Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ମହାନଦୀ ବିବାଦ ନେଇ ଟ୍ରିପିଲ ଇଞ୍ଜିନ ସରକାର ପଦକ୍ଷେପ ନେବା ଆବଶ୍ୟକ–ଭକ୍ତ ଦାସ
FMNEWS.IN
24-03-2025
ଭୁବନେଶ୍ୱର:ମହାନଦୀ ବିବାଦ ନେଇ ଛତିଶଗଡ଼ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ନେଇ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଛତିଶଗଡ଼ରେ କଂଗ୍ରେସ ସରକାର ଥିବା ସମୟରେ ଏ ବାବଦରେ କଂଗ୍ରେସ ଆଲୋଚନା କରିଛି । ଏବେ ଓଡ଼ିଶାରେ ବିଜେପି ସରକାର, ଛତିଶଗଡ଼ ବିଜେପି ସରକାର, କେନ୍ଦ୍ରରେ ତାଙ୍କ ସରକାର । ତେଣୁ ମହାନଦୀ ବିବାଦ ନେଇ ଟ୍ରିପିଲ ଇଞ୍ଜିନ ସରକାର ପଦକ୍ଷେପ ନେବା ଆବଶ୍ୟକ । ଦୁଇ ମୁଖ୍ୟମନ୍ତ୍ରୀ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କଥା କହୁଛନ୍ତି, କିନ୍ତୁ ଫଳପ୍ରଦ ହେବା ପରି ଲାଗୁନି ବୋଲି କହିଛନ୍ତି ଭକ୍ତ ଦାସ ।