Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଆଜି ରଜ ସଂକ୍ରାନ୍ତି
FMNEWS.IN
15-06-2025
ଭୁବନେଶ୍ୱର, 15 ଜୁନ୍ - ଆଜି ରଜ ସଂକ୍ରାନ୍ତି । ରଜପାଇଁ ଗାଁଠୁ ସହର ଉତ୍ସବମୁଖର। ଦୋଳି ଖେଳରେ ମଉଜ କରୁଛନ୍ତି ଝିଅ ବୋହୂ। ଦ୍ୱିତୀୟ ଦିନରେ ସକାଳୁ ସକାଳୁ ଝିଅମାନେ ନୂଆ ପୋଷାକ ପରିଧାନ କରିଛନ୍ତି । ପିଠା, ମିଠାରେ ମହକୁଛି ପୁରଠୁ ପଲ୍ଲୀ । ପିଠା ଖାଇ ଦୋଳି ଖେଳୁଛନ୍ତି ଝିଅମାନେ । କୁନି କୁନି ପିଲାମାନେ ପାଦରେ ଅଳତା ଓ ମଥାରେ କୁଙ୍କୁମ ଲଗାଇ ଦୋଳି ଖେଳ ରଜ ପର୍ବକୁ ଧୁମଧାମରେ ପାଳନ କରୁଛନ୍ତି। ଗାଁଠୁ ଆରମ୍ଭ କରି ସହରରେ ଦୋଳି ଖେଳର ଆୟୋଜନ କରାଯାଉଛି।