- ଯେ ପର୍ଯ୍ୟନ୍ତ ମହିଳା ନିର୍ଯ୍ୟାତନା ଘଟଣାର ଗୃହ କମିଟି ଗଠନ କରାଯାଇନାହିଁ ସେ ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ଦଳ ବିଧାନ...
- ଜନସଂଖ୍ୟା ଆଧାରରେ ଡିଲିମିଟେସନ ହେଲେ ଅର୍ଥ କମିଶନରେ ଅର୍ଥ କମ ମିଳିବ- ବିଜେଡି
- ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ ଆସୁଛି ନୂଆ ନିର୍ଦ୍ଦେଶାବଳୀ
- ନବ ଦାସ ହାତ୍ୟାକାଣ୍ଡରେ ବହୁତ ବଡ଼ ବଡ଼ ମୁଣ୍ଡ ଅଛନ୍ତି- ଜୟ ନାରାୟଣ ମିଶ୍ର
- ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଚାକିରି ହରାଇଛନ୍ତି 159ଜଣ
ଯେ ପର୍ଯ୍ୟନ୍ତ ମହିଳା ନିର୍ଯ୍ୟାତନା ଘଟଣାର ଗୃହ କମିଟି ଗଠନ କରାଯାଇନାହିଁ ସେ ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ଦଳ ବିଧାନ ସଭାରେ ଅଂଶ ଗ୍ରହଣ କରିବେ ନାହିଁ ।

ମହିଳାଙ୍କ ଉପରେ ଘଟୁଥିବା ସଂଗିନ ଅପରାଧ ତଦନ୍ତ କରିବା ପାଇଁ ଗୃହ କମିଟି ତୁରନ୍ତ ଗଠନ କରାଯାଉ:- କଂଗ୍ରେସ ବିଧାୟକ ଦଳ ନେତା
ଭୁବନେଶ୍ଵର: ରାଜ୍ୟରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ହୁହୁ ହୋଇ ବଢ଼ିଚାଲିଛି। ପ୍ରତିଦିନ ମା ଭଉଣୀମାନଙ୍କ ପ୍ରତି ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ତତ୍ଜନିତ ମୃତ୍ୟୁର ଖବର ସବୁଦିନ ଖବର କାଗଜର ପ୍ରଥମ ପୃଷ୍ଠା ମଣ୍ଡନ କରୁଛି। ମହିଳାଙ୍କ କ୍ଷେତ୍ରରେ ସଂଗିତ ଅତ୍ୟାଚାର ଅପରାଧ ସବୁ ସୀମା ଲଙ୍ଘନ କରିସାରିଲେଣି। କିନ୍ତୁ ସରକାର ଓ ସରକାରୀ ଦଳ ଏକମାତ୍ର ଯେ ଏ କଥାକୁ ବିଧାନ ସଭାରେ ଆଲୋଚନା କରିବେ ନାହିଁ ଏବଂ ଗୃହ କମିଟି ଗଠନ କରିବେ ନାହିଁ । ସରକାରୀ ଦଳ ଆଜି ଯେଉଁ ଆରୋପ ଲଗାଉଛନ୍ତି ତାହା କେବଳ ଆରୋପ ମାତ୍ର। ରାଜ୍ୟବାସୀ ଏ ଘଟଣାର ସଂପୂର୍ଣ ମୁକସାଖୀ ଅଛନ୍ତି ବୋଲି କଂଗ୍ରେସ ଦଳର ବିଧାୟକ ଦଳର ନେତା ଶ୍ରୀଯୁକ୍ତ ରାମଚନ୍ଦ୍ର କାଡାମ୍ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଓଡ଼ିଶାର