Breaking News
- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
- ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
- ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ, ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ : କଂଗ୍ରେସ
ବିଜୟୱାଦାରେ ମରି ପଡ଼ିଥିବା ଶ୍ରମିକ ଜିଲ୍ଲା ଆସିବାସୀ କଲ୍ୟାଣ ସଂଘ ହସ୍ତକ୍ଷେପ ପରେ ମରଶରୀର ଗାଁକୁ ଫେରିଲା
FMNEWS.IN
23-01-2025
ବଲାଙ୍ଗୀର, ୨୩ ଜାନୁଆରୀ ପୁଇଁତଲା ବ୍ଲକ ଆଟଗାଁ ଗ୍ରାମ ପଂଚାୟତ ଆଟଗାଁର ରଜନୀ କାଂଟା କୁଅଁର ବୟସ(୨୬) ଆଦିବାସୀ ସମ୍ପ୍ରଦାୟର ଏଠି କାମ ଧନ୍ଦା ନମିଳିବାରୁ ଦୁଇଟି ଝିଅ ଗୋଟିଏ ପୁଅ ବାପା ମାକୁ ପରିପୋଷଣ ନକରିପାରିବାରୁ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଶ୍ରମିକ ଭାବେ କାମ କରୁଥିଲେ ହଠାତ ୨୦ ତାରିଖ ଖବର ଆସିଲା ତୋ ସ୍ୱାମୀର ମୃତଦେହ ରେଲୱେ ଷ୍ଟେସନ ପାଖରେ ପଡ଼ିଛି, ଆଦିବାସୀ ମହିଳା ପାଖ ପଡ଼ୋଶୀକୁ କହିଲା ହେଲେ ଉପାୟଶୂନ୍ୟ ହୋଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ସତ୍ୟନାରାୟଣ ଭୋଇଙ୍କୁ ଅବଗତ କଲେ ସଂଘ ପୋଲିସ ବିଭାଗ, ଶ୍ରମ ବିଭାଗ ସହିତ ଯୋଗାଯୋଗ କରି ଆଜି ଗାଁକୁ ଶବ ପହଂଚିଥିଲା ଏବଂ ଶବଦାହ କରାଯାଇଥିଲା। ସାମ୍ବୁଲେନ୍ସର ଭଡା ଜିଲ୍ଲା ଆଦିବାସୀ ସଂଘ ଜିଲ୍ଲା ପ୍ରଶାସନ ବହନ କରିଥିଲେ। ଏହି ଦୁଃସମୟରେ ପୁଇଁତଲା ଥାନା ଅଧିକାରୀ ଶ୍ରୀ ଧରୁଆ ଅତିରିକ୍ତ ଶ୍ରମ ଅଧିକାରୀ ନାରୀ ନେତ୍ରୀ ବବିତା ପୁଟେଲ ଉପସ୍ଥିତ ଥିଲେ। ଗାଁ ଲୋକେ ଆଦିବାସୀ ନେତା ସତ୍ୟନାରାୟଣ ଭୋଇଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ।