ରଜ ପଡ଼ିଲା ଫିକା, ଅଜଣା ଗାଡ଼ି ଧକ୍କାରେ ତିନି ଯୁବକ ମୃତ

କେନ୍ଦୁଝର, 13 ଜୁନ୍ : କେନ୍ଦୁଝର ଜିଲ୍ଲା ସଦର ଥାନା ଶୁଆକାଠି ଫାଣ୍ଡି ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି ସଡ଼କ ଦୁର୍ଘଟଣାରେ ୩ଜଣ ଯୁବକଙ୍କ ମୃତ ହୋଇଛି । ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥ ଠାକୁରଡ଼ିହି ଛକରେ ଅଜଣା ଗାଡ଼ି ଧକ୍କାରେ ବାଇକରେ କେନ୍ଦୁଝର ସହର ଅଭିମୁଖେ ଆସୁଥିବା ୩ଜଣ ଯୁବକଙ୍କର ମୃତ୍ୟୁ ଘଟିଛି ।
ମୃତ ସମସ୍ତ ଯୁବକମାନେ ଶୁଆକାଟୀ ମାଇନିଂ ଛକ ଅଞ୍ଚଳର ହୋଇଥିବା ବେଳେ ତିନି ଜଣଙ୍କ ପରିଚୟ ବାଦଲ ନାୟକ, ସନତ ନାୟକ ଓ ବିଭୁ ବାରିକ ବୋଲି ଜଣାପଡିଛି।।
ସୂଚନା ଅନୁଯାୟୀ, ଆସନ୍ତାକାଲି ରଜ ଉତ୍ସବ ପାଇଁ ଯୁବକମାନେ ଏକ ବାଇକରେ ଡ଼େସ୍ କିଣିବାକୁ ଆସୁଥିଲେ । ଠାକୁରଡିହି ଛକ ନିକଟରେ ସେମାନଙ୍କୁ ପଛରୁ ଏକ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଯୁବକଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି ।
ଅଜଣା ଟ୍ରକର ସନ୍ଧାନ ମିଳି ନଥିବା ବେଳେ ପୋଲିସ ପହଂଚି ପ୍ରଥମେ ଦୁର୍ଘଟଣାରେ ଗୁରୁତର ଙ୍କୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ଖବର ପାଇ ପରିବାର ଲୋକେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସିଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି । ରଜ ପର୍ବ ଥିବାବେଳେ ଏହି ଦୁର୍ଘଟଣା ଯୋଗୁଁ ଶୁଆକାଠି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖବ୍ୟକ୍ତ କରିଥିବା ବେଳେ ମୃତକଙ୍କ ପରିବାରକୁ ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଚାରି ଲକ୍ଷ ଟଙ୍କା ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି।
କେନ୍ଦୁଝର ଜିଲ୍ଲାର ଶୁଆକାଟୀରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ସନତ ନାୟକ, ବିଭୁ ବାରିକ ଓ ସିପୁନ ନାୟକଙ୍କ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।