Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ପୋଖରୀରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ
FMNEWS.IN
27-04-2025
ଦଶପଲ୍ଲା, ୨୭ ଅପ୍ରେଲ - ପୋଖରୀରେ ବୁଡ଼ି ୩ ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି । ଦଶପଲ୍ଲା ଗୋଡ଼ିବିଡ଼ା ଗ୍ରାମରେ ଏହି ଅଘଟଣ ଘଟିଛି । ଆଜି ପୂର୍ବାହ୍ନରେ ପୋଖରୀରେ ଗାଧୋଇବା ବେଳେ ଗଭୀର ପାଣି ମଧ୍ୟକୁ ଗୋଡ ଖସିଯିବାରୁ ପାଣିରେ ବୁଡି ଏମାନଙ୍କର ମୃତ୍ୟୁ ଘଟିଛି । ତନ୍ମଧ୍ୟରୁ ଦୁଇ ମୃତକଙ୍କର ବୟସ ୧୧ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣକର ବୟସ ୯ ବର୍ଷ ହୋଇଥିବା ସୂଚନା ମିଳିଛି । ଭାସୁଥିବା ଅବସ୍ଥାରେ ଗ୍ରାମବାସୀ ମାନେ ସେମାନଙ୍କୁ ପାଣିରୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।