Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବିଜୟୱାଦାରେ ମରି ପଡ଼ିଥିବା ଶ୍ରମିକ ଜିଲ୍ଲା ଆସିବାସୀ କଲ୍ୟାଣ ସଂଘ ହସ୍ତକ୍ଷେପ ପରେ ମରଶରୀର ଗାଁକୁ ଫେରିଲା
FMNEWS.IN
23-01-2025
ବଲାଙ୍ଗୀର, ୨୩ ଜାନୁଆରୀ ପୁଇଁତଲା ବ୍ଲକ ଆଟଗାଁ ଗ୍ରାମ ପଂଚାୟତ ଆଟଗାଁର ରଜନୀ କାଂଟା କୁଅଁର ବୟସ(୨୬) ଆଦିବାସୀ ସମ୍ପ୍ରଦାୟର ଏଠି କାମ ଧନ୍ଦା ନମିଳିବାରୁ ଦୁଇଟି ଝିଅ ଗୋଟିଏ ପୁଅ ବାପା ମାକୁ ପରିପୋଷଣ ନକରିପାରିବାରୁ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଶ୍ରମିକ ଭାବେ କାମ କରୁଥିଲେ ହଠାତ ୨୦ ତାରିଖ ଖବର ଆସିଲା ତୋ ସ୍ୱାମୀର ମୃତଦେହ ରେଲୱେ ଷ୍ଟେସନ ପାଖରେ ପଡ଼ିଛି, ଆଦିବାସୀ ମହିଳା ପାଖ ପଡ଼ୋଶୀକୁ କହିଲା ହେଲେ ଉପାୟଶୂନ୍ୟ ହୋଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ସତ୍ୟନାରାୟଣ ଭୋଇଙ୍କୁ ଅବଗତ କଲେ ସଂଘ ପୋଲିସ ବିଭାଗ, ଶ୍ରମ ବିଭାଗ ସହିତ ଯୋଗାଯୋଗ କରି ଆଜି ଗାଁକୁ ଶବ ପହଂଚିଥିଲା ଏବଂ ଶବଦାହ କରାଯାଇଥିଲା। ସାମ୍ବୁଲେନ୍ସର ଭଡା ଜିଲ୍ଲା ଆଦିବାସୀ ସଂଘ ଜିଲ୍ଲା ପ୍ରଶାସନ ବହନ କରିଥିଲେ। ଏହି ଦୁଃସମୟରେ ପୁଇଁତଲା ଥାନା ଅଧିକାରୀ ଶ୍ରୀ ଧରୁଆ ଅତିରିକ୍ତ ଶ୍ରମ ଅଧିକାରୀ ନାରୀ ନେତ୍ରୀ ବବିତା ପୁଟେଲ ଉପସ୍ଥିତ ଥିଲେ। ଗାଁ ଲୋକେ ଆଦିବାସୀ ନେତା ସତ୍ୟନାରାୟଣ ଭୋଇଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ।