- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ସରକାରଙ୍କ ତୀକ୍ଷ୍ଣ ଦୃଷ୍ଟିରେ ବାହାର ରାଜ୍ୟର ଧାନ ଗାଡ଼ି ନିଯୁକ୍ତ ଅଛନ୍ତି ପ୍ରତି ଜିଲ୍ଳାରେ ଏନଫୋର୍ସମେଣ୍ଟ ଟିମ
ଭୁବନେଶ୍ୱର : - ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି । ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ସରକାର ଯଥୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି । ପଞ୍ଜିକୃତ ଚାଷୀ ସେମାନଙ୍କ ଧାନକୁ ସରକାରୀ ସ୍ତରରେ ବିକ୍ରୟ କରିପାରିବେ ଏଥିନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ବାହାର ରାଜ୍ୟରୁ ଯେଭଳି ଧାନ ଆସି ରାଜ୍ୟରେ ବିକ୍ରୟ ନହୁଏ ଏହା ଉପରେ ମଧ୍ୟ କଡା ନଜର ରଖାଇଯାଇଛି । ବିଶେଷକରି ରାଜ୍ୟର ସୀମାନ୍ତ ଅଞ୍ଚଳରେ ଏହି ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଏହି ଉଦ୍ଦେଶ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ୨୧୭ଟି ଏନଫୋର୍ସମେଣ୍ଟ ଟିମକୁ ମୁତୟନ ହୋଇଛନ୍ତି । ଆବଶ୍ୟକତା ଅନୁଯାୟୀ ଏହି ଟିମ ଗୁଡିକ ମୁତୟନ ହେବା ସହ ବାହାର ରାଜ୍ୟର ଧାନ ଗାଡି ସମ୍ପର୍କିତ ଅଭିଯୋଗ ଉପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି । ସେମାନେ ବିଶେଷ କରି ସୀମାବର୍ତ୍ତୀ ରାଜ୍ୟରୁ ଧାନନେଇ ଆମ ରାଜ୍ୟ ମଧ୍ୟକୁ ଆସୁଥିବା ଗାଡି ଉପରେ ନଜର ରଖୁଛନ୍ତ । କୌଣସି ଅନିୟମିତତାର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେହି ଗାଡିକୁ ଜବତ କରିବାକୁ ସେମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ଏ ସଂକ୍ରାନ୍ତରେ କଡା ନିର୍ଦ୍ଦେଶ ଦେବା ସହ ଆବଶ୍ୟକତା ଅନୁଯାୟୀ ଇନଫୋର୍ସମେଣ୍ଟ ମୁତୟନ କରିଛନ୍ତି । ଏ କ୍ଷେତ୍ରରେ ଜିଲ୍ଲା ଯୋଗାଣ ଅଧିକାରୀ ମାନେ ମଧ୍ୟ ସମସ୍ତ ସହଯୋଗ ପ୍ରଦାନ କରୁଛନ୍ତି ।