- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ରଥଖଳା ଚଳଚଞ୍ଚଳ, ଚାଲିଛି ତୁମ୍ବ ନିର୍ମାଣ
ପୁରୀ:- ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ଯର ଶୁଭ ଅନୁକୂଳ ହୋଇଥିଲା । ଅକ୍ଷୟ ତୃତୀୟା ପର ଦିନ ରଥଖଳାର ତିନୋଟି ଚାଳି ବା ବାଡରେ ବିଶ୍ବକର୍ମା ମହାରଣା ମାନେ ଚକର ତୁମ୍ବ କଟା ଆରମ୍ଭ କରିଥିଲେ । ରଥ ଅମିନ ତୁମ୍ବ କାଠରେ ମାପଚୁପ ଦେବା ପରେ ସୂତା ବାଡିଆ ହୋଇ ବଡ କାଠ ଗଣ୍ଡିରୁ ତୁମ୍ବ କାଟିଥିଲେ । ଏହି ତୁମ୍ବ ଗୁଡିକ ଫାଶି କାଠରେ ନିର୍ମିତ ହେଉଛି । ସୂତାର ମହାରଣା କଳା ସୂତାରେ ଦାଗ ଦେବା ପରେ ମର୍ଦଳାକାର ଭାବେ ତୁମ୍ବ ଗଣ୍ଡିକୁ ସାଇଜ କରିଥିଲେ । ଦ୍ବିତୀୟ ଦିନରେ ୬ଟି ତୁମ୍ବ ର ଗୋଲେଇ କାର୍ଯ୍ଯ ସମ୍ପନ୍ନ ହୋଇଥିଲା । ଶନିବାର ତୃତୀୟ ଦିନରେ ୯ଟି ତୁମ୍ବର ଗୋଲେଇ କାର୍ଯ୍ଯ ସରିବା ପରେ ତିନି ଚାଳିରେ ତୁମ୍ବ ରଖାଯାଇଛି । ତାଳଧ୍ବଜ ଚାଳିରେ ୩ଟି, ଦର୍ପଦଳନ ଚାଳିରେ ୩ଟି ଏବଂ ନନ୍ଦିଘୋଷ ଚାଳିରେ ୩ଟି ଲେଖାଏଁ ତୁମ୍ବ ରଖାଯାଇଛି । ଏହା ସହ ତୁମ୍ବ ଗଣ୍ଡି କଟାଯାଇ ତିନୋଟି ଲେଖାଏଁ ରଖାଯାଇଛି । ସମୁଦାୟ ୪୨ଟି ତୁମ୍ବ ନିର୍ମାଣ କରାଯିବ । ନନ୍ଦିଘୋଷ ରଥ ପାଇଁ ୧୬ଟି, ତାଳଧ୍ବଜ ରଥ ପାଇଁ ୧୪ଟି ଓ ଦର୍ପଦଳନ ରଥ ପାଇଁ ୧୨ଟି ତୁମ୍ବ ନିର୍ମାଣ କରାଯିବ । ଦୋଳବେଦି ଅସ୍ଥାୟୀ କମାରଶାଳରେ ବାଉଁଶ ପଡି ଚାଳି ନିର୍ମାଣ ହୋଇଥିଲା । ଅକ୍ଷୟ ତୃତୀୟା ଦିନ କାଳବୈଶାଖୀରେ ଏହି ଚାଳି ଭାଙ୍ଗି ଯାଇଥିଲା । ଏହାକୁ ପୁନଃନିର୍ମାଣ କରାଯାଉଛି । ତିନୋଟି ଭାଟି ଶାଳ ପାଇଁ ଇଟାରେ ବେଦୀ ନିର୍ମାଣ ହୋଇଛି । ତା ଉପରେ ଲୁହା ଖଣ୍ଡ ରଖାଯାଇଛି । ଏହା ସହ ଅନ୍ଯ ଏକ ଅଣସର ଚାଳି ନିର୍ମାଣ କରାଯାଇଛି । ସେଥିରେ ଅଣସର ସହସ୍ର କାର୍ଯ୍ଯ ଆରମ୍ଭ ହେବ ।