- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆରମ୍ଭ
ଢ଼େଙ୍କାନାଳ, ୧୧ ଫେବୃଆରୀ- ଆଜି ଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ବିଶ୍ୱ କଲ୍ୟାଣ ପାଇଁ ସଂନ୍ଧ୍ୟାରେ ଜଳିବ ଝାଡ଼ଦୀପ । ସଂନ୍ଧ୍ୟା ୫ଟା ୨୦ ମିନିଟ୍ ସମୟରେ ଝାଡ଼ରେ ଅଗ୍ନି ସଂଯୋଗ କରାଯିବ । ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ମାଘ ମେଳା ପାଇଁ ଚଳଚଂଚଳ ହୋଇଉଠିଛି ଢ଼େଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକରେ ରହିଥିବା ମହିମା ଗାଦି । ସଜେଇ ହୋଇଛି ଯୋରନ୍ଦା ମହିମା ପୀଠ । ତ୍ରିସଂନ୍ଧ୍ୟା ପୂଜା ପରେ ବିଶ୍ୱବାସୀଙ୍କ ମଙ୍ଗଳ ପାଇଁ ମହିମା ସନ୍ୟାସୀ ମାନେ ଗାଦି ମନ୍ଦିରର ଚାରି ଦ୍ୱାରରେ ଝାଡ଼ଦୀପ ପ୍ରଜ୍ୱଳନ କରିବେ । ମାଘମେଳା ଉପଲକ୍ଷେ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ସାଧୁସନ୍ଥ, ହିନ୍ଦୁ ଧର୍ମାବଲମ୍ବୀ ଓ ପର୍ଯ୍ୟଟକଙ୍କ ସମାଗମ ହୋଇଛି । ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନେ କିପରି ଶାନ୍ତିଶୃଙ୍ଖଳାର ସହିତ ମେଳା ଦେଖିପାରିବେ ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ମେଳା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଏହି ଉପଲକ୍ଷେ ଆଜି ପ୍ରାତଃରୁ ସମସ୍ତ ବକ୍କଳଧାରୀ ସନ୍ୟାସୀ ମାନେ ଆସି ମନ୍ଦିରରେ ସମସ୍ତ ସେବା ନୀତି କାର୍ଯ୍ୟ ସାରିବା ସହିତ ଚନ୍ଦନ ପାଣି ସିଂଚନ କରି ରୂପା ଝାଡ଼ୁରେ ପହଁରା କରିଛନ୍ତି । ଦିନ ୧୧ଟା ଠାରୁ ୧୨ଟା ମଧ୍ୟରେ ମଧ୍ୟାହ୍ନ ନୀତି ମଧ୍ୟ ଶେଷ ହୋଇଛି । ଅପରାହ୍ନ ୫ଟା ଠାରୁ ପୁଣି ନୀତିକାନ୍ତି ଆରମ୍ଭ ହେବ । ସଂନ୍ଧ୍ୟା ୫ଟା ୨୦ ମିନିଟ୍ ସମୟରେ ଚାରି ଦ୍ୱାରରେ ରହିଥିବା ପିତଳ ଝାଡ଼ରେ ଅଗ୍ନି ସଂଯୋଗ କରାଯିବା ସହିତ ବ୍ରହ୍ମଧୁନି ଅନୁଷ୍ଠିତ ହେବ ।