- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
କାଲି ଭୁବନେଶ୍ୱରର 77ତମ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର, 12 ଏପ୍ରିଲ୍ - କାଲି ରାଜଧାନୀ ଭୁବନେଶ୍ୱରର ଜନ୍ମଦିନ। ୭୭ତମ ପ୍ରତିଷ୍ଠା ଦିବସ ପାଳିବ ରାଜଧାନୀ। ସମସ୍ତ ସରକାରୀ ବିଭାଗ ଓ ବିଏମସିର ସମନ୍ୱୟରେ ଏହି କାର୍ଯ୍ୟକ୍ରମ କରାଯିବ। ବିଏମସି ମନିଟରିଂ ପାର୍ଟ ଦେଖିବା ସହ ରିଫ୍ରେସମେଣ୍ଟ ପାର୍ଟ ମଧ୍ୟ ବୁଝୁଛି। ଡେଭଲେପମେଣ୍ଟ କମିଶନଙ୍କ ଅଧକ୍ଷତାରେ ବୈଠକ ସରିଛି। ଅତିଥି ଦାୟିତ୍ୱ ଓ ଚର୍ଚା ମଧ୍ୟ ବିଏମ୍ସି କରିବ। ମିଳିତ ଭାବେ କାମ କରାଯିବ। ଭୁବନେଶ୍ୱରର ପ୍ରତ୍ୟେକ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ସାମିଲ କିଭଳି ହେବେ ସେ ନେଇ ମଧ୍ୟ ବିଏମସି କାମ କରୁଛି। କେବଳ ଏତିକି ନୁହେଁ ୬୭ ୱାର୍ଡରେ କାର୍ଯ୍ୟକ୍ରମ ହେବ। ପ୍ରତି ୱାର୍ଡକୁ ୨୫,୦୦୦ ଟଙ୍କା ଲେଖାଏଁ ବିଏମ୍ସି ଦେଇଛି। ସହର ସମସ୍ତଙ୍କର ତେଣୁ ସମସ୍ତେ ପାଳନ କରିବେ। ସକାଳ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ଯୋଗ ଦେବେ, ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଯୋଗ ଦେବେ। ସମସ୍ତ କର୍ପୋରେଟର ଯୋଗ ଦେବେ। ୨୧ ଟ୍ରୁପ ରହିବ ପ୍ୟାରେଡ଼ ପାଇଁ। କେବଳ କଲେଜ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିବେ। ରାଜଧାନୀ ଗୌରବ ସମ୍ମାନ ଏଥର ମଧ୍ୟ ଦିଆଯିବ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ଆୱାର୍ଡ ମିଳିବ। ସ୍ଥାନୀୟ ଲୋକଙ୍କ ପ୍ରତିଭାକୁ ମଧ୍ୟ ସମ୍ମାନ ଦିଆଯିବ। ୧୪ ତାରିଖରେ ଓଡ଼ିଆ ପକ୍ଷ ସହ ୨ୟ ଦିନ ଭୁବନେଶ୍ୱର ପ୍ରତିଷ୍ଠା ଦିବସକୁ ମିଳିତ ଭାବେ ସେଲିବ୍ରେସନ ହେବ ବୋଲି ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ।