ ? ସରକାରଙ୍କ ରାସନ କାର୍ଡ ରୁ ମିଳୁଥିବା ଚାଉଳ, ୩ ପ୍ରାଣୀଙ୍କ ପେଟ ପୁରୁ ନ ଥିବା ବେଳେ ପାଖ ପଡୋଶୀଙ୍କ ହାତ ଟେକା ଭାତରେ କିଛି ଦିନ ଚାଲିଯାଉଛି। ଓଳିଏ ଖାଇଲେ ଓଳିଏ ଉପବାସ।ଦିନେ ଚୁଲି ଜଳିଲେ ଦୁଇଦିନ ଜଳୁନି । ବୃଦ୍ଧ ସନ୍ଥ ଦାସ ଛାତି ହାଡ଼ ଗଣି ହେଉଛି ତ ହାତରେ ଶିର ଫୁଟି ବାହାରୁ ଦେଖାଯାଉଛି। ଏପରି ସ୍ଥଳେ ବାଡ଼ିଧରି ମୂଲ ଲାଗୁଛନ୍ତି ତ ପତ୍ନୀ ଗୌରୀ ଦାସ, ପରଘରେ ପାଇଟି କରୁଛନ୍ତି। ହେଲେ ତାଙ୍କ ଦୁଃଖ କଥା କିଏ ବୁଝୁଚି ୍େୱାଲି ସେ ଅଭିଯୋଗ କରିଛନ୍ତି। ଏ ଖବର ଦେଖିବା ପରେ କୌଣସି ସହୃଦୟ ବ୍ୟକ୍ତି ଯଦି ତାଙ୍କୁ ସହାୟତା ପ୍ରଦାନ ପାଇଁ ଚାହୁଁଥିବେ ତେବେ ତାଙ୍କ ବ୍ୟାଙ୍କ ଆକାଉଂଟ ଘେଂଟଶ୍ୱର ୟୁକୋ ବ୍ୟାଙ୍କ ନମ୍ବର - ୧୧୫୬୯୧୧୦୦୫୧୨୩୮, ଆଇଏଫ୍ଏସ୍ସି କୋର୍ଡ ୟୁସିବିଏ୦୦୦୧୧୫୬ ଓ ମୋବାଇଲ -ରେ ସହାୟତା କରିବାକୁ ଅନୁରୋଧ।

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:fastmail@yahoo.com