ଜନସାଧାରଣ ଆମକୁ ନିର୍ବାଚିତ କରିଛନ୍ତି । ସାଧାରଣ ଜନତାଙ୍କର ଅଭାବ ଓ ଅସୁବିଧା ସମସ୍ୟାକୁ ବିଧାନସଭାରେ ଉତ୍ଥାପନ କରିବା ଓ ସରକାରଙ୍କ ଦୃଷ୍ଟି ଗୋଚରକୁ ଆଣିବ ସହିତ ଏହାର ନିରାକରଣ ପାଇଁ ସରକାରଙ୍କ ପାଖରୁ ଠୋସ୍ ଉତର ପାଇବା ସହିତ କଣ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାରଙ୍କୁ ବାଧ୍ୟ କରିବା । ଗଣତନ୍ତ୍ରରେ ଲୋକଙ୍କ ସମସ୍ୟାକୁ ଉତ୍ଥାପନ କରିବା ଓ ତାର ସମାଧାନ କରିବା ବିଧାୟକ ଦଳର କାମ ? ରାଜ୍ୟ କଂଗ୍ରେସର ବିଧାୟକମାନେ ରାଜ୍ୟରେ ମହିଳାମାନଙ୍କ ପ୍ରତି ଯେଉଁଭଳି ଭାବରେ ଅତ୍ୟାଚାର, ଦୁଷ୍କର୍ମ ଗଣଦୁଷ୍କର୍ମ ଓ ତତ୍ଜନିତ ମୃତ୍ୟୁ ବୃଦ୍ଧି ପାଉଛି ତାକୁ ନେଇ ପ୍ରଶ୍ନ ଉଠାଇବା କଣ ଆମର ଅପରାଧ କି ? ରାଜ୍ୟର ଜନସଂଖ୍ୟାର ଅଧାଅଧୂ ମହିଳା ଅଥଚ ତାଙ୍କ ସମସ୍ୟାକୁ ଉଠାଇବା ଆମର ଗୁରୁ ଦାୟିତ୍ଵ କି ନାହିଁ ତାହା ଆମକୁ କେହି ନୀତି ଶିକ୍ଷା ଦେବାର ଆବଶ୍ୟକତା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଦୁଇଟି ଆଦିବାସୀ ନା ବାଳିକାଙ୍କ ପ୍ରତି ଦୁଷମ ଓ ଅନ୍ତସତ୍ବା ହେଲେ, କିନ୍ତୁ ଘଟଣା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ନଜର ନାହିଁ । ସରକାର ସଂପୂର୍ଣ୍ଣ ନିଦା ବିଷ୍ଣୁ ।
ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁରର ବିଧାୟକ ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନି ପତି ସାମ୍ବାଦିକମାନଙ୍କୁ ସମ୍ବୋଧୂତ କରି କହିଲେ ଯେ କଂଗ୍ରେସ ବିଧାୟକ ଦଳର ନୈତିକ କର୍ତବ୍ୟ ହେଉଛି ମହିଳାମାନଙ୍କ ପ୍ରତି ହେଉଥିବା ଜଘନ୍ୟ ଅପରାଧ ଓ ଅତ୍ୟାଚାରକୁ ବିଧାନସଭାରେ ଉଠାଇବା । ଏହି ଅଳ୍ପଦିନ ମଧ୍ୟରେ ନବରଙ୍ଗପୁର ଉମରକୋର୍ଟରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ମଦ ପିଆଇ ଗଣଧର୍ଷଣ କରାଗଲା I ବରଗଡ଼ ଟାଉନରୁ ଦୁଇ ଜଣ ନା ବାଳିକା ଗତ ୧୮ ତାରିଖରୁ ନିଖୋଜ ଥିଲେ I ତନ୍ମଧ୍ୟରୁ ଜଣଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ଆଉ ଜଣଙ୍କର ପତା ମିଳୁନାହିଁ । ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାରେ ୫ ବର୍ଷର ନା ବାଳିକାକୁ ଦୁଷ୍କର୍ମ କରାଯାଇଛି। ରାଜ୍ୟରେ ମା ଭଉଣୀମାନଙ୍କୁ ଗଣଧର୍ଷଣ କରାଯାଉଛି । ଛୋଟ ଛୋଟ ସ୍କୁଲ ପିଲାମାନେ ଗର୍ଭବତି ହେଉଛନ୍ତି ଓ ମାତୃତ୍ଵଲାଭକରୁଛିନ୍ତି । ରାଜ୍ୟର ମା ଭଉଣୀଙ୍କ ସୁରକ୍ଷା ପ୍ରତି ସରକାରଙ୍କର କିଛି ଦାୟିତ୍ୱ ଅଛି କି ନାହିଁ ? ରାଜ୍ୟର ଜନସାଧାରଣ କର ଦେଉଛନ୍ତି, ତାଙ୍କ କର ପଇସାରେ ବିଧାନସଭାରେ ବିରୋଧୀଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବା ଏବଂ ମାରିବା ପାଇଁ ଦେଉଛନ୍ତି କି ? ଯେଉଁ ବିଧାୟକ ଏଭଳି ଭାଷା ପ୍ରୟୋଗ କଲେ ସେ କେତେଥର ବିଧାୟକ। ସେମାନେ ଆମକୁ ମାରିଛନ୍ତି କିନ୍ତୁ ଆମେ କାହାକୁ ମାରିନାହୁଁ। ବିଧାନସଭା ଇତିହାସରେ ବହୁତ ଘଟଣା ଘଟିଛି କିନ୍ତୁ ଏଭଳି ଘଟଣା କେବେ ଦେଖାଯାଇନଥିଲା। ମା ଭଉଣୀମାନେ କର ଦେଉଛନ୍ତି କି ନାହିଁ ? ତାଙ୍କ କର ପଇସା ଆଦାୟ କରୁଥିବା ସରକାର ତାଙ୍କୁ ସୁରକ୍ଷା ଦେଉନାହାନ୍ତି କାହିଁକି ? ଓଡ଼ିଶାର ଜନସାଧାରଣ କର ଦେଉଛନ୍ତି ରାଜ୍ୟର ଜନସାଧାରଣଙ୍କ ମଙ୍ଗଳ ପାଇଁ। ଯଦି ମହିଳାମାନେ ରାଜ୍ୟରେ ସୁରକ୍ଷିତ ନୁହଁନ୍ତି ତାହାଲେ କାହା ମଙ୍ଗଳ ପାଇଁ କର ପଇସା ଖର୍ଚ ହେଉଛି। ରାଜ୍ୟର ମହିଳାମାନଙ୍କ ସୁରକ୍ଷା ପାଇଁ ଆଇନ୍ ଆଣିବା ସରକାରଙ୍କ ଦାୟିତ୍ଵ। ସରକାର ଏଥିପାଇଁ ଠୋସ୍ ପଦକ୍ଷେପ ନେଉନାହାନ୍ତି କାହିଁକି ? ବିଧାନସଭା ଉପରେ ଆମେ ମହିଳାମାନଙ୍କ ଘଟଣାକୁ ନେଇ ଯେଉଁ ପ୍ରଶ୍ନ ଉତ୍ଥାପିତ କରିଥିଲୁ ତାହା କଣ ସମୟର ଆବଶ୍ୟତା ନୁହେଁ ଏ କଥା ସରକାର ସ୍ପଷ୍ଟ କରନ୍ତୁ । ପ୍ରମିଳା ମଲ୍ଲିକ ଗତ ବିଧାନସଭାରେ ବାଚସ୍ପତି ଥିଲାବେଳେ ତାଙ୍କୁ ଉପରକୁ ଡାଲି ଓ ଜୋତା ବିଜେପି ଦଳର ବିଧାୟକମାନେ ଫୋପାଡ଼ିଥିଲେ। ଆମେ କେବେ ହେଲେ ଜୋତା ଫୋପାଡ଼ି ନାହୁଁ । ଆମେ କେବଳ ଦାବି କରୁଛୁ ଗୃହ କମିଟି ଗଠନ କରାଯାଇ ଯେଉଁ ସଂଗୀନ ମହିଳା ଅପରାଧ ରାଜ୍ୟରେ ଘଟିଛି ତାହାର ତଦନ୍ତ ହେଉ । କିନ୍ତୁ ସରକାର ଏ କଥାକୁ ଗ୍ରହଣ କରୁନାହାନ୍ତି କାହିଁକି ? ଏଥରେ କଣ ଅସୁବିଧା ଅଛି । ତାକୁ ଆଗେ ସ୍ପଷ୍ଟ କରନ୍ତୁ । କଂଗ୍ରେସ ଦଳର ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ କଂଗ୍ରେସ ବିଧାୟକ ଦଳ ଏ ବିରୋଧ ଚାଲୁ ରଖୁବ ଯେ ପର୍ଯ୍ୟନ୍ତ ଗୃହ କମିଟି ଗଠନ କରାଯାଇନାହିଁ । ଗୃହ କମିଟି ଗଠନ କରିବା ପାଇଁ ସ୍ଵତନ୍ତ୍ର ଆଇନ ଅଛି। ପୂର୍ବରୁ ମଧ୍ୟ ଗୃହ କମିଟି ଗଠନ କରାଯାଇଛି । ଯଦି କିଛି ଅସୁବିଧା ଅଛି ୟାକୁ ଦୂର କରିବା ପାଇଁ ସରକାର ବିଧାୟକ ଆଣିପାରିବେ। ଗୃହ କମିଟି ଗଠନ କରରିବାକୁ ଏଥିପାଇଁ ଡରୁଛନ୍ତି ଯେ ଯଦି ତଦନ୍ତ ହୁଏ ସମସ୍ତ ଘଟଣାର ସତ୍ୟତା ପଦାରେ ପଡ଼ିବ। ସରକାରଙ୍କ ଅପରାଗତା ସମସ୍ତେ ଜାଣିବେ। ସେ ସବୁ ନ କରି କେବଳ ସାମ୍ବାଦିକ ସମ୍ମିଳନୀ କରି ବିରୋଧଙ୍କୁ ଦୋଷାରୂପ କଲେ ସମସ୍ୟାର ସମାଧାନ ହେବ ନାହିଁ। ଆଲୋଚନାର ଅର୍ଥ ଗୃହ ଭିତରକୁ ଆସ, ଆମେ ଯାହା କହୁଛୁ ତାହା ଶୁଣ। କିନ୍ତୁ ଆମେ ଯେଉଁ ପ୍ରଶ୍ନ ଉଠାଉଛୁ ତାହାକୁ କାହିଁକି ସରକାର ଉଠାଉନାହାନ୍ତି । ପ୍ରଥମ ଥର ପାଇଁ ସରକାର ଗଠନ କରିବାରେ ସମର୍ଥ ହେଉଛନ୍ତି। ଏ ସରକାର କାର୍ଯ୍ୟ ପ୍ରଣାଳି ଓଡ଼ିଶାର ଜନସାଧାରଣ ଅତିଷ୍ଠ ହୋଇସାରିଲାଣି। ଯଦି ସତ୍ସାହାସ ଅଛି, ସରକାର ଭାଙ୍ଗନ୍ତୁ। ସାନି ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅନ୍ତୁ । ଏବେ ନିର୍ବାଚନ ହେଲେ ଖାତା ଖୋଲି ପାରିବେନି ବୋଲି ବିଧାୟକ ଶ୍ରୀ ବାହିନିପତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅଶୋକ ଦାସ, ରାଜନ ଏକ୍ଜା, ପ୍ରଫୁଲ ପ୍ରଧାନ, କାଡ୍ରାକ ଆପାଲା ସ୍ଵାମୀ, ପବିତ୍ର ସାଉଁଟା, ସାଗର ଦାସ, ନୀଳମାଧବ ହିକ୍କା, ମଙ୍ଗୁ ଖିଲ ଓ ସତ୍ୟଜିତ ଗମାଙ୍ଗୋ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।