- ବଳଙ୍ଗା ନାବାଳିକାଙ୍କୁ ପୋଡି ମାରିବା ଉଦ୍ୟମ ଘଟଣା : ରୂପା ମୁଦିକୁ ନେଇ ଖୋଳତାଡ଼, ମୁଦିକୁ ଚିହ୍ନିଲେ ଗହଣା ଦୋକାନୀ
- ମେଟ୍ରୋ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ: ବିଜେଡି
- ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସେବାୟତ ଜଣାଇଲେ ମନ୍ଦିର ସମସ୍ୟା ଏବଂ ସେବାୟତଙ୍କ ଦୁଃଖ
- ପ୍ରବଳ ବର୍ଷା ନେଇ ମୟୁରଭଞ୍ଜ ଜିଲ୍ଲାକୁ ରେଡ଼ ୱାର୍ନିଂ
- ସୋମବାର ସଂସଦର ଉଭୟ ଗୃହରେ ଅପରେସନ ସିନ୍ଦୂର ଉପରେ ହେବ ଆଲୋଚନା
ତାଳଚେରରେ ଅପରେସନ ସିନ୍ଦୂରର ବିଜୟ ବାର୍ତ୍ତାରେ ଶତାଧିକ ପୂର୍ବ ସୈନିକଙ୍କ ସମେତ ସାମିଲ ରହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

(FM News):--ଗତ ୨୨ ଏପ୍ରିଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଙ୍କ ଆକ୍ରମଣ ରେ ୨୬ ଜଣ ସାଧାରଣ ନିରୀହ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ପରେ, ଭାରତ ପ୍ରତିଶୋଧ ପରାୟଣ ହୋଇ ତାହାର ଠିକ୍ ୧୫ଦିନ ପରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଏବଂ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଭାରତୀୟ ସେନା ଦ୍ଵାରା ଧ୍ୱଂସ କରିଥିଲା। ଭାରତର ଏହି କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୨୦୦ ଆତଙ୍କବାଦୀ ନିହତ ହୋଇଥିଲେ। ଆତଙ୍କବାଦୀଙ୍କ ନିପାତରେ ହତାଶ ହୋଇ ପାକିସ୍ତାନ ଆକ୍ରମଣ କଲା ଏବଂ ଭାରତୀୟ ସେନା ପୁନଶ୍ଚ ଆକ୍ରମଣ କରି ପାକିସ୍ଥାନ ର ସମସ୍ତ ପ୍ରଚେଷ୍ଟା କୁ ନାକାମ କରିବାରେ ସଫଳ ହୋଇଥିଲା । ଭାରତୀୟ ସେନାର ତିନିଦିନ ଭିତରେ ନିଜର ପରାକ୍ରମ ଦେଖାଇ ଦେଲା ଏବଂ ସମଗ୍ର ବିଶ୍ବ ମଧ୍ୟ ଜାଣିପାରିଲା ଯେ ଯଦି ଏଭଳି ଭାରତୀୟ ସେନା ଯୁଦ୍ଧ ଯାରିରଖିବ ତେବେ ପାକିସ୍ତାନ ଭୌଗଳିକ ମାନଚିତ୍ରରୁ ବାଦ୍ ପାଇଯିବ । ଏଣୁ ଆମେରିକା ର ମଧ୍ୟସ୍ତିତା ରେ ଯୁଦ୍ଧବିରତି ଘୋଷଣା ହେଲା ।
ଏଣୁ ଅପରେସନ ସିନ୍ଦୂରର ଭାରତୀୟ ସେନା ର ପରାକ୍ରମ ଏବଂ ଅପରେସନ ସିନ୍ଦୁର ର ସଫଳତା ପରିପେଖିରେ ଅନୁଗୋଳ ଜିଲ୍ଲା ପ୍ରଶାସନ ତଥା ଅନୁଗୋଳ ଜିଲ୍ଲା ପୂର୍ବ ସୈନିକ ସଂଘ (ADV) ର ତାଳଚେର ଉପଖଣ୍ଡ ର ଶତାଧିକ ଅବସପ୍ରାପ୍ତ ସୈନିକଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ,ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ପରଜଙ୍ଗ ବିଧାୟକ ବିଭୁତି ଭୁଷଣ ପ୍ରଧାନ ସମେତ ବିଭିନ୍ନ ଅନୁଷ୍ଠାନର ହଜାର ହଜାର ସଦସ୍ୟ ସାମିଲ ରହି ଭାରତୀୟ ସେନାର ପରାକ୍ରମତା ତଥା ଅଦମ୍ୟ ସାହସର ଗୁଣଗାନ କରିଥିଲେ।
ଯାହାର ମୁଖ୍ୟ ଉଦ୍ଦେଶ୍ୟ ଆମ ସେନା ପ୍ରତି ଦେଶବାସୀଙ୍କର ଆତ୍ମୀୟତା ଏବଂ ଦେଶପ୍ରେମକୁ ଉଯାଗର କରିଥିଲା। ଯାହାର ପ୍ରତିଫଳନ ସ୍ୱରୂପ ଆମ ସେନାର ଦକ୍ଷତା ତଥା ପରାକ୍ରମତା ସମଗ୍ର ବିଶ୍ବରେ ଆଜି ଅପରେସନ ସିନ୍ଦୂର ଦ୍ଵାରା ଚର୍ଚ୍ଚିତ ।
ଏହି ପାରୀପେଖିରେ ସମଗ୍ର ତାଳଚେର ଉପଖଣ୍ଡରେ ଦେଶପ୍ରେମର ଭାବନା ପ୍ରକାଶ ପାଇବା ସହ ଭାରତ ମାତା କି ,ଅପରେସନ ସିନ୍ଦୂର ସଫଳ ରହା,ଭାରତୀୟ ସେନା ଜିନ୍ଦାବାଦ ଜୟ ଧୁନିରେ ସହର ପ୍ରଙ୍କପିତ ହୋଇ ଉଠୁଥିଲା ।
ଉକ୍ତ ଅପରେସନ ସିନ୍ଦୂର ର ତିରଙ୍ଗା ପଦଯାତ୍ରାରେ ଅନୁଗୋଳ ଡିଫେନ୍ସ ଭେଟେରାନ ଆସୁସେଶନ (ଏ ଡି ଭି) ସଭାପତି ଶ୍ରୀଯୁକ୍ତ ଅନିଲ କୁମାର ମହାନ୍ତି ,ତାଳଚେର ହେବ ଇନ୍ ଚାର୍ଜ ପଙ୍କଜ ଲୋଚନ ଆୟଚ,ଦେବେନ୍ଦ୍ର ସାହୁ, ଆଦିତ ମହାନ୍ତି, ମଧୁସୂଦନ ମହାନ୍ତି ମୁଖ୍ୟ ଦାୟିତ୍ଵ ନିର୍ବାହ କରିଥିଲେ । ସର୍ବଶେଷରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ସମସ୍ତ ଅବସରପ୍ରାପ୍ତ ସୈନିକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କରମର୍ଦ୍ଦନ କରିଥିଲେ ।