ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗୋପାଳପୁର କେନ୍ଦୁଝର ଯିବେକି? ରାଜ୍ୟରେ ଗଣ ଦୁଷ୍କର୍ମ ବର୍ଷକରେ ୬୦ ଟପିଛି

FMNEWS.IN 20-06-2025
The Prime Minister is coming, will he go to Gopalpur Keonjhar?

ହଇଜାରେ ୧୧ ଟି ଜିଲ୍ଲାରେ ହାହାକାର ପରିସ୍ଥିତି

ଜୁଲାଇ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର:ଆସନ୍ତା କାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଶାସନର ସଫଳତା ପ୍ରଚାର ପାଇଁ ଆସୁଛନ୍ତି । ଓଡ଼ିଶାରେ ମହିଳାଙ୍କ ପ୍ରତି ଗଣଦୁଷ୍କର୍ମ ବଢ଼ି ଚାଲିଛି । ସେହିଭଳି ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ୧୧ ଟି ଜିଲ୍ଲାରେ ହଇଜା ବ୍ୟାପି ହାହାକାର ପରିସ୍ଥିତି ଦେଖାଦେଇଛି । ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବାକୁ ଆମେ ସ୍ୱାଗତ କରିବୁ ଯଦି ଗୋପାଳପୁର ଓ କେନ୍ଦୁଝରର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଶିକାର ହୋଇଥିବା ପରିବାରକୁ ଭେଟି ଓଡ଼ିଶାର ଆଇନ ଶୃଙ୍ଖଳାକୁ ସୁଧାରିବେ । କେନ୍ଦ୍ରରେ ୧୧ ବର୍ଷର ଶାସନର ତଥାକଥିତ ସଫଳତା ପ୍ରଚାର କରିବା ଅପେକ୍ଷା ଓଡ଼ିଶାର ଅବହେଳିତ ଲୋକଙ୍କ ସମସ୍ୟାକୁ ଅନୁଧ୍ୟାନ କରି ସମାଧାନ କରିବେ । ହଇଜାରେ ୧୭ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଶହ ଶହ ଡାକ୍ତର ପଦବୀ ଖାଲିପଡ଼ିଥିବା ବେଳେ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଅଭାବ ଯୋଗୁଁ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚତ, ହଇଜା ଆକ୍ରାନ୍ତ ଜିଲ୍ଲାରେ ତୁରନ୍ତ ପଦକ୍ଷେପ ନନେଲେ ସାଧାରଣ ଜନଜୀବନ ଦୁର୍ବିସହ ହୋଇପଡ଼ିବ । ପ୍ରଦୁଷିତ ଜଳ ଓ ଅଖାଦ୍ୟ ଝାଡ଼ାବାନ୍ତି ରୋଗକୁ ବଢ଼େଇବାରେ ଇନ୍ଧନ ଯୋଗାଇଛି । ରାଜ୍ୟରେ ଦୁଇହଜାରରୁ ଅଧିକ ଲୋକ ହଇଜାରେ ଆକ୍ରାନ୍ତ ହୋଇ ହନ୍ତସନ୍ତ ହେଉଛନ୍ତି । ମୟୁରଭଞ୍ଜର ଉଦଳାରେ ୩୦ରୁ ଉର୍ଦ୍ଧ୍ୱ ଲୋକ ହଇଜାରେ ଆକ୍ରାନ୍ତ ହୋଇଛନ୍ତି । ହଇଜାକୁ ଯେଉଁଭଲି ଗୁରୁତ୍ୱ ଦେବାକଥା ସରକାର ଦେଉନାହାନ୍ତି । ପିସିସି ପକ୍ଷରୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଅନୁଧ୍ୟାନ ପାଇଁ ଏକ ୧୨ ଜଣିଆ କମିଟି ବିଧାୟକ ସିଏସ ରାଜନ ଏକାଙ୍କ ନେତୃତ୍ୱରେ ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତ କରିଛି । ଉକ୍ତ ଗସ୍ତରେ ରାଜ୍ୟ ପ୍ରଭାରୀ ଶ୍ରୀ ଅଜୟ ଲଲ୍ଲୁ ମଧ୍ୟ ରହିଛନ୍ତି । ଉକ୍ତ ଟିମ ହଇଜା ପ୍ରଭାବିତ ଅଞ୍ଚଳର ସାଧାରଣ ଜନତାଙ୍କୁ ଭେଟି ରିପୋର୍ଟ ପ୍ରଦାନ କରିବେ । ସେହିପରି ପୂର୍ବତନ ପିସିିସି ସଭାପତି ଜୟଦେବ ଜେନାଙ୍କ ନେତୃତ୍ୱରେ ପିସିସି ପକ୍ଷରୁ ଏକ ଅନୁଧ୍ୟାନକାରି ଦଳ କେନ୍ଦୁଝର ଗସ୍ତ କରିବ ଏବଂ ଗୋପାଳପୁର ଘଟଣାରେ ଅନୁଧ୍ୟାନ କରିବାକୁ କଂଗ୍ରେସର ଏକ ଟିମ ଗସ୍ତ କରିଛି ବୋଲି ଶ୍ରୀଯୁକ୍ତ ଦାସ କହିଛନ୍ତି । ପ୍ରଶାସନକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ନିୟୋଜିତ କରାଯାଇଛି । ଦୁଷିତ ପାଣି ଯୋଗୁଁ ହଇଜା ବ୍ୟାପୁଛି ବୋଲି କେନ୍ଦ୍ରୀୟ ଟିମ ରିପୋର୍ଟ ଦେଇ ସାରିଛନ୍ତି । କଳକାରଖାନରୁ ଦୁଷିତ ଜଳ ହିଁ ନଦୀରେ ମିଶି ପାଣି ଦୁଷିତ ହେଉଛି । ସରକାର ଏଥିପ୍ରତି ଯତ୍ନଶୀଳ ହେବା ପରିବର୍ତ୍ତେ ଅବହେଳା ପ୍ରଦର୍ଶନ କରୁଛନ୍ତି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି । ରାଜଧାନୀକୁ ମଧ୍ୟ ହଇଜା ବ୍ୟାପିବାକୁ ବସିଛି । ଏଭଳି ଅବସ୍ଥାରେ ଡବଲ ଇଞ୍ଜିନ ସରକାରର ଗୋଟିଏ ଇଞ୍ଜିନ ବିଫଳ ହୋଇଥିବା ବେଳେ କେଉଁ ସଫଳତାର ଡିଣ୍ଡିମ ପ୍ରଧାନମନ୍ତ୍ରୀ ପିଟିବେ ଏଥିନେଇ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ଶାସନର ବିଫଳତା ବିରୁଦ୍ଧରେ କଂଗ୍ରେସ ଆସନ୍ତାକାଲି ସକାଳ ୯ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଅନଶନ କରିବ ବୋଲି ସେ ସୂଚନା ଦେଇଛନ୍ତି । ଆଜି ଲୋକସଭାର ବିରୋଧି ଦଳ ନେତା ଜନନାୟକ ଶ୍ରୀ ରାହୁଲ ଗାନ୍ଧୀଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ରାହୁଲ ଗାନ୍ଧୀଙ୍କ ଜନ୍ମଦିନକୁ ଆଡମ୍ବର ସହକାରେ ପାଳନ କରାଯାଉ ନାହିଁ କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ରାହୁଲ ଗାନ୍ଧୀଙ୍କ ଜନ୍ମ ଦିନ ଅବସରରେ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ରକ୍ତଦାନ ଶିବିର ଏବଂ ନାରୀ ସାମାଜିକ ନ୍ୟାୟ ଉପରେ ଚଳଚ୍ଚିତ୍ର ଫୁଲେକୁ ଛାତ୍ର କଂଗ୍ରେସ ପକ୍ଷରୁ କଂଗ୍ରେସ ନେତୃବୃନ୍ଦଙ୍କୁ ଦେଖାଇଛନ୍ତି । ସେ କହିଛନ୍ତି ଜୁଲାଇ ଦ୍ୱିତୀୟ ସପ୍ତାହରେ ରାହୁଲ ଗାନ୍ଧୀ, ଏଆଇସିସି ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଓ ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେସି ଭେଣୁ ଗୋପାଳ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ଠାରେ ବିଶାଳ ଜନସମାବେଶ ଆୟୋଜନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ରାଜ୍ୟରେ ହଜାର ହଜାର କର୍ମୀ ଓ ଦଳର ନେତୃବର୍ଗ ଏହି ସମାବେଶରେ ଯୋଗଦେବାପାଇଁ ସ୍ଥିର ହୋଇଛି । ରାଜ୍ୟର ବିଭିନ୍ନ ଅଘଟଣକୁ ଏଆଇସିସି ଗୁରୁତ୍ୱର ସହ ନେଇଛି । ଏହାକୁ ଅନୁଧ୍ୟାନ ନିମନ୍ତେ ଏକ ୫ଜଣିଆ କମିଟି ଗଠନ କରିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସୂରକ୍ଷା ପାଇଁ ୧୩୩ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ବଡ଼ ବଡ଼ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ରଥଯାତ୍ରାର ସୁରକ୍ଷା ଓ ଶୃଙ୍ଖଳା ପାଇଁ ଯେତିକି ପୋଲିସ ମୃତୟନ କରାଯିବା କଥା ତାହାଠାରୁ ମୋଦିଙ୍କ ଓଡ଼ିଶା ଗସ୍ତ ପାଇଁ ମାଳ ମାଳ ପୋଲିସ ମୃତୟନ କରାଯାଇଛି । ରାଜ୍ୟରେ ନାରୀ ଦୁଷ୍କର୍ମ ଏବଂ ନିର୍ଯ୍ୟାତନା ବଢ଼ି ଚାଲିଛି ଏଭଳି କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରାଜ୍ୟବାସୀଙ୍କ ପାଇଁ କଣ ବାର୍ତ୍ତାବହନ କରୁଛି ବିଜେପି ନେତୃବୃନ୍ଦ ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି । ରାଜ୍ୟରେ ଏହିସବୁ ଘଟଣାକୁ ପ୍ରଧାନମନ୍ତ୍ରୀ ଯଦି ଗୁରୁତ୍ୱର ସହ ନେଉଛନ୍ତି ତେବେ ନାରୀ ନିର୍ଯ୍ୟାତନା ଓ ହଇଜା ଉପରେ ତାଙ୍କ ବକ୍ତବ୍ୟ ରଖିବାକୁ ପିସିସି ସଭାପତି ଦାବି ରଖିଛନ୍ତି । ଗୋପାଳପୁର, କେନ୍ଦୁଝର ଏବଂ ଯାଜପୁରକୁ ପ୍ରଧାନମନ୍ତ୍ରୀ ଗସ୍ତ କରିବେକି ବୋଲି ସେ ପ୍ରଶ୍ନ କରିଛନ୍ତି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି ଯେ ଓଡ଼ିଶାରେ ନାରୀ ଅସୁରକ୍ଷିତ ଥିଲା ବେଳେ ମହିଳା କମିଶନ ଅଦ୍ୟାବଧି ନିଯୁକ୍ତି ହୋଇନାହିଁ । ସେହିଭଳି ଏସଟି, ଏସସି, ଓବିସି ଓ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ କମିଶନ ନିଯୁକ୍ତି ସରକାର କରିନଥିବା ବେଳେ ରାଜ୍ୟବାସୀଙ୍କୁ କିଭଳି ଶାସନର ସଫଳତା ଦେବେବୋଲି ପ୍ରଶ୍ନ କରିଛନ୍ତି । ଡବଲ ଇଞ୍ଜିନ ସରକାରର ଗୋଟିଏ ଇଞ୍ଜିନ ଅଚଳ ହୋଇପଡ଼ିଥିବା ବେଳେ ଅହମଦାବାଦ ପ୍ଲେନ ଦୁର୍ଘଟଣା ଭଳି ଓଡ଼ିଶାରେ ଶାସନ ଦିଗହରା ହୋଇଛି । ଏଆଇସିସି ସମ୍ପାଦକ ଶ୍ରୀ ଶରତ ରାଉତ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ଦୁଇଟି ମହାମାରୀ ବ୍ୟାପିବାରେ ଲାଗିଛି ଗୋଟିଏ ନାରୀ ନିର୍ଯ୍ୟାତନା ହୋଇଥିଲା ବେଳେ ଆଉ ଗୋଟିଏ ହଇଜା । ନାରୀ ନିର୍ଯ୍ୟାତନା ଓ ହଇଜା ରୋକିବାରେ ସରକାର ସଂପୂର୍ଣ୍ଣ ବିଫଳ ବୋଲି ସେ କହିଥିଲେ ସରକାର ତୁରନ୍ତ ପ୍ରତିକାର କରିବାକୁ ସେ ଆହ୍ୱାନ ଦେଇଥିଲେ । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କୋଷାଧ୍ୟକ୍ଷ ସିର୍ଦ୍ଧାର୍ଥ ସ୍ୱରୂପ ଦାଶ, କଂଗ୍ରେସ ନେତା ଅରବିନ୍ଦ ଦାସ, ପିସିସି ମୁଖପାତ୍ର ରଜନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।