ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, 2 ଜାନୁଆରି - ରାଜ୍ୟ ସରକାର ଭାରତୀୟ ପ୍ରଶାସନିକ ସେବା ସ୍ତରରେ ସାମାନ୍ୟ ଅଦଳ ବଦଳ କରିଛନ୍ତି । ପାଂଚ ଜଣ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱରେ ଅଦଳ ବଦଳ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରୁଥିବା ୨୦୧୧ ବ୍ୟାଚର ଅଧିକାରୀ ଅରିନ୍ଦମ ଡାକୁଆଙ୍କୁ ପୌର ପ୍ରଶାସକ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ମିଳିଛି ।
ରାଜ୍ୟପାଳଙ୍କ ସଚିବ ଭାବେ କାର୍ଯ୍ୟରତ ୧୯୯୯ ବ୍ୟାଚର ଭାରତୀୟ ପ୍ରଶାସନିକ ଅଧିକାରୀ ଏନବିଏସ ରାଜପୁତଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।
ସାଧାରଣ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିବା ୨୦୦୦ ବ୍ୟାଚର ଅଧିକାରୀ ତେମଜେନପାଙ୍ଗ ଆଓଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି ।
ଇପିକଲର ପରିଚାଳନା ନିର୍ଦେଶକ ଭାବେ କାର୍ଯ୍ୟ କରୁଥିବା ବିଏସ ପୁନିଆଙ୍କୁ ସ୍କିଲ ଡେଭଲପମେଂଟ ବିଭାଗର କମିଶନର ଏବଂ ସଚିବର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରେମଚନ୍ଦ ଚୌଧୁରୀଙ୍କୁ ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ ପ୍ରଦାନ କରାଯାଇଛି ।