Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପୋଖରୀରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ
FMNEWS.IN
27-04-2025
ଦଶପଲ୍ଲା, ୨୭ ଅପ୍ରେଲ - ପୋଖରୀରେ ବୁଡ଼ି ୩ ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି । ଦଶପଲ୍ଲା ଗୋଡ଼ିବିଡ଼ା ଗ୍ରାମରେ ଏହି ଅଘଟଣ ଘଟିଛି । ଆଜି ପୂର୍ବାହ୍ନରେ ପୋଖରୀରେ ଗାଧୋଇବା ବେଳେ ଗଭୀର ପାଣି ମଧ୍ୟକୁ ଗୋଡ ଖସିଯିବାରୁ ପାଣିରେ ବୁଡି ଏମାନଙ୍କର ମୃତ୍ୟୁ ଘଟିଛି । ତନ୍ମଧ୍ୟରୁ ଦୁଇ ମୃତକଙ୍କର ବୟସ ୧୧ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣକର ବୟସ ୯ ବର୍ଷ ହୋଇଥିବା ସୂଚନା ମିଳିଛି । ଭାସୁଥିବା ଅବସ୍ଥାରେ ଗ୍ରାମବାସୀ ମାନେ ସେମାନଙ୍କୁ ପାଣିରୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।